ଡିଲ୍‌ ବେଳେ ଶିକାରୀଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,(ବ୍ୟୁରୋ)/ସୋନପୁର, (ନି.ପ୍ର.)୧୪ା୧୦:ରାଜ୍ୟରେ ବନ୍ୟପ୍ରାଣୀ ଶିକାର ବିରୋଧରେ କଠୋର ଆଇନ ବ୍ୟବସ୍ଥା ରହିଛି। ହେଲେ କଡ଼ା ଆଇନ ଓ କଟକଣା ସତ୍ତ୍ୱେ ବନ ବିଭାଗ ବନ୍ୟପ୍ରାଣୀ ଶିକାରକୁ ରୋକିପାରୁ ନାହିଁ। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ବାଘଛାଲର ବିଶେଷ ଚାହିଦା ରହିଥିବାରୁ ବାଘଙ୍କ ଉପରେ ଶିକାରୀଙ୍କ ଲୋଲୁପଦୃଷ୍ଟି ପଡୁଛି। ଅନେକ କ୍ଷେତ୍ରରେ ବନ କର୍ମଚାରୀଙ୍କ ସହ ଶିକାରୀ ମଧୁଚନ୍ଦ୍ରିକା ରଖି ବାଘ ଶିକାର କରୁଛନ୍ତି, ଯେଉଥିପାଇଁ ରାଜ୍ୟରେ ଅବାଧ ବାଘ ଶିକାର ବଢିଚାଲିଛି। ଏକ କଲରାପତରିଆ ବାଘକୁ ଶିକାର କରି ଛାଲ ବିକ୍ରି କରିବା ସମୟରେ ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ୱାରା ଜଣେ ଶିକାରୀ ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ ଦେଢ ଲକ୍ଷ ଟଙ୍କାର ବାଘଛାଲ ଜବତ କରାଯାଇଛି। ସୁବର୍ଣ୍ଣପୁର ସରକାରୀ ଆଇଟିଆଇ ନିକଟରେ ଏହି ଡିଲ୍‌ ହେଉଥିବାବେଳେ ଏସ୍‌ଟିଏଫ୍‌ ସୂଚନା ପାଇ ସମ୍ପୃକ୍ତ ଶିକାରୀ ତଥା ବେପାରୀ ସମ୍ବଲପୁର ଜିଲା ମହୁଲପାଲି ଅଞ୍ଚଳର ଅଶୋକ ଛତ୍ରିଆଙ୍କୁ ଗିରଫ କରିଛି। ଏହି ଛାଲ ସୁବର୍ଣ୍ଣପୁରରୁ ରାଜ୍ୟ ବାହାରକୁ ଚାଲାଣ ହୋଇଥାନ୍ତା। ଏ ନେଇ ଓ୍ବାଇଡ୍‌ ଲାଇଫ୍‌ ପ୍ରୋଟେକ୍‌ସନ୍‌ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା (ନଂ. ୨୪/୨୦) ରୁଜୁ କରି ଏସ୍‌ଟିଏଫ୍‌ ଅଶୋକଙ୍କୁ ସୁବର୍ଣ୍ଣପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଚାଲାଣ କରିଛି।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ସରକାରୀ ଆଇଟିଆଇ ନିକଟରେ ବାଘ ଛାଲ ଡିଲ୍‌ ହେବା ନେଇ ଏସ୍‌ଟିଏଫ୍‌ ଖବର ପାଇଥିଲା। ତେଣୁ ଏ ନେଇ ଏସ୍‌ଟିଏଫ୍‌ ଜାଲ ବିଛାଇଥିଲା। ସୋମବାର ମଧ୍ୟାହ୍ନ ୧୨ଟାରେ ଅଶୋକ ଉକ୍ତ କଲେଜ ନିକଟରେ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଧରି ଛିଡ଼ା ହୋଇଥିଲେ। ସମ୍ବଲପୁରର ଜଣେ ବେପାରୀ ଆସି ତାଙ୍କଠାରୁ ବାଘଛାଲ ନେଇଥାନ୍ତେ। ତେବେ ପୂର୍ବରୁ ସେଠାରେ ଲୁଚି ରହିଥିବା ଏସ୍‌ଟିଏଫ ଅଧିକାରୀମାନେ ଅଶୋକଙ୍କୁ ମାଡ଼ିବସିଥିଲେ। ଯାଞ୍ଚବେଳେ ତାଙ୍କ ବ୍ୟାଗରୁ ଏକ ବାଘ ଛାଲ ମିଳିଥିଲା।
ଅଶୋକ କେବେଠାରୁ ବାଘଛାଲ ବେପାର କରୁଥିଲେ? ତାଙ୍କ ଲିଙ୍କ୍‌ରେ କେତେଜଣ ଏଜେଣ୍ଟ ଅଛନ୍ତି? ସେ କେତେଜଣଙ୍କୁ ବାଘଛାଲ ବିକ୍ରି କରିଛନ୍ତି? ବାଘକୁ ସେ କେଉଁ ଜଙ୍ଗଲରୁ ହତ୍ୟା କଲେ ଏବଂ ଗୁଳି କରି ନା ଅନ୍ୟ କେଉଁଥିରେ ଶିକାର କଲେ? ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ଏସ୍‌ଟିଏଫ୍‌ ଅଧିକାରୀମାନେ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବେ ବୋଲି ଜଣାପଡ଼ିଛି। କିଭଳି ବାଘ ଶିକାର କରାଯାଇଛି ତାହା ଜାଣିବା ପାଇଁ ଜବତ ବାଘଛାଲକୁ ଡେରାଡୁନସ୍ଥିତ ଓ୍ବାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟକୁ କେମିକାଲ ଟେଷ୍ଟ ନିମନ୍ତେ ପଠାଯିବ ବୋଲି ଏସ୍‌ଟିଏଫର ଜଣେ ଅଧିକାରୀ କହିଛନ୍ତି।
ବିଦେଶରେ ବାଘଛାଲର ଚାହିଦା ରହିଛି। ସମ୍ପ୍ରତି ବାଘଛାଲ କାରବାରର ହବ୍‌ ପାଲଟିଛି କୋଲକାତା। ଓଡ଼ିଶାର ବିଭିନ୍ନ ଜଙ୍ଗଲରୁ ବାଘ ଶିକାର କରାଯାଇ କୋଲକାତାକୁ ପଠାଯାଉଛି। ସେଠାରୁ ସିଲିଗୁଡ଼ି, ନେପାଳ, ତିବ୍ବତ୍‌, ବର୍ମା, ଚାଇନା ଓ ଇରାନକୁ ଚାଲାଣ ହେଉଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୫-୧୬ରେ ରାଜ୍ୟର ୧୬ ବନ୍ୟପ୍ରାଣୀ ଡିଭିଜନରେ ୨୪ ବାଘ ଶିକାର ହୋଇଥିଲା। ଅନ୍ୟପକ୍ଷେ ଏସ୍‌ଟିଏଫ୍‌ ରିପୋର୍ଟ ମୁତାବକ ଗତ ୩ବର୍ଷରେ ୧୧ ବାଘଛାଲ, ୪ ହରିଣ ଛାଲ ଜବତ କରାଯାଇଛି। ସେହିପରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ବେଳେ ୪ଟି ବଜ୍ରକାପ୍ତାର କାତି ଜବତ ହୋଇଛି। ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ମାମଲାରେ ଏପର୍ଯ୍ୟନ୍ତ ୩୮ ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ବନ୍ୟପ୍ରାଣୀ ଶିକାର ରୋକିବାକୁ ହେଲେ ବନ ବିଭାଗକୁ ଅଧିକ ସକ୍ରିୟ ଓ ସଜାଗ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?