କମୁଛି ସୁବର୍ଣ୍ଣରେଖା, ବଢୁଛି ଦୁର୍ଦ୍ଦଶା

ବାଲେଶ୍ୱର ଅଫିସ, ୨୩।୮:ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍‌ରୁ ମୋଟ୍‌ ୨୦ଟି ଗେଟ୍‌ ଖୋଲାଯାଇଥିବାରୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ରାଜଘାଟସ୍ଥିତ ପୋଲ ନିକଟରେ ବିପଦସଙ୍କେତ ୧୦.୩୬ ମିଟର ଥିବାବେଳେ ସୋମବାର ପୂର୍ବାହ୍ନ ୫ଟା ସୁଦ୍ଧା ୧୧.୯୦ ମିଟର ଥିବା ବେଳେ ଧୀରେ ଧୀରେ ଜଳସ୍ତର କମି ସନ୍ଧ୍ୟା ୬ଟା ସୁଦ୍ଧା ୧୧.୪୨ମିଟରରେ ପହଞ୍ଚତ୍ଛି। ସେହିପରି ବସ୍ତା ବ୍ଲକ ମଥାନୀ ପୋଲ ନିକଟରେ ଜଳକା ନଦୀରେ ବିପଦସଙ୍କେତ ୫.୫୦ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬.୫୦ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଜିଲାର ପ୍ରାୟ ୪ଟି ବ୍ଲକ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ବିସ୍ଥାପନ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ସହ ସେମାନଙ୍କୁ ଖାଦ୍ୟ, ପାନୀୟ ଓ ସ୍ବାସ୍ଥ୍ୟସେବା ଲାଗି ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୧୨, ଏନ୍‌ଡିଆର୍‌ଏଫ୍‌ ୪, ଓଡ୍ରାଫ୍‌ ୫ ମୋଟ୍‌ ୨୧ଟି ଟିମ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିପରି ସ୍ବାସ୍ଥ୍ୟସେବା ଲାଗି ୧୦ଟି ମେଡ଼ିକାଲ ଟିମ୍‌, ୯ଟି ୧୦୮ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ୮ଟି ରୋଡ୍‌ ଟିମ୍‌ ଦ୍ୱାରା କାର୍ଯ୍ୟ ତଦାରଖ କରାଯାଉଛି। ବନ୍ୟାରେ ଜିଲାରେ ମୋଟ ୫ଟି ବ୍ଲକ ଅଧୀନ ୮୩ ପଞ୍ଚାୟତର ୧୫୬ଗାଁରୁ ୪୦ହଜାର ୧୨୪ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ସେମାନଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ୧୫୮ ମାଗଣା ଖାଦ୍ୟବଣ୍ଟନ କେନ୍ଦ୍ର ଖୋଲାଯିବା ଲାଗି ଯୋଜନା କରାଯାଇଛି। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର କମିଯାଇଥିବାରୁ ସଦର ଓ ରେମୁଣା ବ୍ଲକରେ ପାଣି ଛାଡ଼ିଥିବା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ ମୋଟ୍‌ ୮୫ପଞ୍ଚାୟତର ୨୨୪ଗାଁରୁ ୨୮ହଜାର ୯୦୧ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୬୩ ବାତ୍ୟା ଆଶ୍ରୟସ୍ଥଳ ରଖାଯାଇଛି। ୧୫୭ ମାଗଣା ଖାଦ୍ୟ ବଣ୍ଟନ କେନ୍ଦ୍ର କରାଯାଇଛି। ଆର୍‌ଡିସି ସେଣ୍ଟ୍ରାଲ ଡିଭିଜନ ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ପହଞ୍ଚତ୍ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହିଛନ୍ତି, ଜିଲାର ବହୁ ଗ୍ରାମଗୁଡ଼ିକ ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ନଦୀର ଜଳସ୍ତର କମିଥିଲେ ସୁଦ୍ଧା ଏବେ ବି ବିପଦ ସଂକେତ ଉପରେ ରହିଛି। ଏଥିପାଇଁ ପାଣି ଅଞ୍ଚଳକୁ ନ ଯିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ବନ୍ୟା ପୀଡ଼ିତଙ୍କ ପାଇଁ ଶୁଖିଲା ଖାଦ୍ୟ ବହୁମାତ୍ରାରେ ଗଚ୍ଛିତ ରହିଛି। ପ୍ରତି ବ୍ଲକରେ ଏହା ଗଚ୍ଛିତ ଥିବା ବେଳେ ଲୋକମାନଙ୍କୁ ବିତରଣ କରାଯାଉଛି। ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ବେଳେ ଯେଉଁଠି ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚତ୍ ନାହିଁ ସେମାନେ କ୍ଲଷ୍ଟର ଲେବୁଲ ଟିମ୍‌କୁ ଜଣାଇଲେ ଖାଦ୍ୟ ଯୋଗାଇ ଦିଆଯିବ। ଯେତେଦିନ ଯାଏ ବନ୍ୟା ପରିସ୍ଥିତି ରହିବ ଓ ଯୋଗାଯୋଗ ସୁବ୍ୟବସ୍ଥା ହୋଇ ନ ଥିବ ସେତେଦିନ ଯାଏ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?