Posted inଖେଳ

ଭାରତୀୟ ମହିଳା କ୍ରିକେଟ ଦଳକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା

ଦୁବାଇ, ୨୭।୪(ପି.ଟି.)-୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଯୋଗ୍ୟତା ଅର୍ଜନ କରିଛି। ଏହି ମଲ୍ଟି ସ୍ପୋଟର୍‌ସ ଇଭେଣ୍ଟକୁ କ୍ରିକେଟ ଦ୍ୱିତୀୟ ଥରପାଇଁ ପ୍ରତ୍ୟାବର୍ତ୍ତନ କରିଛି। ଭାରତ ସମେତ ଅନ୍ୟ ୫ ଦଳ ଯୋଗ୍ୟତା ପାଇଛନ୍ତି। ଆୟୋଜକ ଇଂଲଣ୍ଡ ସହିତ ଯୋଗ ଦେଇଥିବା ୬ ଯୋଗ୍ୟତାପ୍ରାପ୍ତ ଦଳ ହେଲେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜର ଏକ ଦଳ। ଏପ୍ରିଲ ୧ ସୁଦ୍ଧା ଆଇସିସି ର଼୍ୟାଙ୍କିଙ୍ଗ ଅନୁସାରେ ଏହି ଦଳଗୁଡ଼ିକ ଯୋଗ୍ୟତା ହାସଲ କରିଛନ୍ତି। ଆଇସିସି ପ୍ରତିଯୋଗିତାଗୁଡ଼ିକରେ ଓ୍ବେଷ୍ଟଇଣ୍ଡିଜ ଭାଗ ନେଉଥିଲେ ହେଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା ପର୍ଯ୍ୟାୟ ପ୍ରକ୍ରିୟା ଅନୁସାରେ କ୍ୱାଲିଫାଇଂ ଇଭେଣ୍ଟ ପରେ କାରିବିୟନ ଅଞ୍ଚଳରୁ କେଉଁ ଦେଶ ଭାଗନେବ ତାହା ସ୍ପଷ୍ଟ ହେବ। ଖେଳାଳିମାନେ ବ୍ୟକ୍ତିଗତଭାବେ ସେମାନଙ୍କ ନିଜ ଦେଶରୁ ପ୍ରତିନିଧିତ୍ୱ କରିବେ। ୨୦୨୨ ଜାନୁୟାରୀ ୩୧ରେ ଏକ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହେବ। ଏହାପରେ ଶେଷ ଦଳଭାବେ କିଏ ଅଂଶଗ୍ରହଣ କରିବ ତାହା ସ୍ପଷ୍ଟ ହେବ। ଏହି ଟୁର୍ନାମେଣ୍ଟ ସମ୍ପର୍କରେ ପରେ ସବିଶେଷ ତଥ୍ୟ ପ୍ରକାଶ ପାଇବ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ କରାଯାଇଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ ସଂସ୍କରଣରେ ମହିଳା କ୍ରିକେଟ ପ୍ରଥମଥରପାଇଁ ସାମିଲ ହୋଇଛି। ତେବେ ଏହି ମେଗା ଇଭେଣ୍ଟରେ କ୍ରିକେଟ ଦ୍ୱିତୀୟ ଥରପାଇଁ ଖେଳାହେବାକୁ ଯାଉଛି। ପୂର୍ବରୁ ୧୯୯୮ରେ କୁଆଲାଲମ୍ପୁରରେ ଅନୁଷ୍ଠିତ ସଂସ୍କରଣରେ ପୁରୁଷ ଦିନିକିଆ ଟୁର୍ନାମେଣ୍ଟ ସାମିଲ ହୋଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରିକେଟ ଟୁର୍ନାମେଣ୍ଟ ଆଇକନିକ୍‌ ଏଜ୍‌ବାଷ୍ଟନ ଷ୍ଟାଡିୟମରେ ଖେଳାଯିବ। ଚଳିତ ବର୍ଷ ଶେଷରେ ଟିକେଟ ବିକ୍ରି ଆରମ୍ଭ ହେବ। ”ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିବା ସ୍ପଷ୍ଟ ହେବା ବହୁତ ଖୁସିର କଥା। ଆମେ ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲୁ। ତେଣୁ ଆଗାମୀ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ବେଶ୍‌ ଆଶାବାଦୀ“ ବୋଲି ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଇସିସି କାର୍ଯ୍ୟକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ୍‌ ଆଲାର୍ଡିସ ମଧ୍ୟ ଖୁସି ଜାହିର କରିଛନ୍ତି। ୨୦୨୨ ବର୍ମିଂହାମ ଗେମ୍‌ରେ ସାମିଲ ହୋଇଥିବାରୁ ଆମେ ଗର୍ବିତ। ବିଶ୍ୱବ୍ୟାପୀ ମହିଳା କ୍ରିକେଟକୁ ପ୍ରସାର କରାଇବାରେ ଏହା ବଡ଼ ସୁଯୋଗ ଆଣିବ ବୋଲି ସେ କହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ ସଭାପତି ଲୁଇସ ମାର୍ଟିନ ମଧ୍ୟ କ୍ରିକେଟ ପ୍ରତ୍ୟାବର୍ତ୍ତନରେ ଆନନ୍ଦିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?