Odisha Elections 2024

ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଡ୍ୟାମ ସହ ସିଲେରୁ ନଦୀ ବହି ଯାଇଥିଲେ ସୁଦ୍ଧା ଦୀପ ତଳ ଅନ୍ଧାର ଭଳି ଦୀର୍ଘ ବର୍ଷ ହେଲା ପାଣି ସମସ୍ୟା ଲାଗି ରହିଛି। ଚଳିତବର୍ଷ ପ୍ରଚଣ୍ଡ ଖରାରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ସୋମବାର ଚିତ୍ରକୋଣ୍ଡାର ସ୍ଥାନୀୟ ମହିଳାମାନେ ଉତକ୍ଷିପ୍ତ ହୋଇ ସକାଳେ ପ୍ରଥମେ ମୁଖ୍ୟ ରାସ୍ତା ବିଜେଡି ଅସ୍ଥାୟୀ କାର୍ଯ୍ୟାଳୟ ଆଗରେ ରାସ୍ତା ଅବରୋଧ କରିଥିଲେ। ପୋଲିସ ପ୍ରଶାସନ ତଥା ବିଜେଡି ବ୍ଲକ ସଭାପତି ରଘୁ ଖରା ଓ ଅମିତ ଅଗ୍ରୱାଲ ବୁଝାସୁଝା କରି ଆଜି ପାଇଁ ପାଣି ଟ୍ୟାଙ୍କର ପହଞ୍ଚାଇଥିଲେ। ମାତ୍ର ମହିଳାମାନେ ପାଣି ନେଇ ନ ଥିଲେ ଆଜି ଗୋଟିଏ ଦିନ ପାଇଁ ପାଣିଟାଙ୍କି ଦେଇଦେଲେ କ’ଣ ଆମ ପାଣି ସମସ୍ୟା ସମାଧାନ ହୋଇଯିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଅଧିକ ସଂଖ୍ୟାରେ ମହିଳାମାନେ ହାଣ୍ଡି ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଆଗ ଗେଟରେ ତାଲା ପକାଇଥିଲେ। ଗେଟ ଆଗରେ ହାଣ୍ଡି ମାଠିଆ ରଖି ଘେରାଉ କରି ବସି ରହିଥିଲେ। ପାଣି ସମସ୍ୟା ସମାଧାନ କରିବାକୁ ଅଡ଼ିବସି ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ l
ପ୍ରକାଶ ଥାଉକି ଚିତ୍ରକୋଣ୍ଡା ଜନସାଧାରଣଙ୍କ ମୁଖ୍ୟ ପାଣି ସମସ୍ୟା ବାରମ୍ବାର ମାଲକାନଗିରି ପ୍ରଶାସନ ତଥା ନେତା ମନ୍ତ୍ରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା ସମାଧାନ ହୋଇ ପାରିନି। ମାଲକାନଗିରି ଆରଡବ୍ଲୁଏସଏସ ସଂସ୍ଥା ଚିତ୍ରକୋଣ୍ଡା ପାଣି ସମସ୍ୟା ସମାଧାନ ପାଇଁ କୋଟି କୋଟି ଟଙ୍କା ଦେଇ ଚିତ୍ରକୋଣ୍ଡା ରାସ୍ତାଘାଟ ଖୋଳି ନଷ୍ଟ କରି ଠିକାଦାରଙ୍କୁ ପୋଷିବାରେ ଲାଗିଛି। ତେବେ ଚିତ୍ରକୋଣ୍ଡା ପାଣି ସମସ୍ୟା ନ ସୁଧୁରିଲେ ମହିଳାମାନେ ହଟିବେନି ବୋଲି ଜିଦ୍‌ ଧରି ବସିଛନ୍ତି l ତେବେ କେବେ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା l


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri