ରାଜ୍ୟରେ କମୁଛି ସଂକ୍ରମଣ, ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ: ଏସିଏସ୍‌

ଭୁବନେଶ୍ୱର,୩୦।୫: ରାଜ୍ୟରେ ଧିରେ ଧିରେ ପଜିଟିଭ ରେଟ ଖସିବାରେ ଲାଗିଛି ବୋଲି ରବିବାର ଏସିଏସ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି। ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ରାଜ୍ୟରେ ୯ଟି ଜିଲାରୁ ୬୦ ପ୍ରତିଶତ ମାମଲା ଆସୁଥିବା ବେଳେ ୧୯ଟି ଜିଲ୍ଲାରେ ପଜିଟିଭ ହାର କମିବାରେ ଲାଗିଛି। ୫ଟି ଜିଲାରେ ପଜିଟିଭ ହାର ୫ ପ୍ରତିଶତ ତଳେ ରହିଛି। ଏଥିରୁ ଯାହା ଜଣାପଡ଼ୁଛି ରାଜ୍ୟରେ ଆସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ ହାର କମିବ ବୋଲି ଏସିଏସ କହିଛନ୍ତି।

ରାଜ୍ୟରେ ଲକ୍‌ଡାଉନ କାରଣରୁ ଏବେ ପଜିଟିଭ ରେଟ କମୁଛି। ସେପଟେ ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବେଡର ଅଭାବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଆକଟିଭ କେସର ୮୬ ପ୍ରତିଶତ ଲୋକ ହୋମ ଆଇସୋଲେନସରେ ଚିକିତ୍ସିତ ହେଉଛନ୍ତି। ତେବେ ଜେନେରାଲ ବେଡରେ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ କେୟାର ବେଡର ଆବଶ୍ୟକ କମିବାରେ ଲାଗିଛି। ଆଡିସିନାଲ ଆଇସିୟୁ ବେଡ ୩୬୮ଟି ବୃଦ୍ଧି କରାଯିବ ବୋଲି ଏସିଏସ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଔଷଧର ଅଭାବ ଦେଖାଯାଇନାହିଁ। ରାଜ୍ୟକୁ ଟିକା ରାଜ୍ୟ ସରକାର ଠିକ ସମୟରେ ଆଣିଥିବା ବେଳେ ଏବେ ଓଡ଼ିଶା ପାଇଁ ୨- ଡିଜି ୫ ହଜାର ପାଉଚ ଅର୍ଡର ଦିଆଯାଇଛି। ହେଲେ ରାଜ୍ୟରେ ୬୭ ମେଟ୍ରିକ ଟନର ଅକ୍ସିଜେନର ଆବଶ୍ୟକତା ରହିଛି। ଏପର୍ଯ୍ୟନ୍ତ ଗୋଟିଏ ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇନି ବୋଲି କହିଛନ୍ତି ଏସିଏସ। ସେପଟେ ଓଡ଼ିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ ଅକ୍ସିଜେନ ଯୋଗାଇଛି ବୋଲି ଏସିଏସ କହିଛନ୍ତି। ଏବେ ଭାରତରେ ବ୍ଲାକ ଫଙ୍ଗସ ରୋଗ ବଢ଼ିବାରେ ଲାଗିଛି। ଏହି ଭିତରେ ରାଜ୍ୟରେ ମଧ୍ୟ ୨୫ଟି ବ୍ଲାକ ଫଙ୍ଗସ କେସ ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟ ରାଜ୍ୟ ଅପକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଏସିଏସ କହିଛନ୍ତି।

ବାତ୍ୟା ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି। ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିଏସ କହିଛନ୍ତି। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି। ଯଦି ଆଗକୁ ସ୍ଥିତି କିଛି ଅଣାୟତ ହୁଏ ତେବେ ସେଥିପାଇଁ ୩ ହଜାର ୮୦୦ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତ ଅଛନ୍ତି। ୭୮୬ ଜଣ ଡାକ୍ତର ଓ ୫୬୯୫ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି। ତେବେ ରାଜ୍ୟରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି। ଗ୍ଲୋବାଲ ଟେଣ୍ଡରେ ଜରିଆରେ ଟିକାକରଣ ଆଗକୁ ଆହୁରି ଜୋରଦାର ହେବ। ଆବଶ୍ୟକ ଭ୍ୟାକସିନ ଆସିଲେ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ମିଳିପାରିବ। ସେପଟେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଅଗାମୀ ସାବିତ୍ରୀ ଏବଂ ରଜରେ ବଜାର ଭିଡ ନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?