୪୬ ହଜାର ସ୍ତର ଛୁଇଁଲା ସେନ୍‌ସେକ୍ସ

ନୂଆଦିଲ୍ଲୀ:ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ବୁଧବାର କାରବାର ବେଶ୍‌ ଉନ୍ନତ ସ୍ତରରେ ରହିଛି। ଏହା ପ୍ରାୟ ୫୦୦ ପଏଣ୍ଟ ବଢି ପ୍ରଥମ ଥର ଲାଗି ୪୬ ହଜାର ପଏଣ୍ଟ ସ୍ତର ଟପିଛି। ବିଶ୍ୱ ବଜାରର ସ୍ଥିତି ଉନ୍ନତ ରହିବା ଏବଂ ବିଦେଶୀ ନିବେଶକଙ୍କ ପୁଞ୍ଜି ଆଗମନ ଯୋଗୁ ଷ୍ଟକ୍‌ ବଜାରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ୪୯୫ ପଏଣ୍ଟ ବା ୧.୦୯% ବଢ଼ିବା ଯୋଗୁ ୪୬,୧୦୪ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୧୩୬ ପଏଣ୍ଟ ବା ୧.୦୨% ଉଚ୍ଚରେ ରହି ୧୩,୫୨୯ ସ୍ତରରେ ରହିଛି।
ବିଏସ୍‌ଇରେ ଭଲ କାରବାର କରିଥିବା କମ୍ପାନୀ ମଧ୍ୟରେ ଏସିଆନ ପେଣ୍ଟ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, ଆକ୍ସିସ ବ୍ୟାଙ୍କ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରହିଛି। ଏହି କମ୍ପାନୀଗୁଡିକର ଶେୟାର କାରବାର ପ୍ରାୟ ୩.୫୯% ଊର୍ଦ୍ଧ୍ୱରେ ରହିଛି। ନିଫ୍ଟିରେ ମିଡିଆ ଶେୟାର କାରବାର ୩.୭୭% ଉଚ୍ଚରେ ରହିଛି। ବିଶ୍ୱ ବଜାରକୁ ନଜରରେ ରଖି ନିବେଶକ ନିବେଶ କରୁଥିବାରୁ ଏହାର ଲାଭ ଭାରତୀୟ ଶେୟାର ବଜାରକୁ ମିଳିଛି ବୋଲି ରିଲାଏନ୍ସ ସିକ୍ୟୁରିଟିଜର ଷ୍ଟ୍ରାଟେଜି ମୁଖ୍ୟ ବିନୋଦ ମୋଦି କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ବାଣିଜି୍ୟକ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରୁଛି। କମ୍ପାନୀଗୁଡିକର ଲାଭରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହା ନିବେଶକଙ୍କ ମନୋବଳ ବଢାଇଛି। ଏହାବାଦ ବିଦେଶୀ ନିବେଶକ ଭାରତୀୟ ଶେୟାର ବଜାରରେ ଏବେ ନିବେଶ ବଢାଉଥିବା ଦେଖାଯାଇଛି।
ବିଦେଶୀ ନିବେଶକମାନେ ୨୯୦୯ କୋଟି ଟଙ୍କାର ଶେୟାର କ୍ରୟ କରିଛନ୍ତି। ଭାରତରେ କୋଭିଡ୍‌ ସଂକ୍ରମଣ ଏବେ ହ୍ରାସ ହେଉଥିବା ବେଳେ ଟିକାକରଣ ନେଇ ସରକାର ସଜବାଜ ହେଉଛନ୍ତି। ଏହାର ପ୍ରଭାବ ମଧ୍ୟ ପୁଞ୍ଜିବଜାର ଉପରେ ପଡିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ଜୈବ ବିବିଧତା ସୁରକ୍ଷା ନେଇ…

ଭଞ୍ଜନଗର, ୧୮/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?