ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଥମ ଦିନରେ ଟିକା ନେଲେ ୮୧%

ଭୁବନେଶ୍ୱର, ୭।୨(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି। ପ୍ରଥମ ଦିନରେ ଟିକାକରଣରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହୋଇଛନ୍ତି। କେତେକ ଜିଲାପାଳ, ଏଡିଏମ୍‌, ଏସ୍‌ପି ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଟିକା ନେବା ସହ ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଆଉ କେତେକ ସ୍ଥାନରେ ଜନପ୍ରତିନିଧିମାନେ ଟିକା ନେଇଥିବା ସୂଚନା ମିଳିଛି।
ଶନିବାର ୪୮,୪୪୬ ଜଣଙ୍କୁ ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ୮୧.୩% ଅର୍ଥାତ୍‌ ୩୯,୩୭୫ଜଣ ଟିକା ନେଇଛନ୍ତି। ୪୩୦ଟି ସେସନରେ ଏହି ଟିକାକରଣ ହୋଇଥିଲା। ଭୁବନେଶ୍ୱରରେ ୧୦୯.୬% ଟିକାକରଣ ହୋଇଛି। ଏଠାରେ ୧୦ଟି ସେସନରେ ୧,୧୬୦ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ୧,୨୭୧ଜଣ ଟିକା ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟର ୧୦ ଜିଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଟିକାକରଣ ହୋଇଛି। ରାୟଗଡ଼ାରେ ସର୍ବାଧିକ ୧୭୩.୭% ଟିକାକରଣ ହୋଇଥିବାବେଳେ କୋରାପୁଟରେ ୧୪୦.୫%, ଭଦ୍ରକ ୧୩୬.୩%, ଦେବଗଡ଼ ୧୨୪.୯%, ଯାଜପୁର ୧୧୯.୨%, ନୂଆପଡ଼ା ୧୧୬.୭%, କଟକ ୧୧୬%, ବରଗଡ଼ ୧୦୬%, ପୁରୀ ୧୦୪.୬%, ନବରଙ୍ଗପୁର ୧୦୧.୯% ଟିକାକରଣ ହୋଇଛି। ଗଜପତି ଜିଲାରେ ସର୍ବନିମ୍ନ ୩୩.୧% ଟିକାକରଣ ହୋଇଛି। ଏହି ଜିଲାରେ ୧,୦୨୧ଜଣଙ୍କୁ ଟିକା ଦିଆଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ମାତ୍ର ୩୩୮ଜଣ ଟିକା ନେଇଛନ୍ତି।  ୧୬,୩୮୯ଜଣ ହେଲ୍‌ଥ କେୟାର ଓ୍ବାର୍କର ଓ ୨୨,୯୮୬ଜଣ ଫ୍ରଣ୍ଟ ଲାଇନ ଓ୍ବାର୍କର ଟିକା ନେଇଛନ୍ତି। ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୨,୫୨,୦୬୯ଜଣ ହେଲ୍‌ଥ କେୟାର ଓ୍ବାର୍କର ଓ ୨୨,୯୮୬ଜଣ ଫ୍ରଣ୍ଟ ଲାଇନ ଓ୍ବାର୍କର ଟିକା ନେଇଥିବା ବିଭାଗୀୟ ତଥ୍ୟରୁ ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ଭିଡିପି ଆସୋସିଏଟ ସର୍ଭେ: ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ୨ୟରେ ଯୋଗୀ, ଜଗନ ତୃତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ରାଜ୍ୟବାସୀ ସନ୍ତୁଷ୍ଟ ଅଛନ୍ତି। ସାରା ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ଭିତ୍ତିକରି ପ୍ରସ୍ତୁତ ଏକ ରିପୋର୍ଟରେ...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର,ଏ ବର୍ଷ ବଢିବନି ବିଦ୍ୟୁତ୍‌ ଦର

ଭୁବନେଶ୍ୱର,୨୩।୩: ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏ ବର୍ଷ ବଢିବନି ବିଦ୍ୟୁତ୍‌ ଦର। ଏନେଇ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ ପକ୍ଷରୁ ଗୁରୁବାର ସୂଚନା...

ହାତୀ ନଦୀରେ ବନ୍ୟା ପରିସ୍ଥିତି: ଶତାଧିକ ଏକର ଚାଷ ଜମି ଜଳମଗ୍ନ, ଯାତାୟାତ ବ୍ୟାହତ

ଜୁନାଗଡ,୭।୯(ଡି.ଏନ.ଏ.) ଗତ ୨ ଦିନ ଧରି ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ...

ପାନୀୟଜଳ, ଆଲୋକ ବ୍ୟବସ୍ଥା ନାହିଁ

ବୋଲଗଡ଼,୧୬ା୯(ଡି.ଏନ୍‌.ଏ.): ପୂର୍ବତଟ ରେଳପଥ ଅଧୀନ ବୋଲଗଡ଼ ରେଲଓ୍ବେ ଷ୍ଟେଶନରେ ପାନୀୟଜଳ ଏବଂ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

ଆସନ୍ତା ୨୩ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ଫେବୃୟାରୀ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ଅମିତ ଶାହା ଢେଙ୍କାନାଳର ବୁଥ୍‌ ସ୍ତରୀୟ...

ପରଲୋକରେ ସିନେ ଅଭିନେତା ସୁନିଲ ନାୟକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତା ସୁନିଲ ନାୟକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ହୃଦ୍‌ଘାତରେ ସୁନିଲଙ୍କ...

ଏବେ ଲୁଚାଛପାର ସମୟ ନୂହେଁ, ଧାର୍ମିକ ନେତାମାନେ ସନ୍ଦିଗ୍ଧଙ୍କୁ ବୁଝାଇ ଆଗକୁ ଆସିବାକୁ କୁହନ୍ତୁ : ବାଗଚି

ଭୁବନେଶ୍ବର, ୪।୪(ବ୍ୟୁରୋ) : ବର୍ତ୍ତମାନ ସମୟରେ ସାମାଜ ଆତଙ୍କିତ ଅବସ୍ଥାରେ ରହିଛି । ଏଣୁ ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ବ୍ୟକ୍ତି...

୮ ବର୍ଷ ହେଲା ପଢ଼ାଉଥିଲେ ନକଲି ଶିକ୍ଷୟିତ୍ରୀ

ବଲାଙ୍ଗୀର ଅଫିସ,୨୮ା୫: ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ଜଣାପଡ଼ିଛି ସତ। ୮ ବର୍ଷ ହେଲା ଏକ ସ୍କୁଲରେ ଦୁଇଜଣ ନକଲି ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା...

Advertisement
Archives

Model This Week