କାମଚଳାରେ ଚାଲିଛି କାମ

ଢେଙ୍କାନାଳ ଅଫିସ, ୫।୧୧:  ଶିଳ୍ପରେ ସମୃଦ୍ଧ। ପର୍ଯ୍ୟଟନ ସମ୍ଭାରରେ ଭରପୂର। ରାଜନୈତିକ ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏସବୁ ବଢ଼ାଇଛି ଢେଙ୍କାନାଳର ଗୁରୁତ୍ୱ। ହେଲେ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଜିଲାର ପ୍ରଶାସନିକ ପରିଚାଳନା ବ୍ୟବସ୍ଥା ଢିଲା ପଡ଼ିଛି। ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଥିବାରୁ ଲାଗିରହିଛି ଅଚଳାବସ୍ଥା। କାମଚଳାରେ ହେଉଥିବା କାମ ହିତାଧିକାରୀଙ୍କୁ ସନ୍ତୁଷ୍ଟ କରିପାରୁ ନ ଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଢେଙ୍କାନାଳ ଜିଲାରେ ପୋଲିସ ମୁଖିଆ ପଦବୀ ମାସେ ହେଲା ଖାଲିପଡ଼ିଛି। ସେହିପରି ୬ମାସ ହେବ ଜିଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ (ପ୍ରଶାସନ), ୨ବର୍ଷ ହେବ ଜିଲା ପର୍ଯ୍ୟଟନ ଅଧିକାରୀ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ। ଭାରପ୍ରାପ୍ତ ଅଧିକାରୀମାନେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି। ଜିଲାରେ ଦୁଇ ଅତିରିକ୍ତ ଜିଲାପାଳ ପଦବୀ ରହିଛି। ସେଥିରୁ ଗୋଟିଏ ରାଜସ୍ବ, ଅନ୍ୟଟି ପ୍ରଶାସନ। ଜୁନ୍‌ରୁ ଅତିରିକ୍ତ ଜିଲାପାଳ (ପ୍ରଶାସନ)ଙ୍କ ବଦଳି ହୋଇଯାଇଥିଲା। ରାଜସ୍ବ ବିଭାଗର ଅତିରିକ୍ତ ଜିଲାପାଳ ଏବେ ଏହି ଦାୟିତ୍ୱରେ ଅଛନ୍ତି। ସେହିପରି ମାସେ ତଳେ ଏସ୍‌ପିଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରିଦିଆଯାଇଥିଲା। ଦଶହରା ଓ ଲକ୍ଷ୍ମୀପୂଜା ପାଖେଇ ଆସୁଥିବା ବେଳେ ହଠାତ୍‌ ଏସ୍‌ପିଙ୍କୁ ବଦଳି କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଅନୁଗୋଳ ଏସ୍‌ପି ଢେଙ୍କାନାଳ ଦାୟିତ୍ୱରେ ରହିଛନ୍ତି। ପାର୍ବଣ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୋଲିସ ମୁଖିଆଙ୍କ ବିନା କିପରି ଏହାକୁ ନିୟନ୍ତ୍ରଣ କରିହେବ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ସେହିପରି ଦୁଇବର୍ଷ ହେବ ଖାଲି ପଡ଼ିଥିବା ଜିଲା ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱରେ ଅନୁଗୋଳ ଜିଲା ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାବେଳେ ବିଭାଗୀୟ ମୁଖିଆ ନ ଥିବା ନେଇ ଆଲୋଚନା ଜୋର୍‌ ଧରିଛି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗରେ ମଧ୍ୟ ଅନୁରୂପ ଅବସ୍ଥା। ଏଠାରେ ମଧ୍ୟ ଦୁଇବର୍ଷ ହେଲା ମୁଖ୍ୟ ପଦବୀ ଖାଲିପଡ଼ିଛି। ଜଣେ ଡେପୁଟି କଲେକ୍ଟର ଏହି ଦାୟିତ୍ୱରେ ସମ୍ଭାଳୁଛନ୍ତି। ଜିଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାୟୀ ଅଧିକାରୀ ନ ଥିବାରୁ ବ୍ୟାପକ ସମସ୍ୟା ଦେଖାଦେଇଛି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

ବହୁ ମାମଲା ପଡ଼ିରହିଛି
ଢେଙ୍କାନାଳ ଭଳି ପ୍ରମୁଖ ଜିଲାରେ ମାସେ ହେବ ଏସ୍‌ପି ପଦବୀ ଏବଂ ୬ମାସ ହେଲା ଗୋଟିଏ ଏଡିଏମ୍‌ ପଦବୀ ଖାଲି ପଡ଼ିବା ଦୁର୍ଭାଗ୍ୟର ବିଷୟ। ପାର୍ବଣ ସମୟରେ ଜିଲାରେ ପୋଲିସ ମୁଖିଆ ନ ରହିବା ଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ କିଭଳି ଧ୍ୟାନ ଦିଆଯିବ ତାହା ସରକାର ଜାଣିବା କଥା। ଏଡିଏମ୍‌ ପଦବୀ ଖାଲି ପଡ଼ିଥିବା ଯୋଗୁ କୋର୍ଟ କାମ ହୋଇପାରୁନାହିଁ। ବହୁ ମାମଲା ମଧ୍ୟ ପଡ଼ିରହିଛି।
-ଭାବଗ୍ରାହୀ ପଣ୍ଡା, ଆଇନଜୀବୀ

ଜନପ୍ରତିନିଧି ଦୃଷ୍ଟି ନ ଦେବା ଦୁଃଖର ବିଷୟ
ଢେଙ୍କାନାଳ ଜିଲାରେ ଐତିହ୍ୟସମ୍ପନ୍ନ ଗଣପର୍ବ ଲକ୍ଷ୍ମୀପୂଜା ପାଳନ କରାଯାଉଥିବା ବେଳେ ଏସ୍‌ପି ପଦବୀ ଖାଲି ପଡ଼ିବା ଚିନ୍ତାର ବିଷୟ। ଯଦିଓ କୋଭିଡ୍‌ କଟକଣା ପାଇଁ ଏଥର ପୂଜା ନିରାଡମ୍ବରରେ ହେଉଛି, ତଥାପି ପାର୍ବଣକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ଜିଲା ପୋଲିସ ମୁଖ୍ୟଙ୍କ ଗୁରୁଦାୟିତ୍ୱ ରହିଛି। ଜନପ୍ରତିନିଧି କିମ୍ବା ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଦୁଃଖର ବିଷୟ।
-ବିଶ୍ୱନାଥ ବେହେରା, ସଭାପତି ମିଳିତବଜାର ଲକ୍ଷ୍ମୀପୂଜା କମିଟି

ଆଇନଶୃଙ୍ଖଳା ବିଗୁଡୁଛି
ପ୍ରଶାସନିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ଢେଙ୍କାନାଳର ଗୁରୁତ୍ୱ ଅଧିକ। ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିକାରୀ ଚୌକି ଖାଲିପଡ଼ିଛି। ଅନ୍ୟ ଜିଲାର ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ଟ୍ରାଫିକ୍‌ ପରିଚାଳନାରେ ସମସ୍ୟା ହେଉଛି। ଲକ୍ଷ୍ମୀପୂଜା ପରିଚାଳନାରେ ସମସ୍ୟା ଉପୁଜୁଛି। ଆଇନଶୃଙ୍ଖଳା ବିଗୁଡୁଛି। ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ।
-ସୁଧାଂଶୁ କୁମାର ଦଳେଇ, ସମ୍ପାଦକ, ଜବାହର ଚୌକ ଲକ୍ଷ୍ମୀପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହାପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri