ଶୁଆ ପାଇଁ କାନ୍ଦୁଛି ସ୍ବାଇଁ ପରିବାର

ନବରଙ୍ଗପୁର,୨୮।୧୦(ବି.ପ୍ର.): ୩୦ ବର୍ଷ କାଳ ଏକ ପରିବାରରେ ରହି ରୁବି ହୋଇଯାଇଥିଲା ଘରର ଜଣେ ସଦସ୍ୟ। ବର୍ତ୍ତମାନ ତା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଛି ସ୍ବାଇଁ ପରିବାର। ମନରେ ପ୍ରଶ୍ନ ଆସୁଥାଇପାରେ ରୁବି କିଏ। ତେବେ ରୁବି ହେଉଛି ଏକ ଶୁଆ, ଯାହାର ମୃତ୍ୟୁର ଦୁଃଖରେ ଝରୁଛି ସମସ୍ତ ପରିବାର ଆଖିରୁ ଲୁହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ସହର ଗୁଲିପାଟଣା ସାହିରେ। ସେଠାରେ ବାସ କରୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଲୋଚନ ସ୍ବାଇଁଙ୍କ ଘରେ ରହିଥିଲା ଏହି ଶୁଆ ତଥା ରୁବି। ବୁଧବାର ହଠାତ ରୁବିର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ରୁବିର ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁସାରେ କରାଯାଇଛି । ଆଗକୁ ନିୟମ ଅନୁସାରେ ତାହାର ଦଶାହ ସହିତ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସ୍ବାଇଁ କହିଛନ୍ତି । କେବଳ ପରିବାରର ବଡ଼ ସଦସ୍ୟ ନୁହନ୍ତି ଛୋଟ ପିଲା ବି ରୁବିକୁ ହରାଇ ଭାଙ୍ଗି ପଡ଼ିଛନ୍ତି । ରୁବି ସହ ବିତାଇଥିବା ସମୟକୁ ମନେପକାଇ ତାକୁ ଝୁରୁଛନ୍ତି । ପକ୍ଷୀ ସହ ମଣିଷର ଏହି ସମ୍ପର୍କକୁ ବେଶ୍‌ ପ୍ରଶଂସା କରିଛନ୍ତି ଉମରକୋଟ ବାସିନ୍ଦା।

 


Enter your email to get our daily news in your inbox.

All Right Reserved By Dharitri.Com

ମଦଭାଟି ନିକଟରେ ପଡ଼ିଛି ଯୁବକଙ୍କ ମୃତଦେହ

କଣ୍ଟିପାଳ,୨୯ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମୋଚିନ୍ଦା ପଞ୍ଚାୟତ ଖଡ଼ିପାଳ ଗ୍ରାମରେ ଥିବା ମଦଭାଟି ନିକଟରେ ସୋମବାର ଭୋର ସମୟରେ ଗ୍ରାମବାସୀ ଜଣେ ଯୁବକଙ୍କ...

ରାଜ୍ୟରୁ ଚିହ୍ନଟ ହେଲେ ୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୨୯।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ...

ଅନ୍ଧବିଶ୍ୱାସ, ଗୁଣିଗାରେଡ଼ିକୁ ନେଇ ହତ୍ୟା

ବାରିପଦା ଅଫିସ,୧ା୧୦: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଏକ ଅଖା ବସ୍ତାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାର ପୋଲିସ...

ମାନସୀ ବଞ୍ଚାଇଲେ ୬ ହଜାର ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା କଟକଣାରେ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି।...

ସେନାଙ୍କୁ ଜାଣନ୍ତୁ ଏନ୍‌ସିସି କ୍ୟାଡେଟ୍‌

ବ୍ରହ୍ମପୁର ଅଫିସ,୧୨ା୮-ଗୋଳାବନ୍ଧ ଆର୍ମି ଏୟାର୍‌ ଡିଫେନ୍ସ କଲେଜରେ ରବିବାର ‘ନୋ ଇୟୋର୍‌ ଫୋର୍ସ (ସେନାଙ୍କୁ ଜାଣନ୍ତୁ)’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁରର ବିଭିନ୍ନ ବିଦ୍ୟାଳୟ...

ପୁଣି ବର୍ଷା: ୧୮ରେ ହାଲ୍‌କା ୧୯, ୨୦ରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର ପଶ୍ଚିମ...

ଜିଲା ମୁଖ୍ୟ ଡାକ୍ତରଖାନାରେ ଲାଗିଲା ନିଆଁ

କେନ୍ଦୁଝର,୩୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଡାଏଲିସିସ୍‌ ଓ୍ବାର୍ଡରେ ଶଟ୍‌ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସିଡିଏମ୍‌ଓ ସୂଚନା...

ଅନ୍ତର୍ଜାତୀୟ ପ୍ରସ୍ତର ମେଳାରେ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ରାଜସ୍ଥାନ ସରକାରଙ୍କ ପକ୍ଷରୁ ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା (ଇଣ୍ଡିଆ ଷ୍ଟୋନ୍‌ ମାର୍ଟ-୨୦୨୨) ଗତ ୧୦ ତାରିଖରୁ...

Advertisement
Archives

Model This Week