ବାପାଙ୍କୁ ହତ୍ୟା କରି ଅଖାରେ ପୋତିଦେଲେ ପୁଅ!

ସମ୍ବଲପୁର,୨୭।୨: ପାରିବାରିକ ବିବାଦରୁ ବାପାଙ୍କୁ ହତ୍ୟା କଲେ ସୈତାନ ପୁଅ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ବଲପୁର ଜିଲାରେ ଘଟିଛି। ହତ୍ୟା କରି ଫେରାର ହୋଇଛି ପୁଅ। ସୂଚନା ଥାଉ କି, ଲିଙ୍ଗରାଜ କୁମୁରାଙ୍କ ଘର ହେଉଛି ସଦର ଥାନା ଘେନୁପାଲି ଗାଁରେ। ତାଙ୍କ ପୁଅ ହେଉଛନ୍ତି ଆଦିତ୍ୟ କୁମୁରା। ଦୀର୍ଘ ଦିନ ଧରି ବାପ ଓ ପୁଅ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ସୋମବାର ବିବାଦ ଉଗ୍ର ରୂପଧାରଣ କରିଥିଲା। ବିଳମ୍ବିତ ରାତିରେ ଲିଙ୍ଗରାଜଙ୍କୁ ତାଙ୍କ ପୁଅ ଆଦିତ୍ୟ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ମୃତଦେହକୁ ଏକ ସିମେଣ୍ଟ ଅଖାରେ ପୂରାଇ ପୋତି ଦେଇଛନ୍ତି।

ମଙ୍ଗଳବାର ସକାଳେ ଲିଙ୍ଗରାଜଙ୍କ ଦେଖା ମିଳି ନ ଥିଲା। ପରେ ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ୬ ବର୍ଷ ପାଇଁ ସୁର ବିଦା

ଭୁବନେଶ୍ୱର,୧୫।୪: କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଏଆଇସିସି ସୋମବାର ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ଏଆଇସିସି ପକ୍ଷରୁ ପ୍ରେସ...

୧୧ଟାରୁ ୩ଟା ଯାଏ ବାହାରେ କାମ କରିବା ମନା, ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର,୧୫।୪: ଖରାରେ ସିଝୁଛି ଓଡ଼ିଶା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ପ୍ରବଳ ଖରାରେ କାମ ନ କରିବାକୁ କଡ଼ା ଭାବେ ବାରଣ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ଭାଜପାରେ ସାମିଲ ହେଲେ ବରଗଡ଼ର ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ଭୁବନେଶ୍ୱର,୧୫।୪: ଭାଜପାରେ ସାମିଲ ହେଲେ ବରଗଡ଼ର ପୂର୍ବତନ ଏମ୍‌ପି ପ୍ରଭାସ ସିଂ। ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବତନ...

ବିଜେଡିକୁ ଶକ୍ତ ଝଟ୍‌କା: ଦଳ ଛାଡିଲେ ରାଜ୍ୟ ସମ୍ପାଦକ

ଭୁବନେଶ୍ୱର,୧୫।୪: ଆଗାମୀ ନିର୍ବାଚନକୁ ରାଜନୀତି ସରଗରମ ହେବା ସହିତ ନେତାଙ୍କ ଦଳ ବଦଳ ଜାରି ରହିଛି। କିଏ ଦଳ ଛାଡୁଛି ତ କିଏ ନୂଆ ଦଳରେ...

ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୧୫।୪: ଡହଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର। ଦିନ ସାଢ଼େ ୨ଟାରେ ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ପାଲଟିଛି। ଚାନ୍ଦବାଲି ୪୧.୧, ଝାରସୁଗୁଡ଼ା...

ଚଳିତ ବର୍ଷ ବଳକା ହେବ ମୌସୁମୀ ବର୍ଷା: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା...

କଂଗ୍ରେସରୁ ଟିକେଟ୍‌ ପାଇବା ପରେ ଏମିତି କହିଲେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ

ଭୁବନେଶ୍ୱର,୧୫।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭଙ୍କୁ କଂଗ୍ରେସ ପକ୍ଷରୁ ବେଗୁନିଆରୁ ବିଧାୟକ ପ୍ରାର୍ଥୀ ଘୋଷଣା କରାଯାଇଛି। ଟିକେଟ୍‌ ପାଇବା ପରେ ନିଜ ପ୍ରତିକ୍ରିୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri