ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ ସୂର୍ଯ୍ୟକୁ ନେଇ ଆମର ସୌରଜଗତ ତିଆରି ହୋଇଛି। ସମସ୍ତେ ସୂର୍ଯ୍ୟ ଚାରିପଟେ ବୁଲନ୍ତି। ସମସ୍ତଙ୍କ ଭିତରେ ଆମ ପୃଥିବୀ କଥା ନିଆରା। କାରଣ ଏତେ ଗ୍ରହ-ଉପଗ୍ରହ ରହିଥିଲେ ବି କେବଳ ପୃଥିବୀ ଗ୍ରହରେ ଜୀବଜନ୍ତୁ ଅଛନ୍ତି। ତେଣୁ ପୃଥିବୀକୁ ଆମ ସୌରଜଗତର ‘ଜୀବଗ୍ରହ’ ବୋଲି କୁହାଯାଉଛି। ଆମ ସୂର୍ଯ୍ୟ ଗୋଟିଏ ନକ୍ଷତ୍ର, ଯାହାର ସୌରଜଗତ ଅଛି। ଆମେ ରାତିରେ ହଜାର ହଜାର ତାରା ଦେଖୁ। କେଇଟା ତାରାକୁ ଛାଡ଼ିଦେଲେ ବାକି ତାରା ବି ନକ୍ଷତ୍ର। ସେମାନେ ଆମ ସୌରଜଗତ ବାହାରେ ଅଛନ୍ତି। ଆମ ସୂର୍ଯ୍ୟ ପରି ଅନେକ ନକ୍ଷତ୍ରର ସୌରଜଗତ ଅଛି ଓ ଗ୍ରହ-ଉପଗ୍ରହ ଅଛନ୍ତି। ସେମାନେ ନିଜର ନକ୍ଷତ୍ର ଚାରିପଟେ ବୁଲୁଛନ୍ତି। ସେଗୁଡ଼ିକୁ ‘ବାହ୍ୟଗ୍ରହ’ କହୁ। ଅନେକ ବାହ୍ୟଗ୍ରହକୁ ଚିହ୍ନଟ କରାଯାଇଛି, କିନ୍ତୁ ସେଠାରେ ଜୀବଜନ୍ତୁ ଥିବାର ପ୍ରମାଣ ମିଳିନାହିଁ।
ପୃଥିବୀରେ ଜୀବନ୍ତ ପ୍ରାଣୀ ରହିପାରିବାର ଅନେକ କାରଣ ଆମକୁ ଜଣା। ବଡ଼ କାରଣ ହେଉଛି ଜଳର ଉପସ୍ଥିତି। ପୃଥିବୀ ବାହାରେ କୌଣସି ‘ବାହ୍ୟଗ୍ରହ’ରେ ମଧ୍ୟ ପାଣି ଥିଲେ ସେଠାରେ ଜୀବଜନ୍ତୁ ଥିବାର ସମ୍ଭାବନାକୁ ଏଡ଼େଇ ପାରିବା ନାହିଁ। ଆଜିକୁ ୪୫୦ କୋଟି ବର୍ଷ ତଳେ ପୃଥିବୀ ସୃଷ୍ଟି ହେଲା। ସେତେବେଳେ ପୃଥିବୀ ପୃଷ୍ଠରେ କୌଣସି ଜୀବ ନଥିଲେ। ପୃଥିବୀରେ ସମୁଦ୍ର ସୃଷ୍ଟି ହେଲା। ପ୍ରାୟ ୧୦୦ କୋଟି ବର୍ଷ ବିତିଲା ପରେ ସମୁଦ୍ର ଭିତରେ ହିଁ ପ୍ରଥମ ଜୀବ ସୃଷ୍ଟି ହୋଇଥିଲା। ତେଣୁ ଜୀବନ ସହିତ ଜଳର ନିବିଡ଼ ସମ୍ପର୍କ ରହିଛି।
ପାଣିକୁ ତିନିଟା ରୂପରେ ଦେଖୁ। ଆମେ ପିଉଥିବା ପାଣି ତରଳ ଅବସ୍ଥାରେ ଥାଏ। ତରଳ ପାଣିକୁ ଫ୍ରିଜ୍‌ ଭିତରେ ରଖିଲେ ତାହା ବରଫରେ ପରିଣତ ହୁଏ, ଯାହାକି ପାଣିର କଠିନ ଅବସ୍ଥା। ପାଣିକୁ ଗରମ କଲେ ବାଷ୍ପ ବାହାରେ, ଯାହାକି ପାଣିର ଗ୍ୟାସୀୟ ଅବସ୍ଥା। ତେଣୁ ପାଣି ତିନିଟା ରୂପରେ ରହିପାରେ। ଯେଉଁ ଗ୍ରହରେ ପାଣି ତିନିଟା ଅବସ୍ଥାରେ ରହିପାରିବ, ସେଠାରେ ଜୀବନ ସମ୍ଭବ। ପୃଥିବୀ ଏହାର ଉଦାହରଣ। ଆହୁରି ୭ଟି ଗ୍ରହ ଓ ଅନେକ ଛୋଟବଡ଼ ପିଣ୍ଡ ସୂର୍ଯ୍ୟ ଚାରିପଟେ ବିଭିନ୍ନ ଦୂରତାରେ ବୁଲୁଛନ୍ତି। ଯେଉଁ ପିଣ୍ଡଗୁଡ଼ିକ ସୂର୍ଯ୍ୟର ଅତି ନିକଟରେ ରହି ବୁଲୁଛନ୍ତି, ସେଗୁଡ଼ିକ ଅତି ଉତ୍ତପ୍ତ ଅବସ୍ଥାରେ ଅଛନ୍ତି। ସେଠାରେ ନିଆଁ ବର୍ଷିଲା ପରି ଖରା ହୁଏ। ବୁଧ ଓ ଶୁକ୍ର ସେମିତିକା ଦୁଇଟା ଗ୍ରହ। ସେଠାରେ ଜୀବଜନ୍ତୁ ବଞ୍ଚତ୍ପାରିବେ ନାହିଁ। ପିଣ୍ଡଗୁଡ଼ିକ ସୂର୍ଯ୍ୟଠାରୁ ଅତି ଦୂରରେ ରହିଲେ ସେଠାରେ ଜୀବଜନ୍ତୁ ତିଷ୍ଠିପାରିବେ ନାହିଁ। ଆମ ବଞ୍ଚତ୍ବା ପାଇଁ ପୃଥିବୀ ଠିକ୍‌ ଜାଗାରେ ରହିଛି। ସୂର୍ଯ୍ୟଠାରୁ ଯେଉଁ ଦୂରତାରେ ପୃଥିବୀ ରହିଛି, ସେହି ଅଞ୍ଚଳକୁ ଗୋଲଡିଲକ୍‌ସ ଅଞ୍ଚଳ ବୋଲି କୁହାଯାଏ। ଏହି ଦୂରତାରେ ବେଶି ଗରମ ନାହିଁ କିମ୍ବା ବେଶି ଥଣ୍ଡା ନାହିଁ। ଏହି ଅଞ୍ଚଳରେ ପାଣି କଠିନ-ତରଳ-ଗ୍ୟାସୀୟ ତିନିଟା ଅବସ୍ଥାରେ ରହିପାରିବ। ତେଣୁ ଜୀବଜନ୍ତୁ ବଞ୍ଚତ୍ପାରିବେ।
ଯଦି ଆମ ସୌରଜଗତ ବାହାରେ କୌଣସି ଜୀବନ୍ତ ଗ୍ରହ ଥିବେ, ସେଗୁଡ଼ିକ ନିଜର ନକ୍ଷତ୍ରଠାରୁ ଗୋଲଡିଲକ୍‌ସ ଦୂରତାରେ ରହିଥିବେ। ତେଣୁ ବାହ୍ୟଗ୍ରହ ଖୋଜିବା ସମୟରେ ନିଜର ନକ୍ଷତ୍ରଠାରୁ ସେହି ଗ୍ରହଟି କେତେ ଦୂରରେ ଅଛି, ସେକଥା ପ୍ରଥମେ ଚିନ୍ତା କରୁ। କାରଣ ଗୋଲଡିଲକ୍‌ସ ଅଞ୍ଚଳରେ ରହିଲେ ସେଠାରେ ଜୀବନର ସମ୍ଭାବନା ରହିବ। ବ୍ରହ୍ମାଣ୍ଡରେ ଅନେକ ଛାୟାପଥ ଅଛନ୍ତି। କେବଳ ଆମ ଛାୟାପଥ ଆକାଶଗଙ୍ଗାରେ ପ୍ରାୟ ୧୬,୦୦୦ କୋଟି ବାହ୍ୟଗ୍ରହ ଥିବାର ଅନୁମାନ କରାଯାଉଛି। ୨୦୨୦ ଗବେଷଣା ଅନୁସାରେ ସେଥିମଧ୍ୟରୁ ୬,୦୦୦ କୋଟି ବାହ୍ୟଗ୍ରହ ଅଛନ୍ତି, ଯାହାର ଆକାର ପୃଥିବୀ ଭଳି। କିନ୍ତୁ ଦୁଃଖର କଥା, ନକ୍ଷତ୍ରର ଗୋଲଡିଲକ୍‌ସ ଅଞ୍ଚଳରେ ଅନେକ ଗ୍ରହ ମିଳିଥିଲେ ବି କୌଣସି ଗ୍ରହରେ ଜୀବଜଗତ ଥିବାର ଠୋସ୍‌ ପ୍ରମାଣ ଆମକୁ ମିଳିନାହିଁ। କିନ୍ତୁ ସେହି ଗ୍ରହଗୁଡ଼ିକରେ ଜୀବଜଗତ ନାହିଁ ବୋଲି ଆମେ ଦୃଢ଼ ଭାବରେ କହିପାରିବା ନାହିଁ।
ଗୋଲଡିଲକ୍‌ସ ଅଞ୍ଚଳରେ ଗ୍ରହଟିଏ ରହିଲେ ହଠାତ୍‌ ଜୀବନ ଆରମ୍ଭ ହୁଏ ନାହିଁ। ସେଥିପାଇଁ ସମୟ ଦରକାର। ଯେମିତି ଗୋଲଡିଲକ୍‌ସ ଅଞ୍ଚଳରେ ଅବସ୍ଥାନ କରୁଥିବା ପୃଥିବୀ ସୃଷ୍ଟି ହେବା ସମୟରେ ଜୀବଜନ୍ତୁ ନଥିଲେ କି ମଣିଷ ନ ଥିଲା। ସେତେବେଳେ ତାହା ଉତ୍ତପ୍ତ ବାଷ୍ପର ବିରାଟ ପିଣ୍ଡଟିଏ ଥିଲା। ଧୀରେ ଧୀରେ ଥଣ୍ଡା ହେଲା। ଏହାର ପୃଷ୍ଠତଳ ଟାଣ ହେଲା। ପୃଥିବୀପୃଷ୍ଠରେ ସମୁଦ୍ର ସୃଷ୍ଟି ହେଲା। ବିନା ଜୀବରେ ବିତିଗଲା ୧୦୦ କୋଟି ବର୍ଷ। ତା’ପରେ ଜଳ ଭିତରେ ଏକକୋଷୀ ଜୀବନର ଆରମ୍ଭ ହେଲା। ଏକକୋଷୀରୁ ବହୁକୋଷୀ ଜୀବନ ସମ୍ଭବ ହେଲା। ନାନା ଜାତିର ପ୍ରାଣୀ ସୃଷ୍ଟି ହେଲେ। ଯାହା ପ୍ରମାଣ ମିଳିଛି, ପୃଥିବୀ ପୃଷ୍ଠରେ ମଣିଷର ଆବିର୍ଭାବ ହେଲା ଏଇ ମାତ୍ର ୫୫ ଲକ୍ଷ ବର୍ଷ ତଳେ। ଅର୍ଥାତ୍‌ ପୃଥିବୀର ବୟସ ୧ ଦିନ ହେଲେ ମଣିଷର ଜନ୍ମ ମାତ୍ର ୨ ମିନିଟ ତଳେ ହୋଇଛି। ତେଣୁ ଆମେ ସେମିତିକା ବାହ୍ୟଗ୍ରହକୁ ଖୋଜିଚାଲିଛୁ, ଯିଏକି ଗୋଲଡିଲକ୍‌ସ ଅଞ୍ଚଳରେ ଅତି କମ୍‌ରେ ୧୦୦ କୋଟି ବର୍ଷ ରହିଥିବ। କେବେ ସେମିତିକା ଗ୍ରହର ସନ୍ଧାନ ମିଳିବ, ସେହି ଖବର ଶୁଣିବା ପାଇଁ ଆମେ ଅପେକ୍ଷା କରି ରହିବୁ। ସେଠାରେ ଥିବା ଜୀବମାନଙ୍କୁ ଦେଖିବା ପାଇଁ ଅନେଇ ବସିଛୁ।

 

ଡ. କମଳାକାନ୍ତ ଜେନା
ପ୍ରାଧ୍ୟାପକ (ଫିଜିକ୍ସ),
ଭଦ୍ରକ ଅଟୋନମସ୍‌ କଲେଜ, ଭଦ୍ରକ
ମୋ: ୯୪୩୯୫୦୧୬୫୧

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?