ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର କୌର। କମ୍‌ ଉଚ୍ଚତା ଯୋଗୁ ତାଙ୍କୁ ଅନେକ ସମୟରେ ଲୋକଙ୍କର ଟାର୍ଗେଟରେ ରହିବାକୁ ପଡୁଥିଲା। ଏବେ କିନ୍ତୁ ନିଜ କର୍ମ ଜରିଆରେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ୨୪ ବର୍ଷୀୟା ହରଓ୍ବିନ୍ଦରଙ୍କ ଉଚ୍ଚତା ମାତ୍ର ୩ ଫୁଟ, ୧୧ ଇଞ୍ଚ। କିନ୍ତୁ ଏହାକୁ ସେ ନିଜ ଲକ୍ଷ୍ୟର ପଥରେ ଆସିବାକୁ ଦେଇ ନ ଥିଲେ। ନିଜ ପରିଶ୍ରମ ଜରିଆରେ କେବଳ ତାଙ୍କ ସ୍ବପ୍ନକୁ ପୂରଣ କରି ନ ଥିଲେ, ବରଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ଡେଜଭୋଲ୍ଟା ପ୍ରଡକ୍ସନ୍ସର ଏକ ରିପୋର୍ଟ ଅନୁଯାୟୀ ହରଓ୍ବିନ୍ଦର କୌର ଓରଫ ରୁବି ହେଉଛନ୍ତି ଭାରତର ସର୍ବକନିଷ୍ଠ ଆଇନଜୀବୀ। ହରଓ୍ବିନ୍ଦରଙ୍କର ସ୍ବପ୍ନ ଏୟାର ହୋଷ୍ଟେସ ହେବାର ଥିଲା, କିନ୍ତୁ ଉଚ୍ଚତା ହେତୁ ଏହା ପୂରଣ ହୋଇପାରିଲା ନାହଁି। ଏବେ ଜଣେ ଓକିଲ ଭାବେ ସେ ନିଜର ଏକ ପରିଚୟ ହାସଲ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କର କମ୍‌ ଉଚ୍ଚତା ପାଇଁ ସେ ଅନେକ ଚିକିତ୍ସା କରିଥିଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ପରିସ୍ଥିତି ଏପରି ହେଲା ଯେ ଲୋକଙ୍କୁ ପରିହାସ କରିବାକୁ ସେ ରୁମରେ ତାଲା ପକାଇ ରହୁଥିଲେ। କିନ୍ତୁ ସ୍ବପ୍ନ ଦେଖିବା କେବେ ଛାଡ଼ି ନ ଥିଲେ। ସେ ଆଇନଗତ ବୃତ୍ତିରେ ପ୍ରବେଶ କରିବାକୁ ସ୍ଥିର କଲେ। ଏବେ ସେ ଜଲନ୍ଧର କୋର୍ଟରେ କାର୍ଯ୍ୟ କରୁଛନ୍ତି। ସେ ଜଣେ ଓକିଲଙ୍କ ସହ ଏକ ମୋଟିଭେସନ ସ୍ପିକର ମଧ୍ୟ ଅଟନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ତାଙ୍କର ହଜାର ହଜାର ଅନୁଗାମୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଧର୍ମଘଟ: କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍‌କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨।୧୨: ଦେଶରେ ଜାରି ରହିଥିବା ଡାକ୍ତରଙ୍କ ଧର୍ମଘଟ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍‌କୁ ନୋଟିସ୍‌ ଜାରି କରିଛନ୍ତି। ଧର୍ମଘଟ ବିରୋଧରେ ଦାଖଲ...

ଶପଥ ନେଲେ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି

ଭୋପାଳ,୪ା୧୧(ପି.ଟି.): ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏ.କେ. ମିତ୍ତଲ ରବିବାର ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ତାଙ୍କୁ ଶପଥ ପାଠ...

ବିଟିଂ ଦ ରିଟ୍ରିଟରେ ହେବ ଦେଶର ସବୁଠାରୁ ବଡ ଡ୍ରୋନ ଶୋ, ୩ ସେନା ବଜାଇବେ ଶାସ୍ତ୍ରୀୟ ଧୁନ

ନୂଆଦିଲ୍ଲୀ,୨୯ ।୧: ଦେଶର ୭୪ ତମ ସାଧାରଣତନ୍ତ୍ର ଦିବସ ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୨୯ ଜାନୁୟାରୀରେ...

କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କୁ ହେବନାହିଁ ସଂକ୍ରମଣ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମାହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା...

କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ଶୁକ୍ରବାର ସନ୍ଧ୍ୟାରେ ରାଜଭବନ ପରିସରରେ ରାଜ୍ୟପାଳ ବାଜୁଭାଇ...

ସରକାରଙ୍କ ସହ ଆଜି ଆଲୋଚନା

ନୂଆଦିଲ୍ଲୀ, ୪।୧: କେନ୍ଦ୍ର ସରକାରଙ୍କ ସହ ଚାଷୀନେତାଙ୍କର ସୋମବାର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଫଳାଫଳକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।...

ଦେଶର ଶିକ୍ଷା ବ୍ୟବସ୍ଥା ବଦଳିଲା

ପଞ୍ଚମ ଯାଏ ମାତୃଭାଷାରେ ଶିକ୍ଷା ନୂଆ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)ରେ ପ୍ରସ୍ତାବିତ ପରିବର୍ତ୍ତନ ମଧ୍ୟରୁ ପ୍ରମୁଖ ହେଉଛି ୧୦+୨ ବ୍ୟବସ୍ଥାକୁ ଉଚ୍ଛେଦ କରିବା। ଏହା ବଦଳରେ...

ବଦଳିଲା ସରକାରଙ୍କ ନିଷ୍ପତ୍ତି: ପୂର୍ବପରି କାମ କରିବେ ୨୫ ହଜାର ହୋମଗାର୍ଡ

ଲକ୍ଷ୍ନୌ,୨୪।୧୦: ଉତ୍ତର ପ୍ରଦେଶ ସରକାର ୨୫ ହଜାର ହୋମଗାର୍ଡଙ୍କୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି। ଏମାନେ ସମସ୍ତେ ପୂର୍ବପରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି...

Advertisement
Archives

Model This Week