ତାରକା ଖେଳାଳି ଦେଇଛି ହକିର ଅନ୍ତୁଡ଼ିଶାଳ

ରାଉରକେଲା ଅଫିସ,୧୩।୧:(ଦିନେଶ ମିଶ୍ର): ହକିର ଅନ୍ତୁଡିଶାଳ ସୁନ୍ଦରଗଡ ଜିଲାରୁ ଆଜିଯାଏ ଜାତୀୟ ଓ ଅନ୍ତର୍ଜାତୀୟ ଦଳରେ ୬୦ ଜଣ ଖେଳାଳି ହକି ଖେଳିବାର ସୁଯୋଗ ପାଇଛନ୍ତି। ଜିଲାର ରାଜଗାଙ୍ଗପୁର ଓ ବାଲିଶଙ୍କରା ବ୍ଲକରୁ ଅଧିକ ଖେଳାଳି ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି। ବର୍ତ୍ତମାନ ଭାରତ ଦଳରେ ବାଲିଶଙ୍କରା ବ୍ଲକର ସୋନାମରା ଗ୍ରାମରୁ ଦଳର ଉପଅଧିନାୟକ ଅମିତ ରୋହିଦାସ ଓ ବୀରମିତ୍ରପୁର କାଦୋବାହାଲ ଗ୍ରାମର ନିଲମ ସଞ୍ଜୀପ ଖେସ ଡିଫେଣ୍ଡର ଭାବେ ଚଳିତ ବିଶ୍ୱକପରେ ମ୍ୟାଚ୍‌ ଖେଳିବେ। ରାଜଗାଙ୍ଗପୁର ବ୍ଲକରୁ ଜାତୀୟ ଦଳରେ ନମିତା ଟପ୍ପୋ, ଲିଲିମା ମିଞ୍ଜ, ଫିଲେସିଆ ଏକ୍କା, ଭିକ୍ଟର ମିଞ୍ଜ, ଜୀବନ କିଶୋର ଟପ୍ପୋଙ୍କ ସମେତ ଅନ୍ୟ ବହୁ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଛନ୍ତି। ସେହିପରି ବାଲିଶଙ୍କରା ବ୍ଲକରୁ ହକି ତାରକା ଦିଲୀପ ତିର୍କୀ, ଅମିତ ରୋହିଦାସ, ଦୀପସାନ ତିର୍କୀ, ଅମନଦୀପ ଲାକ୍ରା, ଶୁଭଦ୍ରା ପ୍ରଧାନ, ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ବିକାଶ ଟପ୍ପୋ, ଗ୍ଲୋରିଆ ଡୁଙ୍ଗଡୁଙ୍ଗଙ୍କ ଭଳି ବହୁ ଖେଳାଳି ଦେଶ ପାଇଁ ହକି ଖେଳି ଗୌରବ ଅର୍ଜନ କରିଛନ୍ତି। ସେହିପରି ହକିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ଖେଳ ପ୍ରଦର୍ଶନ କରି ଦିଲୀପ ତିର୍କୀ ଓ ଇଗ୍ନେଶ ତିର୍କୀ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ଜିଲାରୁ ଜ୍ୟୋତି ସୁନିତା କୁଲୁ, ଇଗ୍ନେଶ ତିର୍କୀ, ଦିଲୀପ ତିର୍କୀ ଅର୍ଜୁନ ପୁରସ୍କାର ପାଇଛନ୍ତି।
ସୁନ୍ଦରଗଡ ଜିଲାରୁ ପ୍ରଥମ ହକି ଖେଳାଳି ଭାବେ ପିଟର ତିର୍କୀ ଭାରତ ଜୁନିୟର ଦଳରେ ସ୍ଥାନ ପାଇ ୧୯୮୨ ମସିହାରେ ମାଲେସିଆର କୁଆଲାଲମପୁରରେ ଅଲିମ୍ପିକ ଖେଳିବାକୁ ସୁଯୋଗ ପାଇଥିଲେ। ସୁନ୍ଦରଗଡ ଜିଲାରୁ ୮ ଜଣ ଖେଳାଳୀ ଲାଜରୁସ ବାର୍ଲା, ସୁନିତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ, ୟୁଲିୟମ ଖାଲକୋ, ଦିଲୀପ ତିର୍କୀ, ବୀରେନ୍ଦ୍ର ଲାକ୍ରା ଓ ଅନିତା କେରକେଟା ଅଲିମ୍ପିକରେ ଖେଳିବାକୁ ସୁଯୋଗ ପାଇଥିଲେ। ଏଥିସହ ଜାତୀୟ ସ୍ତରରେ ଏହି ଜିଲାରୁ ମିଲଟନ ବିଲୁଙ୍ଗ, ବିଜୟ ଲାକ୍ରା, ତେଜ କୁମାର ଖେସ, କାହ୍ନୁ ଚରଣ ଚୌଧୁରୀ, ଅମୂଲ୍ୟ ବିହାରୀ, ଫ୍ଲୋରେନ୍‌ସିଆ ଏକ୍କା, ଅମୂଲ୍ୟ ବେହେରା, ଲୁଇସ ଏକ୍କା, ପ୍ରଫୁଲ ତିର୍କୀ, ରାଜନ ଏକ୍କା କୋଚ ଦାୟିତ୍ୱ ତୁଲାଇଛନ୍ତି। ଏ ସମ୍ପର୍କରେ ଜାତୀୟ ହକି କୋଚ୍‌ ମିଲଟନ ବିଲୁଙ୍ଗଙ୍କୁ ପଚାରିବାରୁ ସେ କହିଥିଲେ, ସୁନ୍ଦରଗଡ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ପ୍ରଥମେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ମିଶନାରି ସ୍କୁଲଗୁଡିକର ଫାଦରମାନେ ଗାଁ ଗାଁ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ହକି ମ୍ୟାଚ୍‌ ଖେଳାଉଥିଲେ। ଏହି ମ୍ୟାଚ୍‌ର ବିଜୟତା ମାନଙ୍କୁ ପୁରସ୍କାର ଭାବେ କୁକୁଡା ନଚେତ ଖାସି ପ୍ରଦାନ କରାଯାଉଥିଲା। ଗ୍ରାମାଞ୍ଚଳରେ ମ୍ୟାଚ୍‌ ସାଙ୍ଗକୁ ଆମିଷ ଖାଦ୍ୟପେୟ ଗ୍ରାମବାସୀଙ୍କ ମଧ୍ୟରେ ଏକ ଉତ୍ସାହ ଆଣିଥିଲା। ପୂର୍ବରୁ ମନୋରଞ୍ଜନ ପାଇଁ ସେଭଳି କୌଣସି ବିଶେଷ ମାଧ୍ୟମ ନ ଥିବାରୁ ହକି ଖେଳର ପ୍ରସାର ହେଲା। ଧୀରେ ଧୀରେ ଏହି ଖେଳର ପ୍ରସାର ହେବାରୁ ପ୍ରଥମେ ରାଉରକେଲା ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ହକି ଟର୍ଫ ପଡିଆ ତିଆରି କରାଯାଇଥିଲା। ସେଠାରେ ଖେଳାଳିମାନଙ୍କ ରହିବା ସହିତ ଅନ୍ୟାନ୍ୟ ସୁବିଧା ଯୋଗୁ ଗ୍ରାମଞ୍ଚଳର ବହୁ ଖେଳାଳି ସେଠାରେ ରହି ଖେଳିବାର ସୁଯୋଗ ପାଇବାରୁ ଆଜି ସମଗ୍ର ଦେଶରେ ଜିଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି। ବର୍ତ୍ତମାନ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ପିଚ୍‌ ଥିବାରୁ ଆଗାମୀ ଦିନରେ ଅନେକ ହକି ପ୍ରତିଭା ସୁଯୋଗ ପାଇବେ ବୋଲି କୋଚ ବିଲୁଙ୍ଗ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri