କୁକୁରକୁ ଭାରତ ପଠାଇଲେ ଛାତ୍ର, ନିଜେ ଆସିବାକୁ ମନା କଲେ; କାରଣ ଜାଣିଲେ…

ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଏବେ ବି କିଛି ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଭାରତ ସରକାର ‘ଅପରେଶନ ଗଙ୍ଗା’ ଯୋଗେ ଛାତ୍ରୀଛାତ୍ରଙ୍କୁ ଏୟାରଲିଫ୍ଟ କରିସାରିଛନ୍ତି। ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ହରିୟାଣାର ରୋହତକରେ ରହୁଥିବା ଏମ୍‌ବିବିଏସ୍‌ ଛାତ୍ର ସାହିଲ ଦୁହନ ରୁଷିଆନ ପ୍ରଜାତିର ପୋଷା କୁକୁର ସୁଣ୍ଡୁକୁ ନିଜେ ନ ଆସି ଭାରତ ପଠାଇ ଦେଇଛନ୍ତି। କାରଣ ୟୁକ୍ରେନରେ ଜଣେ ସାଙ୍ଗକୁ ସାହାଯ୍ୟ କରିବା ପାଇଁ ସେଠାରେ ସେ ଅଛନ୍ତି।

ସାହିଲଙ୍କ ପରିବାର ଲୋକେ କୁହନ୍ତି, ଯୁଦ୍ଧ ସମୟରେ ସେ ତାଙ୍କ ପାଳିତ କୁକୁରକୁ ଏକୁଟିଆ ଛାଡ଼ିବାକୁ ଚାହିଁ ନ ଥିଲେ। ଏଥିପାଇଁ ସାହିଲ ତାଙ୍କର ଜଣେ ବନ୍ଧୁଙ୍କ ସହ କୁକୁରକୁ ଭାରତ ପଠାଇଥିଲେ। ମାତ୍ର ସେ ଆଉ ଜଣେ ସାଙ୍ଗକୁ ସାହାଯ୍ୟ କରିବା ପାଇଁ ୟୁକ୍ରେନରେ ରହିଲେ। କାରଣ ତାଙ୍କ ସାଙ୍ଗର ୨ ମାସର ଏକ ପୁଅ। ତାଙ୍କ ମା’ ଅସୁସ୍ଥ। ତେଣୁ ସେ ଆସି ପାରିଲେ ନାହିଁ। ଅନ୍ୟପକ୍ଷରେ ସୁଣ୍ଡୁ ସାହିଲଙ୍କୁ ବି ଭାରତରେ ବହୁତ ଖୋଜୁଛି। କେହି ବି ଗେଟ୍‌ ଖୋଲିଲେ ସେ ଦୌଡ଼ି ଯାଉଛି। ସବୁ ବେଳେ ଉଦାସ ମନରେ ରହୁଛି ସୁଣ୍ଡୁ। କୁକୁର ହେଲେ ବି ସେ ସାହିଲଙ୍କୁ ମନେ ମନେ ବହୁତ ଖୋଜୁଛି।

ସାହିଲଙ୍କ ପରିବାର ସୁଣ୍ଡୁର ବେଶ୍‌ ଭଲ ଭାବେ ଦେଖାଶୁଣା କରୁଛନ୍ତି। ସୁଣ୍ଡୁ ୩ ମାସ ପୂର୍ବରୁ ସାହିଲଙ୍କ ସହ ଭାରତ ଆସିଥିଲା। ୮ ମାସ ତଳେ ସାହିଲ ସୁଣ୍ଡୁକୁ ୟୁକ୍ରେନରୁ କିଣିଥିଲେ। ସେ ଘରକୁ ଆସିଲେ ତାକୁ ସାଥୀରେ ଆଣି ଆସନ୍ତି। ଏଥର କିନ୍ତୁ ସୁଣ୍ଡୁ ଏକା ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ କରୁଛନ୍ତି ମସଜିଦ୍‌ର ରକ୍ଷାଣବେକ୍ଷଣ

ପାଟନା,୮।୯: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ବିହାର ନାଳନ୍ଦା ଜିଲାର ମାଡ଼ି ଗାଁ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ନିଆରା ଉଦାହରଣ...

୧୭ହଜାର ଫୁଟ ଉଚ୍ଚ ଚାଇନା ସୀମାରେ ରାସ୍ତା ନିର୍ମାଣ କଲା ଭାରତ: ଭିଡ଼ିଓ କନ୍‌ଫରେନ୍ସିଂରେ ଉଦ୍‌ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୮।୫: କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ପିଥୋରଗଡ଼ରୁ ଚାଇନା ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି ଭାରତ। ଏହି ନୂତନ ସଡ଼କକୁ ପ୍ରତିରକ୍ଷାମନ୍ତ୍ରୀ...

ଦେଶରୁ କୁପୋଷଣ ହଟାଇବା ପାଇଁ ସିଏସ୍‌ଆଇଆର୍‌ ବୈଜ୍ଞାନିକ କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୫।୨: ଦେଶରୁ କୁପୋଷଣ ହଟାଇବା ପାଇଁ ବୈଜ୍ଞାନିକମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସିଏସ୍‌ଆଇଆର୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ...

୩୦ଟି କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ୩୦ଟି ପ୍ରତିଷେଧକ ଟୀକାର ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି।...

ଭାରତରୁ ପ୍ରଥମଥର ଲଣ୍ଡନ ରପ୍ତାନୀ ହେଲା ସବୁଠୁ ରାଗ ଲଙ୍କା, ମୋଦି କହିଲେ…

ନୂଆଦିଲ୍ଲୀ,୩୦ା୭: ନାଗାଲାଣ୍ଡର ‘କିଙ୍ଗ୍‌ ଚିଲି’ ବା ଭୂତ ଜ୍ୱାଳା କୁହାଯାଉଥିବା ଲଙ୍କା ପ୍ରଥମଥର ଲଣ୍ଡନକୁ ରପ୍ତାନୀ ହୋଇଛି। ଏହାକୁ ବିଶ୍ୱର ସବୁଠୁ ରାଗ ଲଙ୍କା ବୋଲି...

ନିଯୁକ୍ତି ଦେବାକୁ ଚାହୁଁନାହାନ୍ତି ମୋଦି, କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେ୍‌ରିଓ୍ବାଲ ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଚାହୁଁନାହାନ୍ତି। ସମାଜରେ ଘୃଣା ବିସ୍ତାର କରିବା ହେଉଛି...

କୁନି ଶିଶୁର ପୁଶ୍‌ଅପ୍ସ, ଭିଡିଓ ଭାଇରାଲ

କିଛି ଲୋକ ଓ୍ବାର୍କ ଆଉଟ୍‌ ଏବଂ ଜିମ୍‌ ନ ଯିବା ପାଇଁ ଆଳ ଦେଖାନ୍ତି। ମାତ୍ର ଏମିତି ଏକ ଭିଡିଓ ଅଛି, ଯାହାକୁ ଦେଖିଲେ ଜିମ୍‌...

ଲକ୍ଷେ ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week