ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହି ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ଦ୍ୱାର ହୋଇଥିବାରୁ ଯାନବାହାନ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି ା ସହରର କୋର୍ଟ ଛକ, ଚୋରଦା ଛକ, ଚୋରଦା ବାଇପାସ, ଗୋପବନ୍ଧୁ ଛକ, ଦଳା ଛକ, ଡାକବଙ୍ଗଳା ଛକରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ା ଏହି ସହରରେ ଟ୍ରାଫିକ୍‌ ପୋଲିସର ବ୍ୟବସ୍ଥା ନ ଥିବାରୁ ତାହା ଗୁରୁତର ରୂପ ନେଇଛି ା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ା ଏହାକୁ ନେଇ ସହରରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ା ବିଭିନ୍ନ ସଙ୍ଗଠନ ଓ ସହରବାସୀଙ୍କ ପକ୍ଷରୁ ଟ୍ରାଫିକ୍‌ ସମସ୍ୟାର ନିରାକାରଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହିଁ ବୋଲି ଅଭିଯୋଗ ହୋଇଛି ା

ସୂଚନାଯୋଗ୍ୟ,୨୦୦୯ରେ ତତ୍କାଳୀନ ଯାଜପୁର ଏସ୍‌ପି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟ୍ରାଫିକ ପୋଲିସ ନିଯୁକ୍ତ ଉପରେ ଗୁରୁତ୍ୱାରୋପ କରିଥିଲେ ା ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଗୃହ ବିଭାଗକୁ ପଠାଇଥିଲେ । ଇତିମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଫାଇଲ ନାଲିଫିତା ତଳେ ଚାପି ହୋଇ ରହିଛି । ଚୋରଦା, ଚୋରଦା ବାଇପାସ୍‌, ଫାୟାର ଷ୍ଟେଶନ ଛକ, ଧାଳଗିରି, ବେଣାପୁର ଛକରେ ଟ୍ରାଫିକ ସିଗ୍‌ନାଲ ପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଏକ ପ୍ରସ୍ତାବ ଗୃହ ବିଭାଗକୁ ପଠାଯାଇଥିଲା । କିନ୍ତୁ ଏ ସମ୍ପର୍କରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଗ୍ରୀଷ୍ମ ପ୍ରବାହ ଚାଲିଥିଲା ବେଳେ ପୂର୍ବାହ୍ନ ଓ ଅପରାହ୍ନରେ ସହରର ଛକରେ ଅସମ୍ଭବ ଭିଡ଼ ହେଉଛି ।

ଅନ୍ୟପକ୍ଷେ ଗୋପବନ୍ଧୁ ଛକ ଓ ଡାକବଙ୍ଗଳା ଛକ ନିକଟରେ ଥିବା ରେଳ ଫାଟକ ଘଣ୍ଟା ଘଣ୍ଟା ଧରି ପଡିରହିବା ଦ୍ୱାରା ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ା କଳିଙ୍ଗନଗର ଶିଳ୍ପାଞ୍ଚଳର କର୍ମଚାରୀମାନଙ୍କୁ ନେବା ଆଣିବାରେ ନିୟୋଜିତ ଶତାଧିକ ବସ୍‌ ଓ ଯାନବାହାନ ଟ୍ରାଫିକ୍‌ ସମସ୍ୟାକୁ ଅଧିକ ଜଟିଳ କରୁଛି ା ଯାହାଫଳରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ଗାଡ଼ିଗୁଡ଼ିକ ବହୁ ଘଣ୍ଟା ଧରି ଟ୍ରାଫିକରେ ଫସି ରହୁଛି ା ଯାଜପୁରରୋଡ଼ ପୋଲିସ ପକ୍ଷରୁ ନାମକୁ ମାତ୍ର କିଛି ହୋମଗାର୍ଡଙ୍କୁ ବିଭିନ୍ନ ଛକରେ ମୁତୟନ କରାଯାଇଛି । ସେମାନେ ଟ୍ରାଫିକ ନିୟମ ବିଷୟରେ ଅନଭିଜ୍ଞ ଥିବାରୁ ଟ୍ରାଫିକ ନିୟନ୍ତ୍ରଣରେ ବିଫଳ ହେଉଛନ୍ତି ବୋଲି ସହରବାସୀ କହିଛନ୍ତି ା

ଏସମ୍ପର୍କରେ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ସହରର ମୁଖ୍ୟ ଛକରେ ଜଣେ ହୋମଗାର୍ଡ ଓ ଜଣେ କନ୍‌ଷ୍ଟେବଳ ମୁତୟନ କରାଯାଇ ଟ୍ରାଫିକ ନିୟନ୍ତ୍ରଣ କରାଯାଉଛି। ଅଧିକାଂଶ ସମୟରେ ଶିଳ୍ପାଞ୍ଚଳ ବସ୍‌ଗୁଡ଼ିକ ରାସ୍ତାରେ ଯିବା ଆସିବା ଦ୍ୱାରା ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି ା ପୋଲିସ ପକ୍ଷରୁ ସହରର ଟ୍ରାଫିକ ସମସ୍ୟା ଯଥା ସମ୍ଭବ ନିୟନ୍ତ୍ରଣ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?