ସଚିବାଳୟ ଜୁନିୟର ଷ୍ଟେନୋଗ୍ରାଫର ହେବେ ଜେଇଏ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ସଚିବାଳୟ ଷ୍ଟେନୋଗ୍ରାଫର ଓ ପିଏ ରୁଲ୍ସ-୧୯୯୭କୁ ସଂଶୋଧନ କରାଯାଇଛି। ନୂଆ ସର୍ଭିସ ରୁଲ୍ସରେ କେତେକ ପରବର୍ତ୍ତନ କରାଯାଇଛି। ଏଥିରେ ନିଯୁକ୍ତି ପାଇଁ ଥିବା ପାଠ୍ୟକ୍ରମ ପରିବର୍ତ୍ତନ ହେବା ସହ କମ୍ପ୍ୟୁଟର ଦକ୍ଷତା ଇତ୍ୟାଦିକୁ ମାପକାଠି ଭାବେ ଧରାଯାଇଛି। ଜୁନିୟର ଷ୍ଟେନୋଗ୍ରାଫରଙ୍କୁ ଏଣିକି ଜୁନିୟର ଏକ୍‌ଜିକ୍ୟୁଟିଭ ଆସିଷ୍ଟାଣ୍ଟ (ଜେଇଏ) କୁହାଯିବ। ଏହାଛଡ଼ା ଗ୍ରୁପ-ଡି କର୍ମଚାରୀଙ୍କୁ ଏହି ପଦବୀକୁ ପଦୋନ୍ନତି ଦେବାର ବ୍ୟବସ୍ଥା କରାଯାଇଛି। ପୋଲିସ ମିନିଷ୍ଟେରିଆଲ ଅଫିସରମାନଙ୍କ ଲାଗି ଏକ ସ୍ବତନ୍ତ୍ର ସର୍ଭିିସ ରୁଲ୍ସ ରହିଥିଲା। ଏବେ ସେମାନେ ଓଡ଼ିଶା ସିଭିଲ ସର୍ଭିସ୍‌ ରୁଲ୍ସ ୧୯୬୨ ଅଧୀନକୁ ଆସିବେ। ଏହାଦ୍ୱାରା ପୋଲିସ ବିଭାଗ ଏବଂ ଅନ୍ୟ ବିଭାଗର ଯେଉଁମାନେ ମିନିଷ୍ଟେରିଆଲ ଅଫିସର ଅଛନ୍ତି ସେମାନଙ୍କର ଗୋଟିଏ ପ୍ରକାର ପେ-ଷ୍ଟ୍ରକ୍ଚର ହେବ। ଓଡ଼ିଶା ଡିଷ୍ଟ୍ରିକ୍ଟ ପୋଲିସ ମିନିଷ୍ଟେରିଆଲ ସର୍ଭିସ ରୁଲ୍ସ -୨୦୨୧ କରାଯାଇଛି। ଏହି ନୂଆ ରୁଲ୍ସ ଦ୍ୱାରା ପୂର୍ବରୁ ଥିବା ମାଟ୍ରକ ଶିକ୍ଷାଗତ ଯୋଗ୍ୟତା ହଟାଇ ଯୁକ୍ତ ଦୁଇ ଏବଂ କମ୍ପ୍ୟୁଟର ଶିକ୍ଷାକୁ ନିଯୁକ୍ତିର ଏକ ଆଧାର ଭାବେ ଗ୍ରହଣ କରାଯାଇଛି। ଓଡ଼ିଶା କର୍ମଚାରୀ ବୀମା ଚିକିତ୍ସା ସେବା -୨୦୧୪ର ସଂଶୋଧନ କରାଯାଇଛି। ଇଏସ୍‌ଆଇ ମେଡିକାଲ ସର୍ଭିିସରେ ଯୁଗ୍ମ ନିର୍ଦ୍ଦେଶକ ଲେଭଲ-୧ ଏବଂ ଲେଭଲ-୨କୁ ଉଚ୍ଛେଦ କରାଯାଇଛି। ଯୁଗ୍ମ ନିର୍ଦ୍ଦେଶକ ପଦବୀ କେବଳ ଗୋଟିଏ ଲେଭଲରେ ରହିବେ। ଏହାଦ୍ୱାରା ଇଏସ୍‌ଆଇ ମେଡିକାଲ ଅଫିସରମାନଙ୍କର ପଦୋନ୍ନତିରେ ଉନ୍ନତି ହୋଇପାରିବ। ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନକୁ କ୍ୟାବିନେଟ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଟଣା ଆରମ୍ଭ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ ଠାକୁର ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୨୩।୬: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଶେଷ ହେବା ପରେ ଆରମ୍ଭ ହୋଇଛି ରଥଟଣା। ନିର୍ଦ୍ଧାରିତ ସମୟର ସମୟର ମାତ୍ର...

ଟ୍ରାଫିକ୍‌ ପରେ ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର,୧୪।୯(ବ୍ୟୁରୋ) – ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଆରମ୍ଭ ହୋଇଥିବା ଟ୍ରାଫିକ୍‌ ଧରପଗଡ଼ ଦେଖି ଲୋକେ ଏକ ପ୍ରକାର ଭୟଭୀତ ହୋଇ ନିଜର ସମସ୍ତ କାଗଜପତ୍ର...

ଖୋର୍ଦ୍ଧା, ସୁନ୍ଦରଗଡ଼ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୬।୫(ବ୍ୟୁରୋ):ରାଜ୍ୟରେ କିଛିଦିନ ଧରି ସଂକ୍ରମଣ କମିବା ସହ ଗତ ୪ଦିନ ହେବ ପ୍ରାୟତଃ ସ୍ଥିର ଅବସ୍ଥାରେ ଥିଲା। ଗତ ୧୦ ତାରିଖରେ ୧୦,୪୧୩ ପଜିଟିଭ୍‌...

ଏବର୍ଷ ହେବନି ବାଲିଯାତ୍ରା

କଟକ ଅଫିସ,୩୦ା୧୦: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ହେବ ନାହିଁ। କରୋନା ମହାମାରୀ ସମୟରେ ଏଭଳି ଆୟୋଜନ ସମ୍ଭବ ନୁହେଁ। ଏନେଇ ସୂଚନା ଦେଇଛନ୍ତି କଟକ...

ଏପ୍ରିଲରୁ ‘କାରାଗାର ଅଦାଲତ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ଓଡିଶାରେ ଆରମ୍ଭ ହେବ କାରାଗାର ଅଦାଲତ। କୋର୍ଟରେ ଅନେକ କେସ୍‌ ବିଚାରଧୀନ ଅବସ୍ଥାରେ ପଡ଼ିରହିଛି। ଏଥିମଧ୍ୟରୁ ଅଧିକାଂଶ ଛୋଟ ମାମଲା ରହିଛି,...

ରାଜଧାନୀରେ ମାତିଲେ ସାଇବର ଠକ : ଗୋଟିଏ ଦିନରେ ୩ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ରାଜଧାନୀରେ ମାତିଛନ୍ତି ସାଇବର ଠକ। ସେମାନେ ବିଭିନ୍ନ ଆପ୍ଲିକେଶନ୍‌ଠାରୁ ଆରମ୍ଭ କରି ସୋସିଆଲ ନେଟ୍‌ଓ୍ବର୍କରେ ନକଲି ସାଇଟ୍‌ ଖୋଲି କୌଶଳରେ ଲୋକଙ୍କଠାରୁ ଅର୍ଥ...

ବିଭିନ୍ନ ଧର୍ମର ତୀର୍ଥସ୍ଥଳୀ ବିକାଶ ପାଇଁ ୨୩ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଧର୍ମର ୨୩ଟି ତୀର୍ଥସ୍ଥଳୀର ବିକାଶ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥ...

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମର ୯ ବର୍ଷର ଛାତ୍ରୀ ଶୁଭଶ୍ରୀ ଥାଟେଇ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।...

Advertisement
Archives

Model This Week