ଗାଁ ମୁହାଁ ହେଉଛି ସମୁଦ୍ର

ବାଲିଆପାଳ,୩୧।୮(ସ୍ବ.ପ୍ର): ପ୍ରାକୃତିକ ପରିବର୍ତ୍ତନ ମଣିଷର ଦମ୍ଭକୁ ଭାଙ୍ଗି ଦେଉଛି। କେତେବେଳେ ବାତ୍ୟା ତା’ର ମହା କରାଳ ରୂପ ଦେଖାଇ ଘର ଦ୍ୱାର ଭାଙ୍ଗି ଜନ ଶୂନ୍ୟ କରିଦେଉଛି ତ କେତେବେଳେ ସମୁଦ୍ରରୁ ଲୁଣା ଜଳ ମାଡ଼ି ଆସି ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ଭସାଇ ନେଉଛି। ପୁଣି କେତେବେଳେ ସମୁଦ୍ର ଗାଁ ମୁହାଁ ହୋଇ ଲୋକଙ୍କୁ ଡରାଉଛି। ବାତ୍ୟା ‘ୟାସ୍‌’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭିରାଇ ପଞ୍ଚାୟତର ସମୁଦ୍ର କୂଳିଆ ଗାଁ ଚାଉଳତି। ସମୁଦ୍ର ଢ଼େଉରେ ନଷ୍ଟ ହୋଇଯାଇଛି ଝାଉଁ ଜଙ୍ଗଲ ସହିତ ବହୁ ପୂର୍ବରୁ ରହିଥିବା ଲୁଣିବନ୍ଧ। ସମୁଦ୍ର ଗାଁ ମୁହାଁ ହେଉଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜୀବନକୁ ବାଜି ଲଗାଇ ଜନ୍ମ ମାଟିରେ ପଡ଼ି ରହିଛନ୍ତି ସେମାନେ।
ଏହି ଗାଁରେ ୧୨୦ରୁ ଊର୍ଦ୍ଧ୍ୱ ଘର ଥିଲା ବେଳେ ହଜାରେରୁ ଅଧିକ ଲୋକ ବସବାସ କରନ୍ତି। ଚଳିତ ବର୍ଷ ‘ୟାସ୍‌’ ବାତ୍ୟା ସମଗ୍ର ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଥିଲା ବେଳେ ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଧୋଇଯାଇଛି ଏହି ଗାଁର ବାତ୍ୟା ପ୍ରତିରୋଧକ ବିଶାଳ ଝାଉଁ ଜଙ୍ଗଲ। ଉପୁଡ଼ି ପଡ଼ିଛି ବଡ଼ବଡ଼ ଝାଉଁ ଗଛ। ଲୀନ ହୋଇ ଯାଇଛି ଗଁାକୁ ସୁରକ୍ଷା ଦେଉଥିବା ସମୁଦ୍ର ପ୍ରାଚୀର ଲୁଣିବନ୍ଧ। ତେଣୁ ଅନାୟସରେ ଗାଁ ମୁହାଁ ହେବାରେ ଲାଗିଛି ସମୁଦ୍ର। ପ୍ରାୟତଃ ୩ରୁ ୪ ଚେନ୍‌ ସମୁଦ୍ର ମାଡ଼ି ଆସିଛି ଗାଁ ଭିତରକୁ। ଫଳରେ ଚାଷ ଜମିରେ ମାଡ଼ି ଯାଇଛି ସମୁଦ୍ରର ଲୁଣି ପାଣି। ଗୃହ ପାଳିତ ପଶୁଙ୍କର ଚାରଣ ଭୂଇଁରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ସମୁଦ୍ରର ଗର୍ଜନ ଡ଼ରାଉଛି ଗାଁ ଲୋକଙ୍କୁ। ସୌନ୍ଦର୍ଯ୍ୟରେ ଭରପୁର ଚାଉଳତି ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଅଶଙ୍କାରେ ପ୍ରମାଦ ଗଣୁଛନ୍ତି ଗ୍ରାମବାସୀ। ଲହଡ଼ି ରୋକିବା ପାଇଁ ଖୁବ୍‌ ଶୀଘ୍ର ପଥର ପ୍ୟାକିଂ ସହିତ ପଥର ବନ୍ଧ କରିବାକୁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି। ଲୁଣି ବନ୍ଧ କରାଯାଇ ଲହଡ଼ିକୁ ରୋକା ନ ଗଲେ ଖାଲି ଜମ୍ଭିରାଇ ପଞ୍ଚାୟତର ଚାଉଳତି ଗାଁ ନୁହେଁ ଏହି ପଞ୍ଚାୟତର ୪/୫ଟି ଗାଁ ସହିତ କଷାଫଳ, ବୁଳଂ, ସାଉଡ଼ି, ନୂଆଗାଁ, ପଞ୍ଚପାଲି ପଞ୍ଚାୟତର କିଛି ଗଁା ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri