ସେବା ଓ ସର୍ଜନାର ମଧୁଝର: ତପନକୁମାର

ଅନ୍ତର୍ଜାତୀୟ ସ୍ତରର ଜଣେ ଗବେଷକ, ପ୍ରାଧ୍ୟାପକ, ବ୍ୟବସାୟ ରଣନୀତି ବିସାରଦ, ପରିଚାଳନା ମାର୍ଗଦର୍ଶକ, ସମାଜସେବୀ, ସ୍ତମ୍ଭକାର, ସୁଲେଖକ, ଅନୁବାଦକ ତଥା ହାଇଦ୍ରାବାଦରେ ଅବସ୍ଥିତ ନାର୍ସି ମୋନ୍ଜି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ(NMIMS) ୟୁନିଭରସିଟିର ନିର୍ଦ୍ଦେଶକ ଡ. ତପନ କୁମାର ପଣ୍ଡା, ଯିଏ ନିଜକୁ ମାଟିର ମଣିଷ ବୋଲି ମନେକରନ୍ତି। ଅର୍ଜିତ ସମ୍ବଳକୁ ସମାଜ ପାଇଁ ବିନିଯୋଗ କରିବାକୁ ପ୍ରାଥମିକ କର୍ତ୍ତବ୍ୟ ବୋଲି ଭାବନ୍ତି। କେଉଁଠି କେଉଁ ପ୍ରତିଭା ସୁଯୋଗ ଓ ସହାୟତା ବ୍ୟତିରେକ ଅନାଦୃତ ହୋଇପଡିଥିଲେ ତା’ର ସ୍ବପ୍ନକୁ ସାକାର କରିବାପାଇଁ ବଢ଼ାଇ ଦିଅନ୍ତି ସହଯୋଗର ହାତ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ତପସ୍ୟା ଫାଉଣ୍ଡେଶନ ମାଧ୍ୟମରେ ସମାଜସେବାକୁ ଅଧିକ ଗତିଶୀଳ କରିବା, ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ବୃହତ୍ତର ପାଠକଙ୍କ ପାଖରେ ପହଞ୍ଚେଇବା, ମାନସିକ ରୋଗୀଙ୍କ ପାଇଁ ଦୁଇଶହ ଶଯ୍ୟାବିଶିଷ୍ଟ ଏକ ଥଇଥାନ କେନ୍ଦ୍ର ପ୍ରତିଷ୍ଠା କରିବା, ପ୍ରତିଭାବାନ ଓଡ଼ିଆ ଲେଖକଙ୍କୁ ଲୋକଲୋଚନକୁ ଆଣିବା ତଥା ସେମାନଙ୍କ କୃତିକୁ ଯଥାଯଥ ଭାବରେ ପ୍ରକାଶ କରିବା ତାଙ୍କ ବୃହତ୍ତର ସ୍ବପ୍ନର ଅଂଶବିଶେଷ ।
ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ କୃପାସିନ୍ଧୁ ପଣ୍ଡା ଓ ନିବେଦିତା ପଣ୍ଡାଙ୍କ ସୁପୁତ୍ର ତପନ ନୟାଗଡ଼, ଜଟଣୀ ଓ ପୁରୀରେ ଅଧ୍ୟୟନ କରି ଆପଣା ଅଧ୍ୟବସାୟରେ ଆମେରିକାର ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରୁ ହାସଲ କରନ୍ତି ଏମବିଏ ଡିଗ୍ରୀ । ବ୍ୟବସାୟ ପରିଚାଳନାରେ ଲାଭ କରନ୍ତି ପିଏଚ.ଡି. । ମାର୍କେଟିଂ ଓ ବିଜ୍ଞାପନ ବିଷୟରେ ହୁଅନ୍ତି ବିଶାରଦ। ଭାରତର ତିନୋଟି ପ୍ରମୁଖ ସଂସ୍ଥାନ: ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ), ଲକ୍ଷ୍ନୌ, କାଲିକଟ ଓ ଇନ୍ଦୋରରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରି ଢେର୍‌ ଖ୍ୟାତି ଓ ସମ୍ମାନ ଅର୍ଜନ କରିଛନ୍ତ। ଫ୍ରାନ୍ସର ବର୍ଦ୍ଦୋ ବିଶ୍ୱବିଦ୍ୟାଳୟ, ଯୁକ୍ତରାଷ୍ଟ୍ର ଆମେରିକାର ମ୍ୟାରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ, ଡାଲାସ ବିଶ୍ୱବିଦ୍ୟାଳୟ, ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟ ତଥା ଚାଇନାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଚାଇନା ୟୁନିଭରସିଟି ଅଫ ପଲିଟିକ୍ସ ଓ ଲ ( CUPL), ବେଜିଂରେ ଅଧ୍ୟାପନା କରିଥିବା ତପନ କୁମାର ଛାତ୍ରପ୍ରିୟ ଶିକ୍ଷକ ଭାବେ ନିଜ ଗବେଷଣାଲବ୍ଧ ଜ୍ଞାନକୁ ଶ୍ରେଣୀ ଗୃହରେ ବିନିଯୋଗ କରି ଯଥେଷ୍ଟ ସୁନାମ ଓ ଲୋକପ୍ରିୟତା ହାସଲ କରିଛନ୍ତି। ହାର୍ଭାର୍ଡ, ହ୍ବାର୍ଟନ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନର ଇମ୍ପେରିଆଲ କଲେଜଗୁଡ଼ିକୁ ଅତିଥି ଅଧ୍ୟାପକ ଭାବେ ନିମନ୍ତ୍ରିତ ହୋଇ ଶୈକ୍ଷିକ ପାରଦର୍ଶିତାର ନିଦର୍ଶନ ଦେଇଛନ୍ତି। ଜଣେ ବ୍ୟବସାୟ ଉପଦେଶକ ହିସାବରେ ସେ ଅନେକ ଛାତ୍ର ଓ ପରିଚାଳକଙ୍କୁ ସେମାନଙ୍କ ବ୍ୟବସାୟ ବଢ଼ାଇବାରେ ସହାୟତା କରିଛନ୍ତି । କେବଳ ସେତିକି ନୁହେଁ, ବ୍ୟବସାୟ ପରିଚାଳନା, ବ୍ରାଣ୍ଡିଂ, ବିଜ୍ଞାପନ ପର୍ଯ୍ୟାବରଣ ଓ ବ୍ୟବସାୟ ବିଷୟରେ ବିଶ୍ୱର ପ୍ରମୁଖ ଜର୍ନାଲରେ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହୋଇଛି । ନଅ ହଜାରରୁ ଊର୍ଦ୍ଧ୍ୱ ଗବେଷକ ତାଙ୍କ ଗବେଷଣାଲବ୍ଧ ତଥ୍ୟକୁ ଉପଯୋଗ କରି ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ବୋଲି ଗୁଗଲ ସ୍କଲାର କୁହେ।
ଜଣେ ବ୍ୟବସାୟ ରଣନୀତି ବିଶାରଦ ଭାବେ ସେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟବସାୟ ସଂସ୍ଥାର ମାର୍କେଟିଂ, ବିଜ୍ଞାପନ ଇତ୍ୟାଦି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ।
ପଢ଼ୁଥିବା ସମୟରୁ ତପନ କୁମାରଙ୍କର ସ୍ତମ୍ଭ ଆଗଧାଡିର ଓଡ଼ିଆ ଓ ଇଂରାଜୀ ଖବରକାଗଜରେ ପ୍ରକାଶିତ ହୋଇ ତାଙ୍କୁ ଏକ ସଫଳ ସ୍ତମ୍ଭକାରର ସ୍ବତନ୍ତ୍ର ମାନ୍ୟତା ଦେଇଛି । ଲାଲ ସ୍ବପ୍ନ, ଦି ନକ୍ସଲାଇଟ ଆଣ୍ଡ ଅଦର ଷ୍ଟୋରିଜ, ଜହ୍ନରାତି ଓ ପ୍ରଜାପତି, ଆଜ୍‌ ଦି ଇୟର୍ସ ଗୋ ବାଇ, କବିତା ଏବଂ ଦି ଇନଫିଡେଲ, ଦି ଅଟୋ ବାୟୋଗ୍ରାଫି ଅଫ ଏ କୁଇନ୍‌, ଦି ଆର୍କ ଅଫ୍‌ ଫାୟାର, ଦି ଆକ୍ଟର ଭଳି ପୁସ୍ତକର ରଚୟିତା ଡ. ତପନ କୁମାର ବ୍ୟବସାୟ ପରିଚାଳନା ଓ ମାର୍କେଟିଂ ସମ୍ପର୍କରେ ପଚିଶଟି ବହି ଲେଖିଛନ୍ତି । ସେଗୁଡିକ ଇଂଲଣ୍ଡ, ଆମେରିକା ତଥା ଆମ ଦେଶରୁ ପ୍ରକାଶିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ପ୍ରକାଶିତ ସମସ୍ତ ପୁସ୍ତକର ରୟାଲ୍‌ଟି ତପସ୍ୟା ଫାଉଣ୍ଡେଶନର କାମରେ ଲାଗେ । ଏତଦ୍‌ବ୍ୟତୀତ ସେ ସାତଜଣ ପ୍ରତିଷ୍ଠିତ ଔପନ୍ୟାସିକଙ୍କର ଉପନ୍ୟାସକୁ ଇଂଲିଶ ଅନୁବାଦ କରି ଅନ୍ତର୍ଜାତୀୟ ସ୍ତରରେ ପାଠକଙ୍କ ଦୃଷ୍ଟିଆକର୍ଷଣ କରିପାରିଛନ୍ତି । ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ଡ. ତପନ ଅବସର ସମୟରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାରେ ଏବଂ ପ୍ରଚୁର ପଢ଼ିବାରେ ଅତିବାହିତ କରିବାକୁ ପସନ୍ଦ କରନ୍ତି। ତାଙ୍କ କାର୍ଯ୍ୟଦକ୍ଷତା ଏବଂ ସଫଳତା ପାଇଁ ଆମେରିକାନ ମାର୍କେଟିଂ ଆସୋସିଏଶନର ଫେଲୋ, ଲଣ୍ଡନ ରୟାଲ ସୋସାଇଟି ଅଫ୍‌ ଲିଟରେଚର୍‌ର ସଦସ୍ୟ ଭଳି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ସମ୍ବର୍ଦ୍ଧିତ ଓ ସମ୍ମାନିତ।
ତପନଙ୍କ ହିସାବରେ ସମାଜ ତାଙ୍କୁ ଦେଇଛି ଅନେକ କିଛି । ସମାଜ ଭିତରେ ତାଙ୍କ ବ୍ୟକ୍ତିତ୍ୱ ବିକଶିତ ହୋଇଛି ଏବଂ ସେ ସଫଳତାର ଶିଖର ସ୍ପର୍ଶ କରିଛନ୍ତି । ତେଣୁ ସେ ସମାଜର ଋଣ ପରିଶୋଧ କରିବାକୁ ଚାହାନ୍ତି । -ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍‌ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri