ଗୁପ୍‌ଚୁପ୍‌ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ

ପରଜଙ୍ଗ, ୯।୬(ଡି.ଏନ୍‌.ଏ.): ଗୁପ୍‌ଚୁପ୍‌ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ବୁଧବାର ରାତିରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମୃତକ ହେଲେ ବିଭୂତି ସାହୁ (୨୫)। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୁପ୍‌ଚୁପ୍‌ ବ୍ୟବସାୟୀ ଜଗନ୍ନାଥ ସାହୁ ଓରଫ ଯୋଗିଆ (୩୮)ଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଜଗନ୍ନାଥ ଗ୍ରାମରେ ଗୁପ୍‌ଚୁପ୍‌ ବ୍ୟବସାୟ କରନ୍ତି। ଉକ୍ତ ଗ୍ରାମର ବିଭୂତି ନିଶାସକ୍ତ ଅବସ୍ଥାରେ ରାତି ପ୍ରାୟ ୮ଟାରେ ତାଙ୍କ ଠେଲା ନିକଟକୁ ଆସି ଗୁପ୍‌ଚୁପ୍‌ ଖାଇଥିଲେ। ତେବେ ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଗନ୍ନାଥ ପିଆଜ କଟାଯାଉଥିବା ଛୁରିରେ ବିଭୂତିଙ୍କ ତଣ୍ଟି କାଟି ଦେଇଥିଲେ। ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିବା ପରଜଙ୍ଗ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସାମାନ୍ୟ ଗୁପ୍‌ଚୁପ୍‌ ଟଙ୍କାକୁ ନେଇ ଏଭଳି ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବମ, ଏକାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏନେଇ ରାଜ୍ୟ ସରକାର ବୁଧବାର ନବମ ଏବଂ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ...

‘ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ଜରୁରୀ’

ପୁରୀ ଅଫିସ,୫।୭:ରଥ ନିର୍ମାଣରେ ଲାଗୁଥିବା କାଠର ଅଭାବୀ ସ୍ଥିତି ସମସ୍ୟା ବଢ଼ାଉଛି। ପ୍ରତିବର୍ଷ ଶ୍ରୀଜୀଉଙ୍କ ପାଇଁ ନୂଆ ରଥ ନିର୍ମାଣ ହେଉଛି। ଫାସୀ, ଅସନ ଓ...

ସାମାଜିକ ଦୂରତ୍ୱ ରକ୍ଷା ନ ହେଲେ ଦୋକାନ ବନ୍ଦ

ସୋନପୁର, ୬ା୪(ନି.ପ୍ର.): ଗାଁ ଠୁ ସହର ଦୋକାନ ଭିତରେ ଏବଂ ବାହାରେ ଅତ୍ୟଧିକ ଭିଡ ହେଉଛି। ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁନି। ଏହା ସୁବର୍ଣ୍ଣପୁର ଜିଲା...

ଅବକାରୀ ବିଭାଗର ଚଢ଼ାଉ: ୪୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

ଗୁଡଭେଲା,୨୦ା୪(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ତୁଷୁରା ଅବକାରୀ ବିଭାଗ ପକ୍ଷରୁ ସୋମବାର ୪୦ ଲିଟର ରନ୍ଧା ଦେଶୀ ମଦ ସହ ଏକ ବାଇକ୍‌ ଓଡି-୦୩ ଏନ୍‌...

ଜଳିଗଲା ୮ ବଖରା

ତିହିଡ଼ି,୧୮।୧(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ଜଳିଯାଇଛି। ଗ୍ରାମର...

ଜୁଇ ନିଆଁରେ ପୋଡ଼ିଗଲେ

ପରଜଙ୍ଗ,୧୪।୯(ଡି.ଏନ୍‌.ଏ.): ଅନ୍ତମ ସତ୍କାର ବେଳେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଘଟଣ। ଜୁଇ ନିଆଁରେ ପୋଡି...

୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‌ଯାପିତ: ଦୟା କବିତାର ମୂଳମନ୍ତ୍ର

ଭୁବନେଶ୍ୱର,  ୭।୧୦(ବ୍ୟୁରୋ): ଦୟା ହେଉଛି ଜୀବନର ସବୁଠାରୁ ବଡ଼ ବିଚାର। ଦୟା କବିତାର ମୂଳମନ୍ତ୍ର। ଯେବେ ଦୟା କବିତା ଦ୍ୱାରା ପ୍ରସାରିତ ହୋଇଥାଏ, ସେତେବେଳେ କବିତା...

ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୮ା୪(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରହିଲା ଆଉ ୧୨ଦିନ। ସେଥିପାଇଁ ମହାଖଳାରେ ଜୋରସୋରରେ ଚାଲିଛି ରଥ ଚକ ନିର୍ମାଣ। ଗୁରୁବାର ଚକ ସରିବାପରେ...

Advertisement
Archives

Model This Week