ଝୁଲା ପୋଲ ଅନିଶ୍ଚିତତା,ନୂଆ ବ୍ରିଜ୍‌କୁ ଅପେକ୍ଷା

ଖୁଣ୍ଟୁଣୀ,୨୨।୧୧(ଡି.ଏନ୍‌.ଏ.):କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟ ମହାନଦୀ ପଠାରେ ଥିବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିଛି। କେବେ ମରାମତି ହୋଇ ଭକ୍ତମାନେ ଯାତାୟାତ କରିବା ସହ ଠାକୁରଙ୍କୁ ଦର୍ଶନ କରିବେ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନେଇ ଭକ୍ତ, ସେବାୟତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏ ପରିସ୍ଥିତିରେ ନୂଆ ବ୍ରିଜ୍‌ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ଝୁଲାପୋଲଠାରୁ କିଛି ଦୂର ପାଇକରାପୁର ନିକଟରେ ଏକ କଂକ୍ରିଟ ବ୍ରିଜ୍‌ ନିର୍ମାଣ ହେଉଛି। ଆଉମାତ୍ର ଦୁଇ ତିନି ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ଆଶା କରାଯାଉଛି। ଏହାପରେ ଆଉ ଝୁଲାପୋଲ ନା ଡଙ୍ଗା କି ଲଞ୍ଚ ଉପରେ ନିର୍ଭର କରିବାକୁ ପଡିବନି। ଲୋକେ ଗାଡିମୋଟରରେ ସିଧାସଳଖ ପୀଠକୁ ଯିବେ। ଏହି ବ୍ରିଜ ପାଇଁ ବ୍ୟୟ ଅଟକଳ ସାଢ଼େ ୨୩ କୋଟି ଟଙ୍କା ରହିଛି। ବ୍ରିଜର ଲମ୍ବ ୨୪୦ ମିଟର ଓ ଚଉଡ଼ା ସାଢେ ୫ ମିଟର ରହିଥିବା ବେଳେ ଏହା ୭ଟି ପିଲାର ଉପରେ ରହିବ ବୋଲି ଆରଡି ବିଭାଗର ଜଣେ ଅଧିକାରୀ କହିଛନ୍ତି। ରାଜଲକ୍ଷ୍ମୀ କନଷ୍ଟ୍ରକଶନ ଠିକାଦାରି ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେଇଛି। ଇତିମଧ୍ୟରେ ସମସ୍ତ ପିଲାର ନିର୍ମାଣ କାମ ସରିଥିବାବେଳେ ଉଭୟ ପାର୍ଶ୍ୱର ରୁଟ୍‌ ପିଲାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ପୋଲ ଉପରେ ଟୋଲ ଟ୍ୟାକ୍ସ ନିଆଯିବ କି ନାହିଁ ତାହା ପରବର୍ତ୍ତୀ ସମୟରେ ବିଭାଗ ସ୍ଥିର କରିବ। ପୋଲ କାମ ଆଗାମୀ ମାର୍ଚ୍ଚ ମାସ ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ତ୍ୱରାନ୍ବିତ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି। ତେବେ ଝୁଲାପୋଲ ବନ୍ଦ ରହିଥିବାରୁ ଧବଳେଶ୍ୱର ପୀଠକୁ ଭକ୍ତମାନେ ଯାଇ ନ ପାରି ଠାକୁର ଦର୍ଶନରୁ ବଞ୍ଚତ୍ତ ହୋଇ ରହିଛନ୍ତି। ବ୍ରିଜ ନିର୍ମାଣ ପୂର୍ବରୁ ଝୁଲାପୋଲର ଆବଶ୍ୟକ ମରାମତି କରାଯାଇ ପୁନଃ ଚଳାଚଳ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶ ଥାଉକି, ଗୁଜରାଟ ଝୁଲାପୋଲ ଦୁର୍ଘଟଣା ପରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧବଳେଶ୍ବର ଝୁଲାପୋଲର ଯାଞ୍ଚ କରାଯାଇଥିଲା। ଝୁଲାପୋଲର ଲୁହା ତାର ସରିଯାଇଥିବା, ବିମ୍‌ ଛାଡ଼ିଯିବା, ଷ୍ଟାଣ୍ଡ୍‌ ସବୁ ଦୁର୍ବଳ ହୋଇଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଜଣାପଡ଼ିଥିଲା। ଫଳରେ ଝୁଲାପୋଲର ମରାମତି ଆବଶ୍ୟକ ଥିବା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଉଭୟ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଏହି ପୋଲକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରାଯାଇଲା। କେବଳ ପୂଜକ ସମାଜର ଠାକୁରଙ୍କ ଦୈନିକ ନୀତି ପାଇଁ ଯିବା ବ୍ୟତୀତ କୌଣସି ଭକ୍ତ ପୀଠକୁ ଯିବା ଆସିବା ନିଷେଧ ରହିଛି। ବ୍ରିଜ ସମ୍ପୂର୍ଣ୍ଣ ହେଲେ ଆଉ ଅସୁବିଧା ରହିବ ନାହିଁ ବୋଲି ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ କହିଛନ୍ତି। ଅନ୍ୟପଟେ ସପ୍ତାହେ ହେବ କଂକ୍ରିଟ ବ୍ରିଜ କାମ ବନ୍ଦ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri