ନୟାଗଡ଼ ବଜାରର ରୂପରେଖ ବଦଳିପାରୁନି

ନୟାଗଡ, ୭।୯ (ଲୋକନାଥ ମିଶ୍ର)ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଇ କୁହାଯାଇଥିଲା ନୟାଗଡ଼ ସହରରେ ବିକାଶ ଚାଲିଛି। କୋଟି କୋଟି ଟଙ୍କାର କାମ ଶେଷ ହୋଇଛି। ପୁଣି କୋଟି କୋଟି ଟଙ୍କାର କାମ ହେଉଛି ବୋଲି ଭାଷଣରେ କୁହାଯାଇଥିଲା। ଏପରିକି ସହରର କଳେବର ବୃଦ୍ଧି ପାଇ ବିକାଶର ମାଇଲ ଖୁଣ୍ଟ ପାଲଟିଛି ବୋଲି ଭାଷଣବାଜି କରାଯାଇଥିଲା। ତେବେ ନୟାଗଡ଼ ସହର କୁହାଯାଉଥିବା ନୟାଗଡ଼ ବଜାରର ରୂପରେଖ ବଦଳି ପାରୁନି। ବିକାଶ ଏଠାରେ ନୟାଗଡ଼ର ରୂପରେଖ ବଦଳାଇବାରେ ଅସମର୍ଥ ହୋଇଛି। ଏଭଳିସ୍ଥଳେ ନୟାଗଡ଼ ସହରର ସୌନ୍ଦର୍ଯ୍ୟକରଣ ଓ ବିପର୍ଯ୍ୟସ୍ତ ଟ୍ରାଫିକ ସୁଧାରିବା ପ୍ରସ୍ତାବ ବାଟବଣା ହୋଇଯାଇଛି। କେଉଁଠି ନା କେଉଁଠି ତ୍ରୁଟି କାରଣରୁ ବଜାରର ରୂପରେଖ ବଦଳି ପାରୁନି। ଏ ନେଇ କେହି ବି ସମୀକ୍ଷା କରୁନାହାନ୍ତି। ଜିଲାପାଳ ପରେ ଜିଲାପାଳ ବଦଳୁଛନ୍ତି। ହେଲେ ଜିଲାର ସଦର ମହକୁମା ଉପେକ୍ଷିତ, ଅବହେଳିତ ହୋଇ ରହିଯାଇଛି। ଅନ୍ୟପକ୍ଷେ ଡ୍ରେନର ଉଭୟ ପାର୍ଶ୍ୱରେ ଜିଆଇର ବ୍ୟାରିକେଡ ନିର୍ମାଣ ପରେ ବି ସୁଫଳ ମିଳିଲା ନାହିଁ। ବରଂ ସବୁବେଳେ ନୟାଗଡ଼ ସହରର ଓଡ଼ଗଁା ଛକରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଲା। ବ୍ୟାରିକେଡ ନିର୍ମାଣ ପରେ ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ସୁବିଧା ହେଲା। ଏଣୁ ଜିଲା ସଦର ମହକୁମାକୁ ଟାଉନ ପ୍ଲାନିଂରେ ସାମିଲ କରି ନବକଳେବର କରିବାକୁ ଦାବି ଉଠିଛି।
ନୟାଗଡ଼ ଜିଲା ସଦର ମହକୁମା ହେଲ ବି ପ୍ଲାନ ମୁତାବକ ସହର ଗଠନ ହୋଇନାହିଁ। ଏଠାରେ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ରହିଛି। ପୁରୁଣା ବସ୍‌ଷ୍ଟାଣ୍ଡରେ ଗୋଲେଇ ଟ୍ରାଫିକ୍‌ ଛକ ଜୁଲାଇରେ ଶେଷ ହେବା ପାଇଁ ଘୋଷଣା କରାଯାଇଥିଲା। ଅଗଷ୍ଟ ଶେଷ ହୋଇ ସେପ୍ଟେମ୍ବର ଆରମ୍ଭ ହେଲା ଗୋଲେଇ ଟ୍ରାଫିକ କାମ ଆରମ୍ଭ ହୋଇପାରିନାହିଁ। ସହରରେ ଦୋକାନୀ ଓ ଉଠା ଦୋକାନୀମାନେ ଡ୍ରେନକୁ ମାଡ଼ି ରାସ୍ତା ଉପରେ ସେମାନଙ୍କ ବ୍ୟବସାୟ କରୁଥିବାରୁ ସବୁବେଳେ ରାସ୍ତା ଜାମ୍‌ ହୋଇ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହୋଇ ଆସୁଛି। ପୁଣି ରାସ୍ତା ଉପରେ ବାଇକ୍‌ ଆଦି ଯାନବାହନ ରଖିବା ରାସ୍ତାକୁ ଅନୁରୂପ ଭାବେ ଜାମ୍‌ କରି ଟ୍ରାଫିକ୍‌ ସେବାକୁ ବିପର୍ଯ୍ୟସ୍ତ କରୁଛି। ଏଣୁ ସହରକୁ ସୌନ୍ଦର୍ଯ୍ୟକରଣ କରିବା ଓ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବା ପାଇଁ ୨୦୨୦ ନଭେମ୍ବର ୧୮ରେ ନୟାଗଡ଼ର ତତ୍‌କାଳୀନ ଜିଲାପାଳ ପୋମା ଟୁଡୁ ଓ ତତ୍‌କାଳୀନ ଏସ୍‌ପି ପ୍ରତ୍ୟୁଷ ଦିବାକର ସହର ପରିକ୍ରମା କରି ସହରର ରୂପରେଖକୁ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ରାସ୍ତାକଡ଼ରେ ବାଇକ୍‌ର ରହଣି ପାଇ ପାର୍କିଂ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦେଇଥିଲେ। ସହରର ଟ୍ରାଫିକ୍‌ ଛକ ନିକଟସ୍ଥ ଓଡ଼ଗଁା ରାସ୍ତାର ଆରମ୍ଭରୁ ଓଡ଼ଗଁା ଛକର ଗୁରୁ କ୍ଲଥ ଷ୍ଟୋର ପର୍ଯ୍ୟନ୍ତ ଡ୍ରେନର ଉଭୟ ପାର୍ଶ୍ୱରେ ଜିଆଇ ବ୍ୟାରିକେଡ ନିର୍ମାଣ କରିବାକୁ କହିଥିଲେ। ଏଥିରେ ସଫଳତା ମିଳିଲେ ସହରର ଅନ୍ୟ ସ୍ଥାନରେ ଡ୍ରେନର ଉଭୟ ପାର୍ଶ୍ୱରେ ବ୍ୟାରିକେଡ ନିର୍ମାଣ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ କାମ ଆରମ୍ଭ ହୋଇଥିଲା। ବ୍ୟାରିକେଡ ନିର୍ମାଣ ହୋଇ ସାରିବା ପରେ ବ୍ୟବସାୟୀମାନେ ଡ୍ରେନକୁ ନିଜ କବ୍‌ଜାକୁ ନେଇଗଲେ। ଉଠା ଦୋକାନୀମାନେ ବାରିକେଟ ବାହାରେ ପିଚୁ ରାସ୍ତା ଉପରେ ଉଠା ଦୋକାନର ପସରା ମେଲାଇ ବ୍ୟବସାୟ କଲେ। ପ୍ରାୟ ୩ ବର୍ଷ ହେଲା ଏସବୁ ନୀତିଦିନିଆ କଥାରେ ପରିଣତ ହୋଇଗଲା। ନୟାଗଡ଼ ମ୍ୟୁନିସିପାଲିଟି ଓ ପୋଲିସ ପକ୍ଷରୁ ଉଠା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନାହିଁ। ତେବେ ରାସ୍ତା ଉପରେ ବାଇକ୍‌ ରଖିବା ନେଇ ପୋଲିସ କଡ଼ା ପଦକ୍ଷେପ ନେଇ ଫାଇନ ଆଦାୟ କରିଥିଲା। କିଛିଦିନ ପରେ ଏହା ପୁଣି ଶୀତଳଭଣ୍ଡାରରେ ରହିଯାଇଛି। ଏବେ ସହର ବିକାଶ ଦିଗରେ ଆଗେଇ ଚାଲିଥିବାରୁ ସହରର ସମସ୍ୟା କହିବାକୁ ଓ ଶୁଣିବାକୁ କାହା ପାଖରେ ସମୟ ନାହିଁ। ଏ ନେଇ କଂଗ୍ରେସ ନେତା ରଣଜିତ୍‌ ଦାଶ କହିଛନ୍ତି, ଅନ୍ତରିକତା ଅଭାବରୁ ନୟାଗଡ଼ ଜିଲା ସଦର ମହକୁମାର ରୂପରେଖ ବଦଳୁନି। ବିଧାୟକ, ଜିଲାପାଳ, ପୌର ପ୍ରଶାସନ ଓ ପୋଲିସ ମିଳିତ ଭାବେ ସମୀକ୍ଷା କରି ଏହାର ସମାଧାନର ବାଟ କାଢ଼ିବା ଦରକାର। ଦରକାର ପଡ଼ିଲେ ସହରବାସୀଙ୍କ ସହଯୋଗ ନେଲେ ମଧ୍ୟ ସହରବାସୀ ସ୍ବାଗତ କରିବେ। ହେଲେ ଏ ନେଇ ପଦକ୍ଷେପ ନାହିଁ। ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କହିଛନ୍ତି, ଜିଲାର ବିକାଶ ଜିଲାର ସଦର ମହକୁମାରୁ ଜଣାପଡ଼େ। ଏଣୁ ଜିଲା ସଦର ମହକୁମାକୁ କିପରି ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ସ୍ବତନ୍ତ୍ର ଭାବେ ସମୀକ୍ଷା କରି ପଦକ୍ଷେପ ନେବା ଉଚିତ। ସିପିଆଇ(ଏମ) ନେତା ବିଶ୍ୱନାଥ ମହାପାତ୍ର କହିଛନ୍ତି, ନୟାଗଡ଼ ସହରର ଟାଉନ ପ୍ଲାନିଂ ହେବା ଦରକାର। ବଜାରର ସୌନ୍ଦର୍ଯ୍ୟକରଣ ବାକି ରହିଛି। ଟ୍ରାଫିକ୍‌ ଠିକ୍‌ ହୋଇନାହିଁ। ଆମେ ଏକ ସର୍ବଦଳୀୟ ବୈଠକ କରି ପ୍ରଶାସନକୁ ଅବଗତ କରାଇବା। ହେଲେ ନିର୍ବାଚନ ବର୍ଷ ହୋଇଥିବାରୁ କିଛି କରି ହେବନି। ଯାହା କିଛି ୨୦୨୪ ନିର୍ବାଚନ ପରେ କରାଯିବାକୁ ନିଷ୍ପତ୍ତି ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?