କୃତ୍ରିମ ମେଧା-କିଛି କଥା

‘ଏଆଇ’ର ଆଉ ଗୋଟିଏ ଲକ୍ଷ୍ୟ ହେଲା କ୍ୟାମେରା ଦ୍ୱାରା ଉଠା ଯାଇଥିବା ଚିତ୍ର ବା ଭିଡିଓରୁ ପାରିପାର୍ଶ୍ୱିକ ବସ୍ତୁସବୁକୁ ଚିହ୍ନିବା ଓ ସେଗୁଡ଼ିକର ପାରସ୍ପରିକ ଅବସ୍ଥାନ ବିଷୟରେ ଧାରଣା କରିବା। ଗୋଟିଏ ରୋବଟର ଏହି କ୍ଷମତାର ବିଶେଷ ପ୍ରୟୋଜନ ହୁଏ, କାରଣ ତା’ହେଲେ ହିଁ ତାହା କେମିତି କାର୍ଯ୍ୟ କରିବ ତା’ ପରିକଳ୍ପନା କରିପାରେ। ଗତ ଶତାବ୍ଦୀର ଷାଠିଏ ଦଶକରୁ ହିଁ ଏହା ଗବେଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଓ ଏଥିରେ ବହୁତ କାର୍ଯ୍ୟ ମଧ୍ୟ କରାଯାଇଛି। କ୍ୟାମେରାରୁ ଯେଉଁ ଚିତ୍ର ମିଳେ, ତାହାର ପ୍ରତ୍ୟେକ ବିନ୍ଦୁରେ ରଙ୍ଗ ଓ ଉଜ୍ଜ୍ୱଳତା କେତେ ସେହି ତଥ୍ୟ କମ୍ପ୍ୟୁଟରକୁ ଦିଆଯାଏ। ଏହି ତଥ୍ୟରୁ କମ୍ପ୍ୟୁଟର ବୁଝିବାକୁ ଚେଷ୍ଟା କରେ ଚିତ୍ରରେ କ’ଣ ଦିଶୁଛି। ଏଥିପାଇଁ ଚିତ୍ରର ବିଭିନ୍ନ ଅଂଶକୁ ଅଲଗା କରାଯାଏ-ଯେମିତି ଗୋଟିଏ ଚିତ୍ରରେ କାନ୍ଥ, ଟେବୁଲ, ଟେବୁଲ ଉପରେ ଥିବା ବହି ଇତ୍ୟାଦିକୁ ଅଲଗା କରାଯାଇପାରେ। ଗୋଟିଏ ଅଂଶରେ ରଙ୍ଗ ଓ ଔଜ୍ଜ୍ୱଲ୍ୟର ମାତ୍ରା ପ୍ରାୟ ଏକା ହୋଇଥାଏ ଅଥବା ଖୁବ୍‌ ସାମାନ୍ୟ ପାର୍ଥକ୍ୟ ଥାଏ, ପ୍ରାଥମିକ ଭାବେ ଏହି ନୀତି ପ୍ରୟୋଗ କରି କି ଅଂଶଗୁଡ଼ିକୁ ଅଲଗା କରାଯାଏ। ଏହାପରେ ପ୍ରତ୍ୟେକ ଅଂଶ ଭିତରର ପ୍ରଚ୍ଛନ୍ନ ବସ୍ତୁର ସୀମାରେଖାଗୁଡ଼ିକୁ ଛିହ୍ନଟ କରାହୁଏ। ଚିତ୍ରରେ ଯେଉଁ ବିନ୍ଦୁଗୁଡ଼ିକରେ ଔଜ୍ଜ୍ୱଲ୍ୟର ପରିବର୍ତ୍ତନ ହାର ସବୁଠୁ ବେଶି ତାହାକୁ ନେଇ ଏଇ ରେଖାସବୁ ତିଆରି ହୁଏ। ଏହି ରେଖାଗୁଡ଼ିକ କିଭଳି ଗୋଟିଏ ଗୋଟିଏ ବିନ୍ଦୁରେ ଆସି ମିଳିତ ହୋଇଛି, ତାହାରି ଭିତରେ ବସ୍ତୁର ଆକୃତିର ଏକ ଛାପ ଥାଏ, ଯାହା ଦେଇ ତାହା ଚିହ୍ନି ହୁଏ। ବସ୍ତୁର ଆକୃତି ଅନୁସାରେ ଏହି ରେଖାର ବିନ୍ୟାସ ଭିନ୍ନ ହୋଇଥାଏ। ପରିଚିତ ବସ୍ତୁର ସମ୍ଭାବ୍ୟ ରେଖାର ବିନ୍ୟାସ ତଥ୍ୟ କମ୍ପ୍ୟୁଟରରେ ତାଲିକାଭୁକ୍ତ ଥାଏ। ତାହା ସହିତ ମିଶେଇ ଚିତ୍ରରେ କେଉଁ ବସ୍ତୁଟି ଦିଶୁଛି, ବୁଝାଯାଏ। ଅବଶ୍ୟ ଏହି ପ୍ରାଥମିକ ପଦ୍ଧତି ସହିତ ଆହୁରି ଅନେକ ଆନୁଷଙ୍ଗିକ ପଦ୍ଧତି ଯୁକ୍ତ କରାଯାଏ।
ଏଆଇର ଏହି ଯେଉଁ ସଂକ୍ଷିପ୍ତ ରୂପରେଖର ବର୍ଣ୍ଣନା କରାଗଲା, ଏହାକୁ ସନାତନ (କ୍ଲାସିକାଲ)କୃତ୍ରିମ ମେଧା କୁହାଯାଏ। ଯୁକ୍ତିବାଦ ଥିଲା ଏହାର ଭିତ୍ତି। ଏଥିରେ ମେଧା ବା ବୁଦ୍ଧିର ପରିପ୍ରକାଶ ପାଇଁ ଅନୁଭବ-ବୋଧ-କାର୍ଯ୍ୟ ଏପରି ଏକ ଚକ୍ରାକାର ନିୟନ୍ତ୍ରଣ ବ୍ୟବସ୍ଥା ରହୁଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସିଧା ଅନୁଭବରୁ କାର୍ଯ୍ୟ କରିବା ପାଇଁ ଏକ ନିୟନ୍ତ୍ରଣ ଚକ୍ରମସ୍ତିଷ୍କର ସ୍ନାୟୁତନ୍ତ୍ରର ଅନୁକରଣରେ କୃତ୍ରିମ ସ୍ନାୟବିକ ଜାଲ(ଆର୍ଟିଫିସିଆଲ ନିଉରାଲ ନେଟୱର୍କ) ଗଠିତ ହେଲା। ଆହୁରି ବିଭିନ୍ନ ପ୍ରକାରର ନିଉରାଲ ନେଟୱର୍କ ନେଇ କମ୍ପ୍ୟୁଟର ବିଜ୍ଞାନୀମାନେ ଗବେଷଣା କରିଛନ୍ତି। ଏହାପରେ ଆସିଛି ଗଭୀର ଶିକ୍ଷାର ଅଭିଯାନ( ଡିପ୍‌ ଲାର୍ନିଂ)। ଏହିସବୁ ଗବେଷଣାର ଫଳସ୍ବରୂପ ୨୦୧୨ ମସିହା ଭିତରେ ଉଚ୍ଚାରିତ ଶବ୍ଦରୁ କଥା ବୁଝିବାର ପ୍ରଯୁକ୍ତି ଏତେ ନିର୍ଭରଯୋଗ୍ୟ ହେଲା ଯେ ମୋବାଇଲର ପ୍ରାୟ ସବୁ ଆପ୍‌ରେ ଏହାର ବ୍ୟବହାର ଟାଇପର ବିକଳ୍ପ ଭାବରେ ଆରମ୍ଭ ହେଲା। ଗୁଗଲ୍‌ ଆସିସଟେଣ୍ଟ, ଆମାଜନର ଆଲେକ୍ସା, ଆପେଲର ସିରି, ମାଇକ୍ରୋସଫ୍ଟର କୋଟାର୍ନା ଏଗୁଡ଼ିକ ଅନ୍ତରାଳରୁ କଥା କୁହେ। ଆଉ ଆମେରିକାର ସୋଫିଆ, ଜାପାନର ଏରିକା ମାନବ ଆକୃତିର କଥା କୁହା ରୋବଟ। ଆଜିର ‘ଚାଟଜିପିଟି’ ମଧ୍ୟ ଏହିଭଳି ଦୀର୍ଘ ଗବେଷଣାର ଏକ ପରିଣାମ। ତେଣୁ ଏଥିରେ ଆତଙ୍କିତ ହେବାର କିଛି କାରଣ ନାହିଁ। ଏ ଯୁଗର ଅନ୍ୟତମ ଶ୍ରେଷ୍ଠ ଚିନ୍ତାବିତ ନୋମ ଚମସ୍କି ଓ ତାଙ୍କର ଦୁଇଜଣ ସହ-ଲେଖକ ନ୍ୟୁୟର୍କ ଟାଇମସରେ ନିକଟରେ ପ୍ରକାଶିତ ଏକ ଲେଖାରେ ଲେଖିଛନ୍ତି-”ଚାଟଜିପିଟି ପାଟର୍ନ ମ୍ୟାଚିଂର ପରିସଂଖ୍ୟାନ ନିର୍ଭର ଏକ ଇଞ୍ଜିନ, ଯାହା ଶତ ଶତ ଟେରାବାଇଟ ତଥ୍ୟର ସମୁଦ୍ରକୁ ମନ୍ଥନ କରେ ଓ ସମ୍ଭାବ୍ୟ ବାର୍ତ୍ତାଳାପ ଶୈଳୀରେ ପ୍ରତିକ୍ରିୟା ବା ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ଖୋଜି ବାହାର କରେ। ଏହାର ବିପରୀତରେ ମାନବ ମନ ହେଲା ଏକ ଅତ୍ୟାଶ୍ଚର୍ଯ୍ୟ ଦକ୍ଷ ଓ ମାର୍ଜିତ ପ୍ରଣାଳୀ ଅଳ୍ପ ପରିମାଣ ତଥ୍ୟ ଆଧାରରେ ଯାହା କାର୍ଯ୍ୟ କରି ଚାଲେ। ତଥ୍ୟ ମଧ୍ୟରେ ସିଧା ସଳଖ ପାରସ୍ପରିକ ସମ୍ପର୍କ ଅନୁମାନ ମାଧ୍ୟମରେ ଯନ୍ତ୍ର କାର୍ଯ୍ୟ କରେ, ଆଉ ମଣିଷର ମନ ତିଆରି କରିବାକୁ ଚାହେଁ ତଥ୍ୟର ବ୍ୟାଖ୍ୟା।“
ସୃଷ୍ଟିଶୀଳ ମାନବ ମନ ସର୍ବଦା ନୂତନତ୍ୱର ଅନ୍ବେଷଣ କରେ। ଏହା ନ ହୋଇଥିଲେ ମାନବ ସଭ୍ୟତାର ଏପରି ବିକାଶ ଆଜି ଦେଖିବାକୁ ମିଳି ନ ଥାଆନ୍ତା। ମାନବର ବିବେକ ସହିତ ମାନବିକ ବୁଦ୍ଧିର ସୁସ୍ଥ ସମନ୍ବୟରେ ସର୍ବଦା ଉନ୍ନତ ଶୃଙ୍ଖଳିତ ସମାଜ ଗଠନ ସମ୍ଭବ।

(ଶେଷ ଭାଗ)

-ଡ. ମୃଦୁଳା ମିଶ୍ର, ବି-୧୦୨, ଲାଇଫ ଷ୍ଟାଇଲ ଗ୍ରୀନ୍‌ ଆପାର୍ଟମେଣ୍ଟ, କୀଟ ଛକ, ଭୁବନେଶ୍ୱର
ମୋ: ୯୯୩୭୭୪୨୧୬୧


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?