ବଦଳିବ ଏନ୍‌ଏଚ୍‌ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରୂପରେଖ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଖୁବ୍‌ଶୀଘ୍ର ଦେଶରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୨୪ରୁ ୨୬ ଏବଂ ମେ’ ୧୫ରୁ ୧୭ ତାରିଖ ମଧ୍ୟରେ ବିଦେଶୀ ପ୍ରତିନିଧି ଦଳ ଓଡ଼ିିଶା ଆସିବେ। ସେମାନେ ଭୁବନେଶ୍ୱର, ବ୍ରହ୍ମପୁର, ଖଣ୍ଡିଗିରି ଅଞ୍ଚଳ ପରିଦର୍ଶନ କରିବେ। ଏଥିପାଇଁ ବିଡିଏ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ବିଡିଏ, ବିଏମ୍‌ସି, ସ୍ମାର୍ଟସିଟି, ଏନ୍‌ଏଚ୍‌ଆଇର ମିଳିତ ଟିମ୍‌ ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ରାସ୍ତାର ଉନ୍ନତୀକରଣ ପାଇଁ ଗତ ୧୧ ତାରିଖରେ ପରିଦର୍ଶନ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଅଧିକାଂଶ ସ୍ଥାନ ଜବରଦଖଲରେ ଥିବାରୁ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ଉଚ୍ଛେଦ କରିବା ପାଇଁ ଗୁରୁବାର ଆୟୋଜିତ ବୈଠକରେ ଏସ୍‌ଓପି ଜାରି କରାଯାଇଛି। ଏଥିସହ ସମ୍ପୃକ୍ତ ଅଞ୍ଚଳର କିପରି ବିକାଶ କରାଯିବ ସେ ନେଇ ମଧ୍ୟ ନକ୍ସା ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର କାଳୀ ମନ୍ଦିରଠାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ବାମପାର୍ଶ୍ୱ ରାସ୍ତା ୫୦ମିଟର ଯାଏ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବା ସହ ସେହି ଜାଗାରେ ସୌନ୍ଦର୍ଯ୍ୟକରଣ କରାଯିବ। ଏହି ରାସ୍ତା ପାର୍ଶ୍ୱରେ ଅଧିକାଂଶ ବସ ପାର୍କିଂ ହେଉଥିବାବେଳେ କେତେକ ନର୍ସରି ମଧ୍ୟ ଗଢ଼ିଉଠିଛି। ସେଗୁଡିକୁ ସେଠାରୁ ହଟାଇବା ସହ ସର୍ଭିସ ରୋଡ ନିର୍ମାଣ କରାଯିବ। ସେହିପରି ଜୟଦେବ ବିହାର ଛକରୁ ଫାୟାର ଷ୍ଟେଶନ ଛକ ପର୍ଯ୍ୟନ୍ତ ଦୁଇପାର୍ଶ୍ୱ ରାସ୍ତା ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ। ସିଆର୍‌ପି ଛକରେ ଥିବା ଜନଜାତି ମ୍ୟୁଜିୟମ ଠାରୁ ଫାୟାରଷ୍ଟେଶନ ପର୍ଯ୍ୟନ୍ତ ବାମପାର୍ଶ୍ୱରେ ହେଉଥିବା କାର ପାର୍କିଂକୁ ହଟାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ଏହାସହ ବଳକା ଜାଗାକୁ ଭବିଷ୍ୟତ ପାଇଁ ବିଡିଏ ନିଜ ଅକ୍ତିଆରରେ ରଖିବ। ସେହିପରି ସତ୍‌ସଙ୍ଗ ବିହାରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ସମ୍ମୁଖ ରାସ୍ତାକୁ ଜବରଦଖଲ ହଟାଯାଇ ସେହି ଜାଗାରେ ବିଡିଏ ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯିବ। କେବଳ ରାସ୍ତାପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନୁହେଁ ବରଂ ଓଭରବ୍ରିଜ ତଳେ ଖାଲି ସ୍ଥାନକୁ ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ। ଏଥିସହ ଲଳିତକଳା ଏକାଡେମୀ ପକ୍ଷରୁ ସ୍ଥାପତ୍ୟ ଚିତ୍ରକଳା ଅଙ୍କାଯିବ। ସେହିଭଳି ଫୁଟପାଥ ରାସ୍ତା ସମେତ ଫ୍ଲାଏ-ଓଭର କାନ୍ଥକୁ ଚିକ୍କଣ କରାଯିବ। ଏବଂ ଜାତୀୟ ରାଜପଥ କଡରେ ଲାଗିଥିବା ହାଇମାଷ୍ଟ ଲାଇଟଗୁଡିକୁ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ଅତିରିକ୍ତ କମିଶନର ହରିଶ ଚନ୍ଦ୍ର ନାୟକ, ଏନ୍‌ଏଚ୍‌ଏଆଇ ଭୁବନେଶ୍ୱର ପ୍ରକଳ୍ପ ନିର୍ଦ୍ଦେଶକ ପି.କେ.ସିଂ, ଢେଙ୍କାନାଳ ପ୍ରକଳ୍ପ ଅଧିକାରୀ ସଞ୍ଜୟ ଜେନା, ଓଏମ୍‌ସି ଇଡି ସୁଧାଂଶୁ ଖୋରା, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ର ଜେନେରାଲ ମ୍ୟାନେଜର ମନୋରଞ୍ଜନ ସାହୁଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?