Posted inଜାତୀୟ

ଅମିତାଭ ବଚ୍ଚନଙ୍କ ଘରର ସୁରକ୍ଷା ବଢିଲା

ମୁମ୍ବାଇ,୨୦।୨: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ପାଟୋଲଙ୍କ ବିବୃତ୍ତି ପରେ ବଚ୍ଚନଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି। ଏଥି ସହିତ କଂଗ୍ରେସ ନେତା ସ୍ପଷ୍ଟ କରିଛନ୍ତି ଯେ. ସେ ଯାହା କହିଛନ୍ତି ସେଠାରୁ ପଛଘୁଞ୍ଚା ଦେବେ ନାହିଁ ଏବଂ ଅଭିନେତାମାନଙ୍କୁ ବିରୋଧ କରିବେ। ପାଟୋଲ କହିଛନ୍ତି ଯେ ମୁଁ ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କ ବିରୋଧରେ ନୁହେଁ, ବରଂ ତାଙ୍କ କାର୍ଯ୍ୟ ବିରୁଦ୍ଧରେ କହିଛି। ସେମାନେ ଆମ ହିରୋ ଲୋକଙ୍କ ହିତ ପାଇଁ ଆଗକୁ ଆସିବା ଉଚିତ୍‌। କେବଳ ସରକାରଙ୍କ ସମୟରେ ନ ଆସି ଲୋକଙ୍କ ସପକ୍ଷରେ ମଧ୍ୟ ସେମାନଙ୍କୁ ଆଗକୁ ଆସିବା ଉଚିତ୍‌ ବୋଲି ପାଟୋଲେ କହିଛନ୍ତି। ପେଟ୍ରୋଲ ମୂଲ୍ୟ ବୃଦ୍ଧି ନେଇ ବଲିଉଡ ଅଭିନେତାଙ୍କ ନୀରବତା ଉପରେ ପାଟୋଲେ ଏହି ବିରୋଧ କରୁଛନ୍ତି। ନାନା ପାଟୋଲେଙ୍କ ବିବୃତ୍ତି ପରେ ଅମିତାଭ ବଚ୍ଚନଙ୍କ ବାସଭବନ ଜଲସା ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଗୋଟିଏ ଦିନ ପୂର୍ବରୁ ପାଟୋଲେ ଉଭୟ ଅଭିନେତାଙ୍କୁ ଧମକ ଦେଇଥିଲେ ଯେ ସେମାନେ ସେମାନଙ୍କ ଫିଲ୍ମକୁ ମହାରାଷ୍ଟ୍ରରେ ଶୁଟିଂ କରିବାକୁ ଦେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି

ପୁରୀ ଅଫିସ୍‌, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ...

ଗିରଫର ୮ ବର୍ଷ ପରେ ସାଇବାବା ଦୋଷମୁକ୍ତ

ନାଗପୁର/ନୂଆଦିଲ୍ଲୀ,୧୫।୧୦: ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଗିରଫ ହେବାର ୮ ବର୍ଷ ପରେ ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ...

ନୱାବ ମଲିକଙ୍କ ଉପରେ ଏନ୍‌ସିବିର ପାଲଟା ଆକ୍ରମଣ: ଏତେ ପ୍ରମାଣ ଯଦି ଅଛି କୋର୍ଟ କାହିଁକି ଯାଉ ନାହାନ୍ତି ନୱାବ

ମୁମ୍ବାଇ,୭ ।୧୧: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ନୱାବ ମଲିକଙ୍କ ଦ୍ୱାରା ସମିର ୱାନଖଡେଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଲଗାଯାଉଛି । ଏବେ...

ଆର୍ଥିକ ପ୍ରସଙ୍ଗଠାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର: ଆଣ୍ଟୋନୀ

ନୂଆଦିଲ୍ଲୀ,୨୮।୧୨: ଦେଶର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଲୋକଙ୍କ ଦୃଷ୍ଟି ଏହି ପ୍ରମୁଖ ପ୍ରସଙ୍ଗଠାରୁ ହଟାଇବା...

ଦୀପାବଳି ପୂର୍ବରୁ କାହିଁକି ପାଳନ କରାଯାଏ ଧନତେରସ

ଆଲୋକର ପର୍ବ ଦୀପାବଳିକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। ହେଲେ ଏହି...

ମହଙ୍ଗା ପଡିଲା ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା: ୭୪୩ କର୍ମଚାରୀ କରୋନା ସଂକ୍ରମିତ

ତିରୁପତି,୧୦।୮: କରୋନା ମାହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଛି। ଦୀର୍ଘ ୨ ମାସର ଲକ୍‌ଡାଉନ ପରେ ଏବେ ଏଥିରେ କିଛିଟା କୋହଳ...

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ କର୍ତାରପୁର ଯାତ୍ରାରେ ସାମିଲ ହେଲେନି ସିଦ୍ଧୁ

ଚଣ୍ଡିଗଡ଼, ୧୮।୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ତାଙ୍କ କ୍ୟାବିନେଟ ସହକର୍ମୀ, ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟମାନେ କର୍ତାରପୁର ସାହିବକୁ ଯାତ୍ରା...

୯ ଦୃଷ୍ଟିବାଧିତ ତିଆରି କଲେ ୬୬ ଫୁଟ ଲମ୍ବ ଝୋଟ ବ୍ୟାଗ୍‌

କୋଇମ୍ବାଟୁର,୧।୯: କୌଣସି ଶାରୀରିକ ଅକ୍ଷମତା ଇଛା ଶକ୍ତି ଆଗରେ ହାର୍‌ ମାନିଥାଏ। ଏହା ଉଦାହରଣ ପାଲଟିଛନ୍ତି ତାମିଲ୍‌ନାଡୁ କୋଇମ୍ବାଟୁର ଜିଲାର ୯ ଜଣ ଦୃଷ୍ଟିବାଧିତ। ସେମାନେ...

Advertisement
Archives

Model This Week