ଶ୍ରୀନୀଳମାଧବଙ୍କ ଜନ୍ମାଷ୍ଟମୀ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଖଣ୍ଡପଡା,୭ା୯ (ଅଜୟ କୁମାର ମହାରଣା)ଖଣ୍ଡପଡା ବ୍ଲକ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠ ଏବଂ ରାଧାମୋହନ ଜୀଉ ମଠରେ ବୁଧବାର ଜନ୍ମାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ସକାଳ ଧୂପଠାରୁ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ସନ୍ଧ୍ୟା ଧୂପ ଅର୍ପଣ ପରେ ଜୟ ବିଜୟ ଦ୍ୱାର ବନ୍ଦ କରି ପୁରୋହିତ ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ର ମଣ୍ଡଳ ପକାଇ ଥିଲେ। ନୀଳମାଧବ ଜୀଉଙ୍କ ମନ୍ଦିରରେ ବିଜେ ଶ୍ରୀକୃଷ୍ଣଙ୍କ ବିଗ୍ରହ ଗୁରୁଣ୍ଡି ଗୋପାଳ ଜୀଉଙ୍କୁ ଆଜ୍ଞାମାଳ ଦେଇ ଜନ୍ମ ଚକଡାରେ ବିଜେ କରାଯାଇଥିଲା। ପରେ ଦିଅଁ ଘରେ ଆରମ୍ଭ ହୋଇଥିଲା ଦେବକୀଙ୍କ ଗର୍ଭ ଯନ୍ତ୍ରଣାଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ଭୂମିଷ୍ଠ ହେବା ପର୍ଯ୍ୟନ୍ତ ସମସ୍ତ ବିଧି ବ୍ୟବସ୍ଥା। ପୁରୋଧା ବାସୁଦେବ ମିଶ୍ର ହୋମ କର୍ମ କରିଥିଲେ। ପରେ ରୀତିନୀତି ଅନୁଯାୟୀ ନାଭିକଟା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ପାରମ୍ପରିକ ରୀତି ଅନୁସାରେ ଅନ୍ଧାର ରାତିରେ ବସୁଦେବ ଭୂମିକାରେ ଥିବା ଲକ୍ଷ୍ମଣ ମିଶ୍ର କୃଷ୍ଣଙ୍କୁ ମୁଣ୍ଡରେ ଧରି ସିଂହଦ୍ୱାର ଦେଇ ଗୋପପୁର ଭାବେ ଉଦ୍ଦିଷ୍ଟ ଅରୁଣସ୍ତମ୍ଭ ନିକଟକୁ ଆସିଥିଲେ। ବାଟରେ ଉଗ୍ରସେନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସଞ୍ଜୀବ ମିଶ୍ର ବାଟ ଓଗାଳିବାରେ ପ୍ରଭୁ ଉଗ୍ରସେନଙ୍କୁ ଦର୍ଶନ ଦେଇଥିଲେ। ମାଳି ସୁବାସ ମହାପାତ୍ରଙ୍କ ମାଧ୍ୟମରେ ବାଇଶି ପାହାଚରେ ପାଣି ଢଳାଯାଇ ଯମୁନା ନଦୀର ଆଖ୍ୟା ଦିଆଯାଇ ବସୁଦେବ କୃଷ୍ଣଙ୍କୁ ଧରି ଯମୁନା ନଦୀ ପାର ହୋଇ ଗୋପରେ ପହଞ୍ଚତ୍ ଥିଲେ। ପରେ ପୂଜାରୀ ରବୀନ୍ଦ୍ର ନାଥ ମିଶ୍ର ଆଳତି, ଭୋଗ, ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ଏହାପରେ ସଂକୀର୍ତ୍ତନ, କାହାଳୀ, ପାଟପଟୁଆରରେ ଛତ୍ରି ଧରି ମଶାଲ ଲଗାଯାଇ ଶ୍ରୀକୃଷ୍ଣ ମନ୍ଦିରରେ ବିଜେ ହୋଇଥିଲେ। ରାତି ପ୍ରାୟ ୧୦ଟାରେ ବଡ଼ସିଙ୍ଗାର ପରେ ଡମ୍ବରୁ ବିଜେ ହୋଇ ଠାକୁରଙ୍କ ପହଡ଼ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri