ପଞ୍ଜୁରୀ ଭିତରେ ଚଢ଼େଇ ଛୁଆଙ୍କୁ ମାରି ଖାଇଲା ନାଗସାପ: ପରେ ଅବସ୍ଥା ହେଲା ଏମିତି

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଙ୍କୀ ରଗଡ଼ି ଗ୍ରାମର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଗୁରୁବାର ରାତିରେ ପୋଷା ଚଢ଼େଇମାନଙ୍କ କିଚିରିମିଚିରି ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗସାପ ଦେଖିବାକୁ ପାଇଥିଲେ॥ ଭୟଭୀତ ହୋଇ ସାପଟିକୁ ବାହାର କରିବାକୁ ସ୍ନେକ୍‌ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।
ପଞ୍ଜୁରୀ ଭିତରେ ନାଗ ପଶି ତିନୋଟି ବଜରିଗର ଚଢେଇଙ୍କୁ ଖାଇଥିଲା। ତା’ପରେ ବସା ଭିତରେ ଅଣ୍ଡାକୁ ଖାଇବା ପାଇଁ ଉଦ୍ୟମ କରିଥିଲା। ଏହା ଦେଖି ଅନ୍ୟ ତିନୋଟି ଚଢ଼େଇ ସାପକୁ ଘେରି ଯାଇଥିଲେ। କିଛି ସମୟ ଏହିପରି ଛକାପଞ୍ଝା ଲାଗି ରହିଥିଲା। ମା’ ଚଢ଼େଇମାନଙ୍କ ଆକ୍ରମଣରେ ଫେରିବା ବାଟ ନ ପାଇ ସାପଟି ବାଧ୍ୟ ହୋଇ ଗିଳିଥିବା ଚଢ଼େଇଙ୍କୁ ବାନ୍ତି କରିଥିଲା ।
ତଥାପି ମା’ ଚଢ଼େଇମାନେ ଆକ୍ରମଣ ଜାରି ରଖିଥିଲେ। ଶେଷରେ ସାପଟି ନିଜକୁ ରକ୍ଷା କରିବାକୁ ଯାଇ ଏକ ମାଟିପାତ୍ର ଭିତରେ ପଶି ଯାଇଥିଲା। ସ୍ନେକ ହେଲ୍ପଲାଇନ୍‌ ସଦସ୍ୟମାନେ ସାପଟିକୁ ଟାଣିବା ପାଇଁ ଚେଷ୍ଟା କଲା ବେଳେ ମା’ ଚଢ଼େଇମାନଙ୍କ ରାଗ କମି ନ ଥିଲା। ସେ ବାରମ୍ବାର ସାପ ମୁଣ୍ଡକୁ ନିଜ ଥଣ୍ଟ ଦ୍ୱାରା ଖୁମ୍ପି ପକାଉଥିଲେ। ଫଳରେ ସାପଟି ଆଉ ବସା ଭିତରୁ ଆଦୌ ବାହାରି ନ ଥିଲା। ବାଧ୍ୟ ହୋଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଦୁର୍ଗାମାଧବ ସତର୍କତା ସହିତ ପଞ୍ଜୁରୀ ଭିତରେ ହାତ ପୂରାଇ ପ୍ରଥମେ ଚଢ଼େଇ ତିନୋଟିକୁ ସୁରକ୍ଷିତ ଭାବରେ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ମା’ ଚଢ଼େଇ ୩ଟି କୁ ପଞ୍ଜୁରୀରୁ ବାହାର କରି ସାରିବା ପରେ ସାଟି ଆପେ ଆପେ ବସା ଭିତରୁ ବାହାରି ଆସିଥିଲା। ତା’ପରେ ପଞ୍ଜୁରୀ ଭିତରୁ ସାପ ସହ ଅନ୍ୟ ତିନୋଟି ମୃତ ଚଢେଇକୁ ଉଦ୍ଧାର କରାଯାଇଥିଲା। ସାପଟିକୁ ଗାଁଠାରୁ ଦୂରରେ ଥିବା ଏକ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।
ପଞ୍ଜୁରୀ ତଳେ ଏକ କଣା ଥିବାରୁ ସେହି ଫାଙ୍କ ଦେଇ ସାଢ଼େ ୩ ଫୁଟ ଲମ୍ବର ନାଗ ସାପଟି ପଞ୍ଜୁରି ଭିତରେ ପଶିଥିଲା ବୋଲି ସ୍ନେକ ହେଲ୍ପଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?