ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଦେବଗଡ଼,୨୧ା୧୨(ଡ଼ି.ଏନ୍‌,ଏ.)- ରବିବାର ପୂର୍ବହ୍ନ ୧୦ଟା୩୦ରେ ସ୍ଥାନୀୟ କ୍ଲବ ଗୃହଠାରେ କୋଭିଡ଼-୧୯ ନିୟମକୁ ପାଳନ କରି ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ନିରାଡ଼ମ୍ବର ଭାବରେ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ଉତ୍ସବରେ ସଂସଦର ଉପ-ସଭାପତି ନିରନ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଡ଼ା. ଇଳାସିନୀ ଦ୍ୱିବେଦୀ ଯୋଗ ଦେଇଥିବାବେଳେ ଉପଦେଷ୍ଠା ହରପ୍ରସାଦ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ସଂସଦର ସଭାପତି ଡ଼.ପଦ୍ମନାଭ ସାହୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର ତରଫରୁ ସାରସ୍ବତ ସାଧକ ଭାବରେ ସମ୍ବର୍ଦ୍ଧିକ ହୋଇଥିବାରୁ ସଂସଦ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉକ୍ତ ଉତ୍ସବରେ ସମ୍ପାଦକ ଜିତରନ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଯୁଗ୍ମ-ସମ୍ପାଦକ ଡ଼. ଭାରତ ଭୂଷଣ ନନ୍ଦ ସହଯୋଗ କରିଥିଲେ । ଉପସଭାପତି ରାମଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସଭ୍ୟ ସୁଦର୍ଶନ ଦାସ, ପ୍ରଫୁଲ କୁମାର ମହାପାତ୍ର,ବିପିନ ବିହାରୀ ନନ୍ଦ, ମାର୍କଣ୍ଡେଶ୍ୱର ଶତପଥି,ସୁଧିର କୁମାର କପରଦାର, ଡ଼.ସନ୍ତୋଷ ଦେବତା, ଭାତୃ କୁମାର ପ୍ରଫୁଲ୍ଲ, କିଶୋର ଚନ୍ଦ୍ର ନନ୍ଦ, ଭାନୁଶଙ୍କର ନନ୍ଦ, ସୁଧିର କୁମାର ଦ୍ୱିବେଦୀ, ଦୈତାରୀ ପ୍ରସାଦ ଦ୍ୱିବେଦୀ,ଭୋଲେଶ୍ୱର ମିଶ୍ର, ସୁକାନ୍ତ କୁମାର ନନ୍ଦ ମଧୁ ସୁଦନ ପୁରୋହିତ,ପଦ୍ମିନୀ ମହାପାତ୍ର, ସୁମିତ୍ର ପୁରୋହିତ, ରୁବି ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଂଘର୍ଷ ସଂଘ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବୁଧବାର ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିିସ ଘେରାଉ କରାଯାଇଛି। ସ୍ଥାନୀୟ ଗୋପାଳଜୀଉ ମନ୍ଦିରରୁ...

ବାଇକ୍‌କୁ ଧକ୍କା ଦେଲା ମିନି ଟ୍ରକ୍‌ : ଗୃହରକ୍ଷୀ ମୃତ, ଶିଶୁ କନ୍ୟା ଓ ବଡ଼ ବାପା ଗୁରୁତର

ରିଆମାଳ,୧୬।୧୨(ଡି.ଏନ୍‌.ଏ)- ଦେବଗଡ଼ ଜିଲା ରିଆମାଳ ଥାନା ଅଧିନ ରେଙ୍ଗାଳବେଡା ହନୁମାନ ମନ୍ଦିର ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମିନିଟ୍ରକ...

ପେଟ୍ରୋଲ ଢାଳି ନିଆଁ ଲଗାଯାଇଛି: ଭାଜପା

ଦେବଗଡ଼,୧୪।୨(ଡି.ଏନ୍‌.ଏ.) : ଦେବଗଡ଼ ପୌରପରିଷଦ କାଉନସିଲ ହଲରେ ରବିବାର ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାଜପା । ଭାଜପା...

ବିଦ୍ୟୁତ୍‌ ତାର ନେଲା ଜୀବନ

ଦେବଗଡ଼/ରିଆମାଲ,୮।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅଧୀନ ନିଶାବିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ପତ୍ରାଜଙ୍ଗଲରେ ବନ୍ୟଜନ୍ତୁ ଶିକାର...

ଲକ୍ଷ୍ମୀପୂଜା ମଣ୍ଡପ ଉଦ୍‌ଘାଟିତ

ଦେବଗଡ଼, ୧୦।୧(ଡ଼ି.ଏନ୍‌.ଏ.)-ତିଲେଇବଣୀ ବ୍ଲକର ବଣିଆଁକିଲିଣ୍ଡା ପଞ୍ଚାୟତ ଅଧିନ ସୁନାମୁଣ୍ଡା ଗ୍ରାମରେ ଲକ୍ଷ୍ମୀପୂଜା ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ସମ୍ବଲପୁର ଏମ୍‌ପି ରାଜା ନିତେଶ ଗଙ୍ଗଦେବ ମୁଖ୍ୟ ଅତିଥିଭାବେ...

ନିୟମିତ ଯାଞ୍ଚ ପାଇଁ ନିଷ୍ପତ୍ତି

ଦେବଗଡ଼,୨।୧୧(ଡି.ଏନ.ଏ):  ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିବହନ ବିଭାଗ ଆନୁକୂଲ୍ୟରେ ତଥା...

୪ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

ରିଆମାଳ, ୨୫ା୧୨ (ଡି.ଏନ.ଏ.):ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି...

ଭୂତଳ ପୋଲ ନିର୍ମାଣ ଦାବି ତେଜୁଛି: ଜାତୀୟ ରାଜପଥ ୪୯ରେ ଭୂତଳ ପୋଲ ନିର୍ମାଣ ପାଇଁ ବୈଠକ

  ଦେବଗଡ଼, ୧୧।୧୨(ଡି.ଏନ.ଏ.) ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ କଣ୍ଢଳ ଗ୍ରାମଦେଇ ଯାଇଥିବା ମୁମ୍ବାଇ-କୋଲକାତା ସଂଯୋଗକାରୀ ୪୯ ନମ୍ବର ଜାତୀୟ...

Advertisement
Archives

Model This Week