ଫଳକ ଲାଗିଲା, କଢ଼ାଗଲା

କେନ୍ଦ୍ରାପଡ଼ା ଅଫିସ,୮ା୧: କେନ୍ଦ୍ରାପଡ଼ା ସହରର ଶାମଗୁଡ଼ିଆସ୍ଥିତ ଜିଲା ମାତୃ ଓ ଶିଶୁ ମଙ୍ଗଳ ହସ୍ପିଟାଲ ଉଦ୍‌ଘାଟିତ ହେବାର ଫଳକ ଲଗାଯିବା, ପୁଣି ହଟାଯିବା ଭଳି ଘଟଣା ଶୁକ୍ରବାର ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୫ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ ଉତ୍ସବ ଅବସରରେ ଏହି ହସ୍ପିଟାଲକୁ ଉଦ୍‌ଘାଟନ କରିଥିଲେ। ତାହାର ଫଳକ ଲଗାଯିବା କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ତ୍ତ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିପାଇଁ ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ କ’ଣ ହେଲା କେଜାଣି ପୂର୍ତ୍ତ ବିଭାଗ ପକ୍ଷରୁ ଫଳକକୁ କାଢ଼ି ନିଆଗଲା। ଏ ସମ୍ପର୍କରେ ବିଧାୟକ ବେହେରାଙ୍କୁ ପଚାରିବା ପାଇଁ ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ଗ୍ରହଣ କରି ନ ଥିଲେ। ସେହିପରି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସାମଲଙ୍କୁ ପଚରାଯିବାରୁ ସେ କହିଛନ୍ତି, ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଚୂଡାନ୍ତ ରୂପ ଦିଆଯାଉଛି। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ନାମଫଳକ ହସ୍ପିଟାଲରେ ଲଗାଯିବ। କିନ୍ତୁ କାହିଁକି ଫଳକ କାଢ଼ି ନିଆଗଲା ତାହା ସେ କହି ନ ଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହସ୍ପିଟାଲକୁ ଆଉଥରେ ଉଦ୍‌ଘାଟନ କରିବାର ଚାଲ୍‌ ଫିକା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଏପରି କି ଉପର ମହଲରୁ ନିର୍ଦ୍ଦେଶ ମିଳିବା ପରେ ଫଳକ କାଢ଼ି ନିଆଯାଇଥିବା ଆଲୋଚନା ହେଉଛି।
କେନ୍ଦ୍ରାପଡ଼ା ଜିଲାର ସ୍ବାସ୍ଥ୍ୟସେବାକୁ ତ୍ୱରାନ୍ବିତ କରିବା ପାଇଁ ଶାମଗୁଡିଆଠାରେ ୨୦୧୬ ଡିସେମ୍ବରରେ ଏହି ହସ୍ପିଟାଲର ଶିଳାନ୍ୟାସ ହୋଇଥିଲା। ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ମୁଖ୍ୟ ଫାଟକ ସମେତ ହସ୍ପିଟାଲର ବିଭିନ୍ନ କୋଠରିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାସହ ଡାକ୍ତର, ରୋଗୀଙ୍କ ପ୍ରକୋଷ୍ଠ ପ୍ରସ୍ତୁତ ହୋଇନାହିଁ କି ଆବଶ୍ୟକ ଯନ୍ତ୍ରପାତି ପହଞ୍ଚତ୍ ନାହିଁ। ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ହସ୍ପିଟାଲ ନିର୍ମାଣାଧୀନ ଥିବାରୁ ନିକଟବର୍ତ୍ତୀ ସ୍ଥାନରେ ପିଣ୍ଡି ନିର୍ମାଣ କରି ଶୁକ୍ରବାର ସେଥିରେ ଉଦ୍‌ଘାଟନ ଫଳକ ସ୍ଥାପନ କରାଯାଇଥିଲା। ସେଥିରେ ବିଧାୟକଙ୍କ ନାମ ମଧ୍ୟ ରହିଥିଲା। କିନ୍ତୁ ହଠାତ୍‌ ଫଳକ କାଢ଼ି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ପାଇଁ ଗାଁ ଛାଡ଼ିଦେଲେ

ତାଳଚେର,୨୯ା୭ (ନି.ପ୍ର.)  କୋଇଲା ଖଣି ପାଇଁ ଜମି ଅଧିଗ୍ରହଣକୁ ନେଇ ଅନୁଗୋଳ ଜିଲା ତାଳଚେରଠାରେ ମହାନଦୀ କୋଲ୍‌ ଫିଲ୍‌ଡ୍‌ସ ଲିମିଟେଡ (ଏମ୍‌ସିଏଲ୍‌) ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ...

ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର, ଅବସରପ୍ରାପ୍ତ ଆର୍‌ଆଇ

ସୋନପୁର,୧୯।୨: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ସୁପରଭାଇଜର ନବେନ୍ଦ୍ର ମହାକୁର ଓ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି...

ବନ୍ୟାବିପନ୍ନଙ୍କ ଦୁଃଖ ଦୂରହେଉନି

ଯାଜପୁର ଅଫିସ,୬ା୯:ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁଃଖ ଏଯାଏ ଦୂର ହୋଇ ପାରିନାହିଁ। ଏହାକୁ ସମାଧାନ କରିବାରେ ବ୍ଲକ ପ୍ରଶାସନ ବିଫଳ...

ଖୋର୍ଦ୍ଧାରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୫ା୩ (ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ମଙ୍ଗଳବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି ୩୦୫ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ...

ଜୁଲାଇରେ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା, ୫ରୁ ଫର୍ମ ଫିଲ୍‌ଅପ୍‌

କଟକ ଅଫିସ,୨୯।୬: ମାଟ୍ରିକ ପରୀକ୍ଷାଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ଅଫ୍‌ଲାଇନ୍‌...

ପ୍ରଶାସନ ଉପରେ ବଢ଼ିଲା ଚାପ: ପରିବହନ ସ୍ବାଭାବିକ ପାଇଁ ଦାବିପତ୍ର

ତାଳଚେର,୪ା୮(ନି.ପ୍ର.)-ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ୪ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ପୂର୍ବପରି ଟ୍ରକ୍‌ ଗୁଡିକରେ କୋଇଲା ପରିବହନ ପାଇଁ ପଦକ୍ଷେପ...

ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା...

‘ପ୍ରବୃତ୍ତି ନୁହେଁ, ବୃତ୍ତିକୁ ଅଗ୍ରାଧିକାର ଦିଆଯାଏ’

ଜଗତ୍‌ସିଂହପୁର ଅଫିସ,୨୩ା୨: ପ୍ରବୃତ୍ତି ଅପେକ୍ଷା ବୃତ୍ତିକୁ ସର୍ବଦା ଅଗ୍ରାଧିକାର ଦିଆଯାଏ। କାରଣ କରଦାତାଙ୍କ କରରେ ସରକାରୀ କର୍ମଚାରୀ ଦରମା ପାଇଥାନ୍ତି। ତେଣୁ ସେମାନଙ୍କ ବୃତ୍ତି ପାଇଁ...

Advertisement
Archives

Model This Week