Posted inଖେଳ

ଭାରତୀୟ ମହିଳା କ୍ରିକେଟ ଦଳକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା

ଦୁବାଇ, ୨୭।୪(ପି.ଟି.)-୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଯୋଗ୍ୟତା ଅର୍ଜନ କରିଛି। ଏହି ମଲ୍ଟି ସ୍ପୋଟର୍‌ସ ଇଭେଣ୍ଟକୁ କ୍ରିକେଟ ଦ୍ୱିତୀୟ ଥରପାଇଁ ପ୍ରତ୍ୟାବର୍ତ୍ତନ କରିଛି। ଭାରତ ସମେତ ଅନ୍ୟ ୫ ଦଳ ଯୋଗ୍ୟତା ପାଇଛନ୍ତି। ଆୟୋଜକ ଇଂଲଣ୍ଡ ସହିତ ଯୋଗ ଦେଇଥିବା ୬ ଯୋଗ୍ୟତାପ୍ରାପ୍ତ ଦଳ ହେଲେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜର ଏକ ଦଳ। ଏପ୍ରିଲ ୧ ସୁଦ୍ଧା ଆଇସିସି ର଼୍ୟାଙ୍କିଙ୍ଗ ଅନୁସାରେ ଏହି ଦଳଗୁଡ଼ିକ ଯୋଗ୍ୟତା ହାସଲ କରିଛନ୍ତି। ଆଇସିସି ପ୍ରତିଯୋଗିତାଗୁଡ଼ିକରେ ଓ୍ବେଷ୍ଟଇଣ୍ଡିଜ ଭାଗ ନେଉଥିଲେ ହେଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା ପର୍ଯ୍ୟାୟ ପ୍ରକ୍ରିୟା ଅନୁସାରେ କ୍ୱାଲିଫାଇଂ ଇଭେଣ୍ଟ ପରେ କାରିବିୟନ ଅଞ୍ଚଳରୁ କେଉଁ ଦେଶ ଭାଗନେବ ତାହା ସ୍ପଷ୍ଟ ହେବ। ଖେଳାଳିମାନେ ବ୍ୟକ୍ତିଗତଭାବେ ସେମାନଙ୍କ ନିଜ ଦେଶରୁ ପ୍ରତିନିଧିତ୍ୱ କରିବେ। ୨୦୨୨ ଜାନୁୟାରୀ ୩୧ରେ ଏକ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହେବ। ଏହାପରେ ଶେଷ ଦଳଭାବେ କିଏ ଅଂଶଗ୍ରହଣ କରିବ ତାହା ସ୍ପଷ୍ଟ ହେବ। ଏହି ଟୁର୍ନାମେଣ୍ଟ ସମ୍ପର୍କରେ ପରେ ସବିଶେଷ ତଥ୍ୟ ପ୍ରକାଶ ପାଇବ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ କରାଯାଇଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ ସଂସ୍କରଣରେ ମହିଳା କ୍ରିକେଟ ପ୍ରଥମଥରପାଇଁ ସାମିଲ ହୋଇଛି। ତେବେ ଏହି ମେଗା ଇଭେଣ୍ଟରେ କ୍ରିକେଟ ଦ୍ୱିତୀୟ ଥରପାଇଁ ଖେଳାହେବାକୁ ଯାଉଛି। ପୂର୍ବରୁ ୧୯୯୮ରେ କୁଆଲାଲମ୍ପୁରରେ ଅନୁଷ୍ଠିତ ସଂସ୍କରଣରେ ପୁରୁଷ ଦିନିକିଆ ଟୁର୍ନାମେଣ୍ଟ ସାମିଲ ହୋଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରିକେଟ ଟୁର୍ନାମେଣ୍ଟ ଆଇକନିକ୍‌ ଏଜ୍‌ବାଷ୍ଟନ ଷ୍ଟାଡିୟମରେ ଖେଳାଯିବ। ଚଳିତ ବର୍ଷ ଶେଷରେ ଟିକେଟ ବିକ୍ରି ଆରମ୍ଭ ହେବ। ”ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିବା ସ୍ପଷ୍ଟ ହେବା ବହୁତ ଖୁସିର କଥା। ଆମେ ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲୁ। ତେଣୁ ଆଗାମୀ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ବେଶ୍‌ ଆଶାବାଦୀ“ ବୋଲି ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଇସିସି କାର୍ଯ୍ୟକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ୍‌ ଆଲାର୍ଡିସ ମଧ୍ୟ ଖୁସି ଜାହିର କରିଛନ୍ତି। ୨୦୨୨ ବର୍ମିଂହାମ ଗେମ୍‌ରେ ସାମିଲ ହୋଇଥିବାରୁ ଆମେ ଗର୍ବିତ। ବିଶ୍ୱବ୍ୟାପୀ ମହିଳା କ୍ରିକେଟକୁ ପ୍ରସାର କରାଇବାରେ ଏହା ବଡ଼ ସୁଯୋଗ ଆଣିବ ବୋଲି ସେ କହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ ସଭାପତି ଲୁଇସ ମାର୍ଟିନ ମଧ୍ୟ କ୍ରିକେଟ ପ୍ରତ୍ୟାବର୍ତ୍ତନରେ ଆନନ୍ଦିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri