ଡିଲ୍‌ ବେଳେ ଶିକାରୀଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,(ବ୍ୟୁରୋ)/ସୋନପୁର, (ନି.ପ୍ର.)୧୪ା୧୦:ରାଜ୍ୟରେ ବନ୍ୟପ୍ରାଣୀ ଶିକାର ବିରୋଧରେ କଠୋର ଆଇନ ବ୍ୟବସ୍ଥା ରହିଛି। ହେଲେ କଡ଼ା ଆଇନ ଓ କଟକଣା ସତ୍ତ୍ୱେ ବନ ବିଭାଗ ବନ୍ୟପ୍ରାଣୀ ଶିକାରକୁ ରୋକିପାରୁ ନାହିଁ। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ବାଘଛାଲର ବିଶେଷ ଚାହିଦା ରହିଥିବାରୁ ବାଘଙ୍କ ଉପରେ ଶିକାରୀଙ୍କ ଲୋଲୁପଦୃଷ୍ଟି ପଡୁଛି। ଅନେକ କ୍ଷେତ୍ରରେ ବନ କର୍ମଚାରୀଙ୍କ ସହ ଶିକାରୀ ମଧୁଚନ୍ଦ୍ରିକା ରଖି ବାଘ ଶିକାର କରୁଛନ୍ତି, ଯେଉଥିପାଇଁ ରାଜ୍ୟରେ ଅବାଧ ବାଘ ଶିକାର ବଢିଚାଲିଛି। ଏକ କଲରାପତରିଆ ବାଘକୁ ଶିକାର କରି ଛାଲ ବିକ୍ରି କରିବା ସମୟରେ ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ୱାରା ଜଣେ ଶିକାରୀ ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ ଦେଢ ଲକ୍ଷ ଟଙ୍କାର ବାଘଛାଲ ଜବତ କରାଯାଇଛି। ସୁବର୍ଣ୍ଣପୁର ସରକାରୀ ଆଇଟିଆଇ ନିକଟରେ ଏହି ଡିଲ୍‌ ହେଉଥିବାବେଳେ ଏସ୍‌ଟିଏଫ୍‌ ସୂଚନା ପାଇ ସମ୍ପୃକ୍ତ ଶିକାରୀ ତଥା ବେପାରୀ ସମ୍ବଲପୁର ଜିଲା ମହୁଲପାଲି ଅଞ୍ଚଳର ଅଶୋକ ଛତ୍ରିଆଙ୍କୁ ଗିରଫ କରିଛି। ଏହି ଛାଲ ସୁବର୍ଣ୍ଣପୁରରୁ ରାଜ୍ୟ ବାହାରକୁ ଚାଲାଣ ହୋଇଥାନ୍ତା। ଏ ନେଇ ଓ୍ବାଇଡ୍‌ ଲାଇଫ୍‌ ପ୍ରୋଟେକ୍‌ସନ୍‌ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା (ନଂ. ୨୪/୨୦) ରୁଜୁ କରି ଏସ୍‌ଟିଏଫ୍‌ ଅଶୋକଙ୍କୁ ସୁବର୍ଣ୍ଣପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଚାଲାଣ କରିଛି।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ସରକାରୀ ଆଇଟିଆଇ ନିକଟରେ ବାଘ ଛାଲ ଡିଲ୍‌ ହେବା ନେଇ ଏସ୍‌ଟିଏଫ୍‌ ଖବର ପାଇଥିଲା। ତେଣୁ ଏ ନେଇ ଏସ୍‌ଟିଏଫ୍‌ ଜାଲ ବିଛାଇଥିଲା। ସୋମବାର ମଧ୍ୟାହ୍ନ ୧୨ଟାରେ ଅଶୋକ ଉକ୍ତ କଲେଜ ନିକଟରେ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଧରି ଛିଡ଼ା ହୋଇଥିଲେ। ସମ୍ବଲପୁରର ଜଣେ ବେପାରୀ ଆସି ତାଙ୍କଠାରୁ ବାଘଛାଲ ନେଇଥାନ୍ତେ। ତେବେ ପୂର୍ବରୁ ସେଠାରେ ଲୁଚି ରହିଥିବା ଏସ୍‌ଟିଏଫ ଅଧିକାରୀମାନେ ଅଶୋକଙ୍କୁ ମାଡ଼ିବସିଥିଲେ। ଯାଞ୍ଚବେଳେ ତାଙ୍କ ବ୍ୟାଗରୁ ଏକ ବାଘ ଛାଲ ମିଳିଥିଲା।
ଅଶୋକ କେବେଠାରୁ ବାଘଛାଲ ବେପାର କରୁଥିଲେ? ତାଙ୍କ ଲିଙ୍କ୍‌ରେ କେତେଜଣ ଏଜେଣ୍ଟ ଅଛନ୍ତି? ସେ କେତେଜଣଙ୍କୁ ବାଘଛାଲ ବିକ୍ରି କରିଛନ୍ତି? ବାଘକୁ ସେ କେଉଁ ଜଙ୍ଗଲରୁ ହତ୍ୟା କଲେ ଏବଂ ଗୁଳି କରି ନା ଅନ୍ୟ କେଉଁଥିରେ ଶିକାର କଲେ? ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ଏସ୍‌ଟିଏଫ୍‌ ଅଧିକାରୀମାନେ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବେ ବୋଲି ଜଣାପଡ଼ିଛି। କିଭଳି ବାଘ ଶିକାର କରାଯାଇଛି ତାହା ଜାଣିବା ପାଇଁ ଜବତ ବାଘଛାଲକୁ ଡେରାଡୁନସ୍ଥିତ ଓ୍ବାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟକୁ କେମିକାଲ ଟେଷ୍ଟ ନିମନ୍ତେ ପଠାଯିବ ବୋଲି ଏସ୍‌ଟିଏଫର ଜଣେ ଅଧିକାରୀ କହିଛନ୍ତି।
ବିଦେଶରେ ବାଘଛାଲର ଚାହିଦା ରହିଛି। ସମ୍ପ୍ରତି ବାଘଛାଲ କାରବାରର ହବ୍‌ ପାଲଟିଛି କୋଲକାତା। ଓଡ଼ିଶାର ବିଭିନ୍ନ ଜଙ୍ଗଲରୁ ବାଘ ଶିକାର କରାଯାଇ କୋଲକାତାକୁ ପଠାଯାଉଛି। ସେଠାରୁ ସିଲିଗୁଡ଼ି, ନେପାଳ, ତିବ୍ବତ୍‌, ବର୍ମା, ଚାଇନା ଓ ଇରାନକୁ ଚାଲାଣ ହେଉଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୫-୧୬ରେ ରାଜ୍ୟର ୧୬ ବନ୍ୟପ୍ରାଣୀ ଡିଭିଜନରେ ୨୪ ବାଘ ଶିକାର ହୋଇଥିଲା। ଅନ୍ୟପକ୍ଷେ ଏସ୍‌ଟିଏଫ୍‌ ରିପୋର୍ଟ ମୁତାବକ ଗତ ୩ବର୍ଷରେ ୧୧ ବାଘଛାଲ, ୪ ହରିଣ ଛାଲ ଜବତ କରାଯାଇଛି। ସେହିପରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ବେଳେ ୪ଟି ବଜ୍ରକାପ୍ତାର କାତି ଜବତ ହୋଇଛି। ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ମାମଲାରେ ଏପର୍ଯ୍ୟନ୍ତ ୩୮ ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ବନ୍ୟପ୍ରାଣୀ ଶିକାର ରୋକିବାକୁ ହେଲେ ବନ ବିଭାଗକୁ ଅଧିକ ସକ୍ରିୟ ଓ ସଜାଗ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri