ଲୋହିତ ଗ୍ରହରେ ଜୀବନର ସନ୍ଧାନ

‘ମଙ୍ଗଳ ପୃଷ୍ଠରେ ଅବତରଣ କରିବା ଏକ କଷ୍ଟକର ଏବଂ ଜଟିଳ ପ୍ରଯୁକ୍ତିଗତ ପ୍ରକ୍ରିୟା।  ଏଥିପାଇଁ ଏପର୍ଯ୍ୟନ୍ତ ଗ୍ରହକୁ ପ୍ରେରଣ କରାଯାଇଥିବା ମାତ୍ର ୪୦ ପ୍ରତିଶତ ଅଭିଯାନ ସଫଳ ହୋଇପାରିଛି। ବୈଜ୍ଞାନିକମାନେ କମ୍ପ୍ୟୁଟର ପର୍ଦ୍ଦାକୁ ଚାହିଁ ରହିଥାଆନ୍ତି ନିର୍ଲିପ୍ତ ଭାବରେ। ଯାନଟି ବାୟୁମଣ୍ଡଳରେ ଘଣ୍ଟାକୁ ପ୍ରାୟ ୨୦,୦୦୦ କି.ମି.
ବେଗରେ ପ୍ରବେଶ କରିଥାଏ। “

ଲୋହିତ ଗ୍ରହ ମଙ୍ଗଳ ଜଳ ଓ ଜୀବନର ଉପସ୍ଥିତି ନିମନ୍ତେ ଯୁଗେ ଯୁଗେ ମନୁଷ୍ୟ ପାଇଁ ଏକ ରହସ୍ୟ, ରୋମାଞ୍ଚଘେରା ରାଇଜ ରୂପେ ରହି ଆସିଛି।
ଗ୍ରହଟି ଅନେକାଂଶରେ ଆମ ପୃଥିବୀ ଭଳି। ଏହା ପୃଥିବୀ ଭଳି ପ୍ରାୟ ୨୪ ଘଣ୍ଟାରେ ଥରେ ନିଜ ଅକ୍ଷ ଚାରିପଟେ ଘୂରିଥାଏ ; ଫଳରେ ଏଠାରେ ପୃଥିବୀ ଭଳି ପ୍ରାୟ ପ୍ରତି ୧୨ ଘଣ୍ଟା ଅନ୍ତରରେ ଦିନରାତିର ପରିବର୍ତ୍ତନ ଘଟିଥାଏ।
ପୃଥିବୀ ଭଳି ଗ୍ରହଟିର ଅକ୍ଷର ଆନତି ପ୍ରାୟ ୨୩.୫ ଡିଗ୍ରୀ ହୋଇ ଥିବାରୁ ଗ୍ରହଟିରେ ମଧ୍ୟ ଋତୁଚକ୍ରର ମଧୁର ରାସଲୀଳା ଗଡିଚାଲେ । ପୃଥିବୀ ଭଳି ଗ୍ରହଟିର ବାୟୁମଣ୍ଡଳ ମଧ୍ୟ ବିଭିନ୍ନ ଗ୍ୟାସ୍‌ର ମିଶ୍ରଣ । ଏହାର ମେରୁରେ ପୃଥିବୀ ଭଳି ବରଫାବୃତ ଶୃଙ୍ଗ ଦେଖିବାକୁ ମିଳେ, ଯେଉଁଠାରେ ପ୍ରଚୁର ଜଳ କଠିନ ରୂପରେ ଗଚ୍ଛିତ ଥିବାର ଅନୁମାନ କରାଯାଏ । ମାତ୍ର ଏସବୁ ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଗ୍ରହଟି ଭୀଷଣ ରୁକ୍ଷ ଏବଂ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବହୁତ ତଳେ, ଯେଉଁଥିରେ ଜୀବନ ବଞ୍ଚତ୍ବା ସମ୍ଭବପର ନୁହେଁ। ଏବେ ଜଣାପଡିଛି ଯେ, ମଙ୍ଗଳ କେବଳ ଶୁଖିଲା ନଈ, ଧୂସର ଉପତ୍ୟକା ଏବଂ ଲାଲ ମାଟିରେ ଢଙ୍କା ଏକ ନୀରବ, ନିଷ୍ପ୍ରାଣ ଗ୍ରହ। ମାତ୍ର ଏ ପ୍ରସଙ୍ଗରେ ଏକ ପ୍ରଶ୍ନ ସର୍ବଦା ମନକୁ ଆନ୍ଦୋଳିତ କରେ: ଅତୀତରେ ଗ୍ରହପୃଷ୍ଠରେ ଜଳର ଉପସ୍ଥିତି ଓ ଜୀବନକୁ ସୁହାଇଲା ଭଳି ଜଳବାୟୁ ଥିଲା କି ? ଯଦି ଥିଲା, ସେଭଳି ପରିସ୍ଥିତିରେ କେଉଁ ସ୍ତରର ଜୀବନ ବିକଶିତ ହୋଇଥିଲା ? ଅର୍ଥାତ୍‌, ସେଠାରେ ସୂକ୍ଷ୍ମ ଅନୁନ୍ନତ ଅଣୁଜୀବ ସ୍ତରର ନା ମଣିଷ ଭଳି ବୁଦ୍ଧିମାନ୍‌ ଉଚ୍ଚତ୍ତର ଜୀବର ବିକାଶ ଘଟିଥିଲା ? ମଣିଷ ଆଗାମୀ ଦିନରେ ମଙ୍ଗଳରେ ନିଜର ବସତି ସ୍ଥାପନ କରିପାରିବ କି, ଇତ୍ୟାଦି ଇତ୍ୟାଦି? ଏହି ସବୁ ଜଟିଳ, ଅସମାହିତ ତଥା ରହସ୍ୟମୟ ପ୍ରଶ୍ନର ଉତ୍ତର ପାଇବା ନିମନ୍ତେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିକଟରେ ମଙ୍ଗଳ ଗ୍ରହକୁ ସଫଳତାର ସହ ପ୍ରେରଣ କରିଛି ଏକ ଯନ୍ତ୍ରଯାନ।
ବାୟୁମଣ୍ଡଳ ପ୍ରବେଶ,
ନିମ୍ନଗତି ଓ ଅବତରଣ
ଗତ ଫେବୃୟାରୀ ୧୮ ତାରିଖର ଏକ ଶୀତୁଆ ଅପରାହ୍ନ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର କାଲିଫର୍ନିଆ ପାସାଡେନାସ୍ଥିତ ଜେଟ୍‌ ପ୍ରପଲସନ୍‌ ଲାବରେଟୋରିର କଣ୍ଟ୍ରୋଲ ରୁମ୍‌ଠାରେ ଏକ ଉଦ୍‌ବେଗ ଓ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ । ଲୋହିତ ଗ୍ରହ ମଙ୍ଗଳକୁ ୪୭.୨ କୋଟି କି.ମି. ଦୂରତା ଅତିକ୍ରମ କରି ଯାଇଥିବା ମହାକାଶଯାନ ‘ପର୍ସିଭେରେନ୍ସ’ ୨୦୩ ଦିନର ଯାତ୍ରା ପରେ ଏହାର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ଦ୍ରୁତଗତିରେ ଛୁଟି ଯାଉଛି ଏବଂ ଆଉ କେଇ ମିନିଟ୍‌ ମଧ୍ୟରେ ଗ୍ରହପୃଷ୍ଠରେ ଅବତରଣ କରିବ। ମାତ୍ର ଗ୍ରହର ବାୟୁମଣ୍ଡଳ ଦେଇ ସାତ ମିନିଟ୍‌ କାଳର ଏହି ସଂକଟପୂର୍ଣ୍ଣ ଯାତ୍ରାର ବାୟୁମଣ୍ଡଳରେ ପ୍ରବେଶ, ନିମ୍ନଗତି ଏବଂ ଅବତରଣ ଅଭିଯାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଜଟିଳ ପର୍ଯ୍ୟାୟ I ଯାନଟି ମଙ୍ଗଳର ବାୟୁମଣ୍ଡଳ ଭେଦ କରି ଘଣ୍ଟାକୁ ପ୍ରାୟ ୨୦,୦୦୦ କି.ମି. ଗତିରେ ଗ୍ରହର ପୃଷ୍ଠ ଆଡ଼କୁ ଆଗେଇ ଯାଉଥାଏ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯାନର ବେଗକୁ ଯଥେଷ୍ଟ ହ୍ରାସ କରି ଗ୍ରହପୃଷ୍ଠରେ ଧୀର ଅବତରଣ କରାଇବାକୁ ପଡିବ; ନଚେତ୍‌ ଯାନଟି ଦ୍ରୁତ ଗତିରେ ଗ୍ରହପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ ଏବଂ ବୈଜ୍ଞାନିକମାନଙ୍କ ବର୍ଷ ବର୍ଷର ସମସ୍ତ ଅକ୍ଳାନ୍ତ ପରିଶ୍ରମ ବ୍ୟର୍ଥ ହୋଇଯିବ। ସୁତରାଂ ଏହି ସଂକ୍ଷିପ୍ତ ସମୟ ମଧ୍ୟରେ ଶତାଧିକ ଜଟିଳ ବୈଜ୍ଞାନିକ ପ୍ରକ୍ରିୟାକୁ ସୂଚାରୂ ରୂପେ ଏବଂ ସଠିକ ସମୟରେ ସମ୍ପାଦନ କରିବାକୁ ପଡିବ I ଆହୁରି ମଧ୍ୟ ଏସବୁ ପ୍ରକ୍ରିୟାକୁ ଯାନକୁ ନିଜେ ସମ୍ପାଦନ କରିବାକୁ ପଡିବ; କାରଣ ଅତ୍ୟଧିକ ଦୂରତା ହେତୁ ଯାନକୁ ପୃଥିବୀରୁ ରେଡିଓ ସଂକେତ ପ୍ରେରଣ କରି ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ୧୧ ମିନିଟ୍‌ ସମୟ ଲାଗିଥାଏ। ଏହାର ଅର୍ଥ, ଯାନଟି ଗ୍ରହର ବାୟୁମଣ୍ଡଳରେ ପ୍ରବେଶ ବାର୍ତ୍ତା ପୃଥିବୀରୁ ବୈଜ୍ଞାନିକମାନେ ଶୁଣିବା କ୍ଷଣି ଏହା ପ୍ରକୃତରେ ଗ୍ରହ ପୃଷ୍ଠକୁ ଛୁଇଁ ସାରିଥିବ।
ମଙ୍ଗଳ ପୃଷ୍ଠରେ ଅବତରଣ କରିବା ଏକ କଷ୍ଟକର ଏବଂ ଜଟିଳ ପ୍ରଯୁକ୍ତିଗତ ପ୍ରକ୍ରିୟା। ଏଥିପାଇଁ ଏପର୍ଯ୍ୟନ୍ତ ଗ୍ରହକୁ ପ୍ରେରଣ କରାଯାଇଥିବା ମାତ୍ର ୪୦ ପ୍ରତିଶତ ଅଭିଯାନ ସଫଳ ହୋଇପାରିଛି। ବୈଜ୍ଞାନିକମାନେ କମ୍ପ୍ୟୁଟର ପର୍ଦ୍ଦାକୁ ଚାହିଁ ରହିଥାଆନ୍ତି ନିର୍ଲିପ୍ତ ଭାବରେ। ଯାନଟି ବାୟୁମଣ୍ଡଳରେ ଘଣ୍ଟାକୁ ପ୍ରାୟ ୨୦,୦୦୦ କି.ମି. ବେଗରେ ପ୍ରବେଶ କରିଥାଏ। ଯାନଟିର ଏହି ପ୍ରଚଣ୍ଡ ଗତି ଯୋଗୁଁ ଏହା ବାୟୁମଣ୍ଡଳୀୟ ପ୍ରଚଣ୍ଡ ଘର୍ଷଣ ବଳର ସମ୍ମୁଖୀନ ହୋଇ ତାପମାତ୍ରା ପ୍ରାୟ ୧୩୦୦ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ଲା। ଏହି ଉଚ୍ଚ ତାପମାତ୍ରାରୁ ଯାନକୁ ସୁରକ୍ଷିତ ରଖିବା ପାଲଁ ଯାନ ଚାରିପଟେ ଏକ ତାପନିରୋଧକ ଖୋଳପା ରହିଥାଏ। ଏହା ଯାନକୁ ପ୍ରଚଣ୍ଡ ତାପମାତ୍ରାରୁ ରକ୍ଷା କରିବା ସହିତ ବାୟୁମଣ୍ଡଳରେ ଯାନର ବେଗକୁ କିଛି ମାତ୍ରାରେ ହ୍ରାସ କରେ।
ବାୟୁମଣ୍ଡଳ ପ୍ରବେଶର ୨୪୦ ସେକେଣ୍ଡ ପରେ ଗ୍ରହପୃଷ୍ଠରୁ ପ୍ରାୟ ୧୧ କି.ମି. ଊଦ୍ଧର୍‌ବରେ ୭୦.୫ ଫୁଟ ବ୍ୟାସ ବିଶିଷ୍ଟ ଯାନର ବିଶାଳକାୟ ପାରାସୁଟ୍‌ ଖୋଲି ଦିଆଗଲା। ସେତେବେଳେ ଯାନଟି ଘଣ୍ଟା ପ୍ରତି ୧୫୧୨ କି.ମି. ବେଗରେ ଗତି କରୁଥିଲା। ପାରାସୁଟ୍‌ ଖୋଲିବାର ୨୦ ସେକେଣ୍ଡ ପରେ ଯାନରୁ ହିଟ୍‌ ସିଲ୍‌ଡ ଖୋଳପା ବିଚ୍ଛିନ୍ନ କରିଦିଆଗଲା ଏବଂ ଯାନକୁ ପ୍ରଥମଥର ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବାକୁ ଦିଆଗଲା। ଏହା ଦ୍ବାରା ଯାନରେ ଖଞ୍ଜା ଯାଇଥିବା ରାଡାର ଏବଂ ଟେରେନ୍‌ ରିଲେଟିଭ୍‌ ନାଭିଜେସନ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇ ସ୍ପଷ୍ଟ ତଳକୁ ଦେଖିପାରିଲେ ଏବଂ ଗ୍ରହପୃଷ୍ଠରୁ ଯାନର ଉଚ୍ଚତା, ଅବସ୍ଥାନ ଓ ବେଗର ମୂଲ୍ୟ ନିର୍ଭୁଲ ରୂପେ ମାପିବା ସହିତ ନିରାପଦ ଅବତରଣସ୍ଥଳୀ ସମ୍ପର୍କରେ ସୂଚନା ଦେବା ଆରମ୍ଭ କଲେ।
ନିମ୍ନମୁଖୀ ଯାନର ବେଗ ହ୍ରାସ ପାଇ ଘଣ୍ଟା ପ୍ରତି ୩୨୦ କି.ମି. ମୂଲ୍ୟରେ ପହଞ୍ଚତ୍ଲା କ୍ଷଣି ବେଗକୁ ଆହୁରି ମନ୍ଥର କରିବା ନିମନ୍ତେ ଗ୍ରହପୃଷ୍ଠରୁ ୨.୧ କି.ମି. ଊଦ୍ଧର୍‌ବରେ ଯାନର ୮ଟି ଇଞ୍ଜିନ ବିଶିଷ୍ଟ ରେଟ୍ରୋ-ରକେଟ୍‌ଗୁଡିକୁ କାର୍ଯ୍ୟକ୍ଷମ କରାଗଲା; ଫଳରେ ଯାନର ବେଗ ଘଣ୍ଟା ପ୍ରତି ୨.୭ କି.ମି.କୁ ହ୍ରାସ ପାଇଲା। ଯାନଟି ଗ୍ରହପୃଷ୍ଠରୁ ୬୬ ଫୁଟ ଊଦ୍ଧର୍‌ବରେ ଥିବାବେଳେ ଏକ ଅଭିନବ ପଦ୍ଧତି ଅନୁସାରେ ସ୍କାଇ କ୍ରେନ୍‌ ବ୍ୟବସ୍ଥାକୁ ଚାଲୁ କରାଯାଇ ମୂଳଯାନରୁ ୨୧ ଫୁଟ ଲମ୍ବର ଏକ ତାର ଜରିଆରେ ଯନ୍ତ୍ରଯାନକୁ ଅତି ଯତ୍ନର ସହ ତଳକୁ ଅର୍ଥାତ୍‌ ଗ୍ରହପୃଷ୍ଠକୁ ଖସାଇ ଦିଆଗଲା। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜଟିଳ ପ୍ରକ୍ରିୟା। କାରଣ ଏହାଦ୍ବାରା ଯାନଟି ସିଧାସଳଖ ଗ୍ରହପୃଷ୍ଠକୁ ଛୁଇଁବ। ଯନ୍ତ୍ରଯାନଟିର ଚକା ଗ୍ରହପୃଷ୍ଠକୁ ଛୁଇଁବାକ୍ଷଣି ଯାନକୁ ସଂଯୁକ୍ତ କରିଥିବା ଏହି ତାରକୁ ସ୍ବୟଂଚାଳିତ ବ୍ୟବସ୍ଥା ଜରିଆରେ କାଟି ଦିଆଗଲା। ତେଣେ ନାସାର କଣ୍ଟ୍ରୋଲ୍‌ ରୁମ୍‌ରେ ଯାନର ଏହି ରୋମାଞ୍ଚକର ଅବତରଣ ସମ୍ପର୍କରେ ନିରବଚ୍ଛିନ୍ନ ଭାବେ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଦିଆଯାଉଥାଏ। (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?