୩ ମହାନଗରର ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶିତ

ଭୁବନେଶ୍ୱର,୮ା୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ୬୭, କଟକର ୫୯ ଏବଂ ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ବାର୍ଡର ସୀମା ନିର୍ଦ୍ଧାରଣ ଓ ୫୦% ଆସନ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଏ ନେଇ ଆପତ୍ତି ଅଭିଯୋଗର ଶୁଣାଣି କରାଯିବ। ଆସନ୍ତା ୧୬ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ୩୮ଟି, କଟକର ୩୩ ଏବଂ ବ୍ରହ୍ମପୁର ମହାନଗର ନିଗମର ୨୩ ଆସନ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳାମାନଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ଭୁବନେଶ୍ୱର ମହାନଗର ନିଗମର ୩୪, ୧୩ ଓ ୨ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଥିବାବେଳେ ୩୬, ୧୮ ଏବଂ ୨୧ ନମ୍ବର ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି ୨୨ ଓ ୨୬ ଅନୁସୂଚିତ ଜନଜାତି ମହିଳା, ୮ ନମ୍ବର ଅନୁସୂଚିତ ଜନଜାତି, ୪୧, ୩୫, ୪୦,୧୭, ୪୭, ୩୮, ୬୩, ୫୮, ୩୭,୧୧, ୬୨, ୧୫, ୪୮, ୫୩, ୯, ୩୯,୧୫, ୩, ୪୬, ୬୭, ୨୮,୧୯,୪୯, ୫, ୨୩,୧୨, ୩୩, ୬୬ ଏବଂ ୬୪ ନମ୍ବର ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି।
ସେହିପରି କଟକ ମହାନଗର ନିଗମର ୪୮, ୪୦, ୨୦ ଓ ୩୭ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ୬, ୧୬ ଓ ୩୦ ନମ୍ବର ଅନୁସୂଚିତ ଜାତି, ୪୯ ନମ୍ବର ଅନୁସୂଚିତ ଜନଜାତି ମହିଳା, ୩୪, ୪୧, ୧୮, ୧୫, ୧୨, ୨୮, ୧୯, ୪୨, ୩୩, ୫୫, ୧୧, ୫୬, ୫୭, ୪, ୨୪, ୩୬, ୫୯, ୧୦, ୬, ୫୨, ୫, ୩୧, ୯ ଏବଂ ୧୭ ନମ୍ବର ଓ୍ବାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି।
ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ବାର୍ଡରୁ ୨୩ଟିକୁ ସଂରକ୍ଷିତ ରଖାଯାଇଛି। ସେଥିରୁ ୧୯, ୨୩ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୯, ୨୫ ଅନୁସୂଚିତ ଜାତି, ୧ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ସେହିପରି ୫, ୩୦, ୬, ୧୦, ୧୫, ୪, ୩୧, ୧୬, ୩୯, ୩, ୨୦, ୧୪, ୧୩, ୩୩, ୨୮, ୩୭, ୩୬ ଏବଂ ୩୮ ନମ୍ବର ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri