୨ ଜିଲାରେ ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର, ୧୨।୫(ବ୍ୟୁରୋ):ରାଜ୍ୟରେ ୧୦ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ୯,୭୯୩ ଚିହ୍ନଟ ହୋଇଛନ୍ତି। ଗତ ୪ଦିନ ହେବ କ୍ରମାଗତ ଭାବେ ହ୍ରାସ ପାଉଛି ଦୈନିକ ସଂକ୍ରମଣ। ଗତ ୭ତାରିଖରେ ୧୨,୨୩୮ଜଣ ଚିହ୍ନଟ ହୋଇ ସର୍ବକାଳୀନ ରେକର୍ଡ କରିଥିଲା। ଏହାପରେ ୮ତାରିଖରେ ୧୧,୮୦୭, ୯ରେ ୧୦,୬୩୫, ୧୦ରେ ୧୦,୦୩୧ ଏବଂ ୧୧ରେ ୧୦ହଜାର ତଳକୁ ଚିହ୍ନଟ ହୋଇଛନ୍ତି। ଟେଷ୍ଟିଂ କମ୍‌ ହେଉଥିବାରୁ ପଜିଟିଭ୍‌ଙ୍କ ସଂଖ୍ୟା କମୁଥିବା ଜଣାପଡ଼ୁଛି। ସେପଟେ ଦୈନିକ ସଂକ୍ରମଣ ହ୍ରାସ ପାଉଥିଲେ ସୁଦ୍ଧା ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲା ସ୍ଥିତି ଉଦ୍‌ବେଗଜନକ ରହିଛି। ଏହି ଦୁଇଟି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା କମୁନାହିଁ । ଗତ ୨୪ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧,୫୧୧ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧,୦୧୮ଜଣ ରହିଛନ୍ତି। ସେହିପରି କଟକରୁ ୬୪୧, ଅନୁଗୋଳରୁ ୫୨୬, ଝାରସୁଗୁଡ଼ାରୁ ୪୦୪, ନୂଆପଡ଼ାରୁ ୪୦୧, ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଗଞ୍ଜାମରୁ ୨୭୬, ନୟାଗଡ଼ରୁ ୨୫୪, କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪ଜଣ ଥିବାବେଳେ ବାକି ସବୁ ଜିଲାରେ ୨ଶହ ତଳକୁ ସଂକ୍ରମିତ ସଂଖ୍ୟା ରହିଛି। ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୫,୫୪,୬୬୬ରେ ପହଞ୍ଚତ୍ଛି।
ଅପରପକ୍ଷେ ରାଜ୍ୟରେ ଆଉ ୧୮ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଏଥିରୁ ଅନୁଗୋଳରୁ ସର୍ବାଧିକ ୪ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼, ରାୟଗଡ଼ା ଓ କଳାହାଣ୍ଡିରୁ ୨ଜଣ ଲେଖାଏ, ବୌଦ୍ଧ, ଦେବଗଡ଼, ପୁରୀ, ମାଲକାନଗିରି ଓ ଗଜପତିରୁ ଜଣେ ଲେଖାଏ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨,୨୧୫କୁ ବୃଦ୍ଧି ପାଇଛି।
ସେପଟେ କରୋନାର ଏହି ଦ୍ୱିତୀୟ ଲହର ଟିକା ନୁହେଁ, କେବଳ ମାସ୍କ ଓ ସାମାଜିକ ଦୂରତା ହିଁ ରକ୍ଷା କରିପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା କୋଭାକ୍ସିନ ପରୀକ୍ଷଣର ଓଡ଼ିଶା ମୁଖ୍ୟ ଡା. ଇ. ଭେଙ୍କଟ ରାଓ କହିଛନ୍ତି। ଓଡ଼ିଶାରେ ଯେତେବେଳେ ଟିକାକରଣ ଆରମ୍ଭ ହୋଇଥିଲା, ସେତେବେଳେ ଟିକା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ଥିଲା। କିନ୍ତୁ ଲୋକେ ଭୟରେ ଟିକା ନେବା ପାଇଁ ଆସୁ ନ ଥିଲେ। ଏତେ ଶୀଘ୍ର ଟିକା ବଜାରକୁ ଆସିଥିବାରୁ ସେ ଟେଷ୍ଟିଂ ହୋଇ ନ ଥିବ ବୋଲି ଲୋକେ ଭାବୁଥିଲେ। କିନ୍ତୁ ଏବେ ସଂକ୍ରମଣ ବଢ଼ିଯିବାରୁ ଲୋକଙ୍କ ମନରେ ଭୟ ଆସିଲା। ତେଣୁ ଟିକା ନେବା ପାଇଁ ଏବେ ଲୋକେ ତପତ୍ରତା ଦେଖାଉଛନ୍ତି। କିନ୍ତୁ ଟିକା ନେଇଗଲେ ଦ୍ୱିତୀୟ ଲହରରୁ ମୁକ୍ତି ମିଳିବ ନାହିଁ ବୋଲି ସମସ୍ତେ ଜାଣିରଖିବା ଉଚିତ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଡା. ରାଓ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଟିକାର ପ୍ରଥମ ଡୋଜ୍‌ର ମାସକ ପରେ ଦ୍ୱିତୀୟ ଡୋଜ୍‌ ଦିଆଯାଉଛି। ଦ୍ୱିତୀୟ ଡୋଜ୍‌ ନେବାର ମାସକ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ଟିକା ନେଲେ କରୋନାର ତୃତୀୟ ଓ ଚତୁର୍ଥ ଲହରରୁ ବର୍ତ୍ତି ଯାଇପାରନ୍ତି ବୋଲି ସେ କହିଛନ୍ତି। ଯଦି ଭୂତାଣୁର ଆଉ ମ୍ୟୁଟାଣ୍ଟ ନ ହୁଏ, ତେବେ ତୃତୀୟ ଲହରରୁ ଆମକୁ ରକ୍ଷା କରିବ। ତେଣୁ ଟିକା ନୁହେଁ, ମାସ୍କ ଓ ସାମାଜିକ ଦୂରତା ହିଁ ଆମକୁ ବଞ୍ଚାଇବ। ବାହାରକୁ ଆସିଲେ ଆଦୌ ମାସ୍କ ଖୋଲନ୍ତୁ ନାହିଁ ବୋଲି ଡା. ରାଓ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?