ଅନାହାରରେ ଥିବା ବୃଦ୍ଧଙ୍କୁ ମିଳିଲା ଖାଦ୍ୟ, ଚିକିତ୍ସା

ଛେଣ୍ଡିପଦା,୧୬।୫(ସ୍ବ.ପ୍ର.): ପୈତୃକ ଘର କିଶୋରନଗର ବ୍ଲକରେ। ହେଲେ ଦୀର୍ଘ ୪୦ ବର୍ଷ ହେଲା କାର୍ତ୍ତିକା ବେହେରା (୮୬) ଚାଲିଆସିଛନ୍ତି ଛେଣ୍ଡିପଦା ସାପୋଇସାହି ଅଞ୍ଚଳକୁ। ମୂଲ ମଜୁରି ଲାଗି ଯାହା ଆଣୁଥିଲେ ସ୍ତ୍ରୀଙ୍କ ସହ ଦୁଇମୁଠା ଖାଇ ଗଛମୂଳେ ଜରିପାଲ ତଳେ ରହିଯାଉଥିଲେ। ସରକାରଙ୍କ ପକ୍ଷରୁ ରାଶନ ଚାଉଳ ବ୍ୟତୀତ ଆଉ କିଛି ସହାୟତା ମିଳୁ ନ ଥିଲା ତାଙ୍କୁ। ହେଲେ ସ୍ତ୍ରୀଙ୍କ ମୃତ୍ୟୁ ଓ ବାର୍ଦ୍ଧକ୍ୟଜନିତ ରୋଗ ତାଙ୍କୁ ସମ୍ପୂର୍ଣ୍ଣ ଅସହାୟ କରିଦେଇଛି। ଠିକ୍‌ରେ ଆଉ ଚଲାବୁଲା କରିପାରୁ ନ ଥିବାରୁ ଅନାହାରରେ ରହିବାକୁ ବାଧ୍ୟ ହେଉଛନ୍ତି କାର୍ତ୍ତିକା। ତେବେ ଏ ସମ୍ପର୍କରେ ଜାଣିବା ପରେ ବସ୍‌ ଚାଳକ ସୀତାରାମ ସାହୁ ରବିବାର ତାଙ୍କ ନିକଟରେ ପହଞ୍ଚି ଦୁଃଖ ବୁଝିବା ସହ କିଛି ଖାଇବାକୁ ଦେଇଥିଲେ। ପରେ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ କହିବା ସହ ପ୍ରଶାସନକୁ ଖବର ଦେଇଥିଲେ। କାର୍ତ୍ତିକାଙ୍କ ଆଶୁଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନୁଗୋଳ ଉପ ଜିଲାପାଳ ବଇତୁରା ଦୀପଙ୍କୁ ଯୋଗାଯୋଗ କରିଥିଲେ। ଉପଜିଲାପାଳ ବଇତୁରା ଦୀପ ତୁରନ୍ତ ଛେଣ୍ଡିପଦା ତହସିଲଦାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖବର ପାଇ ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଲୋକମାନେ କାର୍ତ୍ତିକାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହିତ ଚିକିତ୍ସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri