ପହଞ୍ଚୁନି ପ୍ରକଳ୍ପ ପାଣି

ବଇଣ୍ଡା,୨୭ା୪(ପରିକ୍ଷିତ ସାହୁ) ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଛି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ଏହି କାରଣରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ବ୍ଲକର ୨୩ଟି ପଞ୍ଚାୟତରେ ୪୫ଟି ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ସମସ୍ତଙ୍କ ନିକଟରେ ପାଣି ପହଞ୍ଚତ୍ପାରୁ ନାହିଁ। କେଉଁଠି ପାଇପ୍‌ ଫାଟି ଆଁ କରିଛି ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଫଳରେ ପ୍ରତିବର୍ଷ ଖରାଦିନେ ପିଇବା ପାଣିକୁ ନେଇ ହନ୍ତସନ୍ତ ହେବାକୁ ପଡ଼ୁଛି ବ୍ଲକବାସିନ୍ଦାଙ୍କୁ।
ବ୍ଲକର ଠେଲକନାଳୀ ପଞ୍ଚାୟତରେ ବସୁଧା ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉନାହିଁ। ଏଥିଯୋଗୁ ପଞ୍ଚାୟତବାସୀ ପିଇବା ପାଣି ଯୋଗାଡ଼ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଇଣ୍ଡାଠାରେ ଥିବା ପ୍ରକଳ୍ପର ପାଇପ୍‌ଗୁଡିକ ୮୦ ପ୍ରତିଶତ ଫାଟିଯାଇଛି। ଫଳରେ ନୁନୁକାପଶି, ବଇଣ୍ଡାଛକ, ଶିକ୍ଷକପଡ଼ା ଆଦି ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ରହିଛି। ଗାଁ ବଇଣ୍ଡା ପଞ୍ଚାୟତର ଧୁଣ୍ଡି ଗ୍ରାମରେ ଠିକ୍‌ ଭାବେ ପାଣି ମିଳୁନାହିଁ। ଉକ୍ତ ଗ୍ରାମର ମଦନପଡ଼ା ସାହିକୁ ପାଣି ଯାଉ ନ ଥିବାବେଳେ ସେଠାରେ ନଳକୂଅଟିଏ ବି ଖୋଳାଯାଇ ନାହିଁ। କେତେକ ପଞ୍ଚାୟତରେ ଥିବା ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପଯୁକ୍ତ ଭାବେ କରାଯାଉ ନାହିଁ। ଏପରିକି ବିଦ୍ୟୁତ୍‌ ବିଲ୍‌ ପଇଠ କରାଯାଉ ନ ଥିବା ଯୋଗୁ ପାଣି ଯୋଗାଣ ଅନେକ ସମୟରେ ହୋଇପାରୁନାହିଁ। ସେହିପରି ବ୍ଲକରେ ଥିବା ୧୭୪୨ଟି ନଳକୂପ ମଧ୍ୟରୁ ସରକାରୀ ଭାବେ ୨୦ଟି ଅଚଳ ଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୧୨ ବୋଲି କୁହାଯାଉଛି। ସେଥିରୁ କଦଳୀମୁଣ୍ଡା ପଞ୍ଚାୟତରେ ୪ଟି, ଧଡରପାଳରେ ୩, ଉରୁକୁଳରେ ୪, ଅଙ୍ଗପଡ଼ାରେ ୩, ବିଲେଇନାଳିରେ ୫, କଦଳୀମୁଣ୍ଡାରେ ୪, ଠେଲକନାଳିରେ ୪, ଗାଁ ବଇଣ୍ଡାରେ ୪, କଣ୍ଟେଇକୋଳିଆରେ ୫ ନଳକୂଅ ଖରାପ ରହିଥିବା କୁହାଯାଉଛି। ଏ ନେଇ କିଶୋରନଗର ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି, ଠେଲକନାଳି ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ଏହାଛଡ଼ା ବ୍ଲକର ୨୩ଟି ପଞ୍ଚାୟତ ସହ ଆଠମଲ୍ଲିକ ବ୍ଲକର କିଆକଟା, ବାସୁଦେବପୁର, ଟୁସର ପଞ୍ଚାୟତକୁ ମହାନଦୀରୁ ପାଣି ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ହୋଇଛି। ଏହି ମେଗା ପ୍ରୋଜେକ୍ଟ ପାଇଁ ୨୫୩ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ପ୍ରକଳ୍ପ ନର୍ମାଣ ହେଲେ କିଶୋରନଗର ବ୍ଲକବାସୀଙ୍କ ପିଇବା ପାଣି ଅସୁବିଧା ରହିବ ନାହିଁ ବୋଲି ଯନ୍ତ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ପ୍ରକଳ୍ପରୁ ଦୈନିକ ପାଣି ମିଳୁନି
ପଞ୍ଚାୟତ ପକ୍ଷରୁ ଗ୍ରାମ ନିକଟରେ ଏକ ପ୍ରକଳ୍ପ କରାଯାଇଛି। କିନ୍ତୁ ପ୍ରତ୍ୟେକ ଦିନ ପାଣି ମିଳେନି। ଗତ ୩ ଦିନ ହେବ ପାଣି ଆସୁ ନ ଥିବାରୁ ଖୋଲା କୂଅ ଉପରେ ନିର୍ଭର କରିବାକୁ ପଡୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଲୋକେ ଉପକୃତ ହୁଅନ୍ତେ।
-ବବିତା ସାହୁ, ଧୁଣ୍ଡି
ଗାଁରେ ଟ୍ୟାଙ୍କର ବୁଲାଯାଉ
ବସୁଧା ଯୋଜନାରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି। ଏଯାଏ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଗ୍ରାମବାସୀ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ପ୍ରକଳ୍ପ ଶେଷ ସହ ଟ୍ୟାଙ୍କର ଯୋଗେ ଖଳାସାହିକୁ ପାଣି ଯୋଗାଇ ଦିଆଯାଉ।
-ସୁଷମା ପ୍ରଧାନ, ଠେଲକନାଳି

ଖୋଲା କୂଅ ଉପରେ ନିର୍ଭର
ଗ୍ରାମରେ ନଳକୂଅ ନାହିଁ। ଜଳ ପ୍ରକଳ୍ପ ନିର୍ମାଣ ହୋଇନାହିଁ। ଏକ ଖୋଲା କୂଅରୁ ୧୦୦ ପରିବାର ପାଣି ନେଉଛନ୍ତି। ବହୁଥର ବ୍ଲକ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଅଭିଯୋଗ କରିଛୁ। ହେଲେ କେହି ଶୁଣୁନାହାନ୍ତି। ତୁରନ୍ତ ଏକ ନଳକୂଅ ଖୋଳାଯାଉ।
-ସୁଭଦ୍ରା ସାହୁ, ଗୁରୁଜାଙ୍ଗ

୨ ବର୍ଷ ହେବ ପାଇପ୍‌ ଫାଟିଯାଇଛି
ବଇଣ୍ଡା ଅଞ୍ଚଳ ପାଇଁ ୧୯୯୯ ମସିହାରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲା। ୨ ବର୍ଷ ହେବ ପାଇପ୍‌ ଫାଟିଯାଇଛି। ନୂତନ ପାଇପ୍‌ ବିଛାଇବାରେ ବିଳମ୍ବ ଯୋଗୁ ବଇଣ୍ଡାବାସୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆଯାଉ।
-ରମେଶ କୁମାର ବେହେରା, ବଇଣ୍ଡା

ସୋଲାର ପମ୍ପ୍‌ ଅଚଳ
କଣ୍ଟେଇକୋଳିଆ ପଞ୍ଚାୟତର ଅନେକ ଗ୍ରାମକୁ ଯାଇଥିବା ପାଇପ୍‌ ଫାଟିଯାଇଛି। ୫ ବର୍ଷ ହେବ ଅଁଳାବେରେଣୀ ଗ୍ରାମ ସୋଲାର ପମ୍ପ୍‌ ଅଚଳ ହୋଇପଡିଛି। ବହୁ ନଳକୂଅରୁ ପାଣି ବାହାରୁ ନାହିଁ। ଫଳରେ ପଞ୍ଚାୟତବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।
-ଆମାତ ସାହୁ, କଣ୍ଟେଇକୋଳିଆ

ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି
କିଶୋରନଗର ବ୍ଲକରେ ଜଳ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସମସ୍ୟା ଥିବା ସମସ୍ତ ଗ୍ରାମକୁ ଟ୍ୟାଙ୍କର ପାଣି ଯୋଗାଣ ପାଇଁ ବ୍ଲକ କର୍ତ୍ତୃପକ୍ଷ ଓ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଳକୂଅ ନ ଥିଲେ ଖୋଳାଯିବାକୁ କୁହାଯାଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri