ଥାନାଧିକାରୀଙ୍କ ବିରୋଧରେ କମିଶନରଙ୍କୁ ଭେଟିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,୮।୨(ବ୍ୟୁରୋ): କ୍ୟାପିଟାଲ ଥାନା ଅଧିକାରୀଙ୍କ ବିରୋଧରେ ପୋଲିସ କମିଶନରଙ୍କୁ ଫେରାଦ ହୋଇଛି ପ୍ରଦେଶ ଛାତ୍ର କଂଗ୍ରେସ। ସୋମବାର ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ ଓ ପିସିସିର ପୂର୍ବତନ ରାଜନୈତିକ ସଚିବ ପ୍ରକାଶ ମିଶ୍ରଙ୍କୁ ନେଇ ୩ଜଣିଆ ଟିମ୍‌ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ନୱାଜ କହିଛନ୍ତି, କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଚକ୍ରବର୍ତ୍ତୀ ୩ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ରହି ବହୁ ବେଆଇନ କାର୍ଯ୍ୟରେ ସାମିଲ ଅଛନ୍ତି। ତାଙ୍କ ନାମରେ ଦୁର୍ନୀତି, ପକ୍ଷପାତିତା, ଅପରାଧ ନିୟନ୍ତ୍ରଣରେ ବିଫଳତା ଆଦି ବହୁ ଅଭିଯୋଗ ପରେ ବି ଏଭଳି ଜଣେ ଅଫିସରଙ୍କୁ କିପରି କ୍ୟାପିଟାଲ ଥାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାର୍ଯ୍ୟ କରିବାକୁ ଦିଆଯାଇଛି। ବଦଳି ହେବାପରେ ବି ସେ କେଉଁ ଆଧାରରେ କ୍ୟାପିଟାଲ ଥାନାରେ ରହିଛନ୍ତି। କଂଗ୍ରେସ ଭବନ ପୋଡ଼ିରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ଧରିବା ବଦଳରେ ଛାତ୍ରନେତା ନିହାର ରଞ୍ଜନ ବେହେରାଙ୍କୁ ଗିରଫ କରିବା ଦୁର୍ଭାଗ୍ୟଜନକ ବୋଲି ନୱାଜ କହିଛନ୍ତି। ପୋଲିସ କମିଶନର ଅଭିଯୋଗ ଗ୍ରହଣ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ନୱାଜ କହିଛନ୍ତି।
କଂଗ୍ରେସ ଦୁଇ ଗୋଷ୍ଠୀ ବିରୋଧରେ ଖବର ପ୍ରସାରଣକୁ ନେଇ ଜନୈକ ଖବରଦାତାଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଛାତ୍ର ନେତା ନିହାର ରଞ୍ଜନ ବେହେରାଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା। ତେବେ ଏହାକୁ ଛାତ୍ର କଂଗ୍ରେସ ତୀବ୍ର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲା। କଂଗ୍ରେସ ଭବନରେ ନିଆଁ ଲଗାଇବା ଘଟଣାରେ କ୍ୟାପିଟାଲ ଥାନା ଅଧିକାରୀ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଇ ମିଛ ମକଦ୍ଦମାରେ ଛାତ୍ର ନେତାଙ୍କୁ ଗିରଫ କରିବା ପ୍ରତିବାଦରେ ରବିବାର ଛାତ୍ର କଂଗ୍ରେସ ପକ୍ଷରୁ ଧାରଣା ଓ ରାସ୍ତାରୋକୋ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri