ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ ମା’ର କ୍ଷୀର ପିଇବାକୁ ଦେଇନଥିଲେ, ସେ କେବଳ ସୂର୍ଯ୍ୟ କିରଣ ମାଧ୍ୟମରେ ତାଙ୍କୁ ଜୀବନ୍ତ ରଖିବାକୁ ଚାହୁଁଥିଲେ। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ ଦେବାକୁ ଚାହୁଁଥିଲେ ଯେ କେବଳ ସୂର୍ଯ୍ୟ କିରଣ ଦ୍ୱାରା ଜଣେ ବଞ୍ଚିପାରିବ। ପରେ ପୁଷ୍ଟିହୀନତା ଏବଂ ନିମୋନିଆରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ରୁଷିଆର ଏକ କୋର୍ଟରେ ଏକ ଅଜବ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ ୩.୫ ପାଉଣ୍ଡ ଓଜନ ବିଶିଷ୍ଟ ଏକ ମାସର ଶିଶୁ କୋସମୋସଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ ସେ ପୂର୍ବରୁ ବହୁତ ଦୁର୍ବଳ ଥିଲେ। ତାଙ୍କ ମା ଅକ୍ସାନା ମିରୋନୋଭା ଏବଂ ପିତା ମ୍ୟାକ୍ସିମ ଲିୟୁଟିଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାର ଶୁଣାଣି ସମୟରେ କୋସମୋସଙ୍କ ମା’ ଯାହା ପ୍ରକାଶ କରିଥିଲେ ତାହା ଶୁଣି କୋର୍ଟରେ ବସିଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ ଯେ ଅଲୌକିକ ଶକ୍ତି ହାସଲ କରିବା ପାଇଁ ମ୍ୟାକ୍ସିମ ଲିୟୁଟି ତାଙ୍କ ପୁଅ ଉପରେ ଅଜବ ପରୀକ୍ଷଣ କରୁଥିଲେ। ଯେତେବେଳେ ମିରୋନୋଭାଙ୍କର ପ୍ରସବ ସମୟରେ ଡାକ୍ତରଖାନା ନିଆଯିବା କଥା, ସେ ମନା କରିଦେଇଥିଲେ। ଘରେ ମିରୋନୋଭା ଏକ ଶିାଉ ପୁତ୍ର ପ୍ରସବ କରିଥିଲେ।
ପୁତ୍ର ଜନ୍ମ ହେବା ପରେ ତାଙ୍କର ନାମ କୋସମୋସ ରଖାଗଲା। କିନ୍ତୁ ଏହାପରେ କୋସମୋସ ଏବଂ ମିରୋନୋଭାଙ୍କ ସହ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା। ଲ୍ୟୁଟି ମିରୋନୋଭାଙ୍କୁ ଶାକାହାରୀ ଖାଦ୍ୟ ଖାଇବାକୁ ବାଧ୍ୟ କରାଗଲା, ଯେଉଁଥିରେ ବିରି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। ସେ ବିଶ୍ୱାସ କରୁଥିଲେ ଯେ ଏହା ଶରୀରରେ ଆଧ୍ୟାତ୍ମିକ ଶକ୍ତି ବିକଶିତ କରେ।

ଏହା ପରେ ଶିଶୁଟିର ପିତା ସୀମା ଅତିକ୍ରମ କଲେ। ସେ ମିରୋନୋଭାଙ୍କୁ ଶିଶୁକୁ ସ୍ତନ୍ୟପାନ କରାଇବାକୁ ମଧ୍ୟ ବାରଣ କରିଥିଲେ। ମିରୋନୋଭାଙ୍କ ଭଉଣୀ କୋର୍ଟଙ୍କୁ କହିଛନ୍ତି ଯେ ଲ୍ୟୁଟି ବିଶ୍ୱାସ କରିଥିଲେ ଯେ ସୂର୍ଯ୍ୟ ହିଁ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି। ସେ କହିଥିଲେ ଯେ ମିରୋନୋଭା ବେଳେବେଳେ ଲୁଟିରୁ ନିଜ ପୁଅକୁ ସ୍ତନ୍ୟପାନ କରାନ୍ତି। କିନ୍ତୁ ସେ ସବୁବେଳେ ଭୟ କରୁଥିଲେ ଯେ ଲ୍ୟୁଟି ଜାଣିପାରିବେ। ମିରୋନୋଭାଙ୍କ ଭଉଣୀ ଓଲେସିଆ କହିଛନ୍ତି ଯେ ଜଣେ ଶିଶୁ କିପରି ସୂର୍ଯ୍ୟଙ୍କ ଉପରେ ବଞ୍ଚିପାରିବ, ତାଙ୍କୁ ମା’ର କ୍ଷୀର ଦରକାର।
ମିରୋନୋଭା କହିଛନ୍ତି ଯେ ଲ୍ୟୁଟି ତାଙ୍କ ପୁଅ କସାମୋସର ଅଲୌକିକ ଶକ୍ତି ଚାହୁଁଛନ୍ତି, ସେ ମଧ୍ୟ ତାଙ୍କ ଉପରେ ଏକ ପରୀକ୍ଷଣ କରୁଛନ୍ତି। ସେ ଚାହୁଁଥିଲେ ପୁଅ କେବଳ ସୂର୍ଯ୍ୟ କିରଣ ସାହାଯ୍ୟରେ ବଞ୍ଚନ୍ତୁ। ସେ ଅସୁସ୍ଥ ଥିବାବେଳେ ତାଙ୍କୁ ଔଷଧ ଦେଇନଥିଲେ, ବରଂ ସେ କୋସମୋସକୁ ଥଣ୍ଡା ପାଣିରେ ସ୍ନାନ କରିଥିଲେ, କାରଣ ଏହା ପିଲାକୁ ଅଧିକ ଶକ୍ତିଶାଳୀ କରିବବୋଳଇ ସେ କହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri