କୂଳ ଲଂଘୁଛି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ; ୨୪ରୁ ଧାରଣା ଦେବେ…

ଛତ୍ରପୁର,୧୮ା୬(ଦିଲୀପ ସାମଲ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ନିକଟରେ ସମୁଦ୍ର କୂଳ ଲଂଘୁଛି । ପୂର୍ବରୁ ସମୁଦ୍ରଠାରୁ ୨ କି.ମି. ଦୂରରେ ଗାଁଗୁଡିକ ଥିଲା। ବର୍ତ୍ତମାନ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ସମୁଦ୍ର ରହିଛି। ଏଥିଯୋଗୁ ଗଙ୍ଗାଦେବୀ ଏବଂ ଠାକୁରାଣୀ ମନ୍ଦିର ସମୁଦ୍ରରେ ଲୀନ ହୋଇଥିବା ବେଳେ ମା’ ହରଚଣ୍ଡୀ ଠାକୁରାଣୀ ମନ୍ଦିର ସମୁଦ୍ର ଆଁକୁ ଯିବାକୁ ବସିଛି । ବର୍ତ୍ତମାନ ଶୁଖୁଆ ଶୁଖାଯିବା ସ୍ଥାନଠାରୁ ସମୁଦ୍ର ଆଉ ମାତ୍ର ଅଳ୍ପ ଦୂରରେ ରହିଛି । ଗାଁ ଠାରୁ ସମୁଦ୍ର ୫୦ମିଟର ଦୂରରେ ରହିଥିବା ବେଳେ ଏବେ ୨୦ମିଟର କୂଳ ଲଂଘିଛି। ଏଥିରେ ଗ୍ରାମବାସୀ ଭୟଭୀତ ହେବା ସହ ଏଥିପାଇଁ ଗୋପାଳପୁର ପୋର୍ଟକୁ ଦାୟୀ କରିଛନ୍ତି । ଏହାର ପ୍ରତିବାଦରେ ଓ ୫ ଦଫା ଦାବି ନେଇ ଆସନ୍ତା ୨୪ ତାରିଖଠାରୁ ପୋର୍ଟ ମୁଖ୍ୟ ଫାଟକଠାରେ ଧାରଣା ଦେବା ପାଇଁ ଗ୍ରାମବାସୀ ନିଷ୍ପତି ନେଇଛନ୍ତି। ବୁଧବାର ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ନେତୃତ୍ୱରେ ଜ଼ିଲାପାଳ ଓ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଯାଇଛି।

କୁହାଯାଇଛି ଯେ, ପଞ୍ଚାୟତ ନିକଟ ସମୁଦ୍ର ବେଳାଭୂମିର ପରିବେଶ ଓ ଭୌଗଳିକ ସ୍ଥିତି ନଷ୍ଟ ନ ହେବା ସକାଶେ ଦୁଇ ଥର ପ୍ରତଶ୍ରୁତି ଦେଇ ଓ ୨୦୧୧ ଓ ୨୦୧୭ରେ ତ୍ରିପାକ୍ଷିକ ଚୁକ୍ତିନାମା ପ୍ରକାରେ ପଞ୍ଚାୟତରେ ଥିବା ୧୯୦୦ ମିଟର ଲମ୍ବାର ପଥର ବନ୍ଧ ନିର୍ମାଣ କରିବେ ବୋଲି ପୋର୍ଟ କତ୍ତୃପକ୍ଷ ଓ ଜିଲା ପ୍ରଶାସନ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ତେବେ ଏହା କାର୍ଯ୍ୟକାରୀ ନ ହୋଇ କେବଳ କାଗଜ ଓ କଲମରେ ସୀମିତ ରହିଛି। ଦାବିଗୁଡିକ ମଧ୍ୟରେ ବାତ୍ୟା ସମୟରେ ଅଶାନ୍ତ ସମୁଦ୍ରର ଢେର କୂଳ ନ ଲଂଘିବା ସକାଶେ ବେଳାଭୂମିରେ ତୁରନ୍ତ ପଥର ପାଚେରୀ ନିର୍ମାଣ, ନଷ୍ଟ ହୋଇ ରହିଥିବା ଗୋପାଳପୁର ପୋର୍ଟର ଫିସେରୀ ଜେଟିର ପୁନରୁଦ୍ଧାର କରିବା, ଡ଼ଙ୍ଗା ଯାତାୟତ କରିବା ସକାଶେ ଡ୍ରେଜିଙ୍ଗ, ମତ୍ସ୍ୟଜବୀମାନଙ୍କୁ ବାତ୍ୟା, ଖରା, ବର୍ଷା ଓ ଶୀତର ପ୍ରକୋପରୁ ସୁରକ୍ଷା ଦେବା ସହିତ ଜାଲ ଓ ଡଙ୍ଗା ରହିବା ସକାଶେ ସମୁଦ୍ର କୂଳ ନିକଟରେ ଆଶ୍ରୟସ୍ଥଳ ସ୍ଥାପନ କରିବା, ସେଥରେ ପାନୀୟ ଜଳ, ଶୌଚାଳୟ ଓ ଫିସେରୀ ଜେଟିଠାରୁ ଆଶ୍ରୟସ୍ଥଳ ଦେଇ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ରାତିରେ ଆଲୋକ ବ୍ୟବସ୍ଥା କରିବା ଆଦି ରହିଛି। ଏହି ଦାବୀପତ୍ର ପ୍ରଦାନ ବେଳେ ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ, ମତ୍ସ୍ୟଜୀବି ନେତା ଵି. ଭୀମସେନ, ଏନ. ଦିନବନ୍ଧୁ, କେ. ଦାଶରଥୀ, ପି. ରାମବାବୁ, ଧର୍ମରାଜୂ, ଏଲ ଏରୟା ଓ ଜେ ଚି଼ନେୟା ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ତେଜିଲା ଗୋଷ୍ଠୀକନ୍ଦଳ: ୨ ଗୋଷ୍ଠୀ ଅଲଗା ଅଲଗା କଲେ ଆନ୍ଦୋଳନ

ଭଞ୍ଜନଗର,୧୭।୭(ବାବୁଲା ପ୍ରଧାନ):ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ପଡୁଛିଉଠୁଛି। ଏହିଭଳି ପରିସ୍ଥିତିରେ ଗୁରୁବାର କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ପକ୍ଷରୁ...

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି ବନ୍ଦ ପ୍ରଭାବ: ସରକାରଙ୍କ ବିରୋଧରେ ବିକ୍ଷୋଭ

ଭବାନୀପାଟଣା,୧୭।୭(ଉତ୍ତମ କୁମାର ଦାଶ)-ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଦେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ...

ସମ୍ବଲପୁରରୁ ଆସିଲା ସାଂଘାତିକ ଖବର, ପୁଣି ଅଧ୍ୟାପକଙ୍କ ନିର୍ଯାତନା, ଛାତ୍ରୀ କଲେ…

ସମ୍ବଲପୁର, ୧୭।୭(ପ୍ରମୋଦ ବହିଦାର): ବାଲେଶ୍ୱର ଏଫଏମ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ର୍ନିଯାତନା। ଏଥିରେ ମଧ୍ୟ ଜଣେ...

କଂଗ୍ରେସରେ ଫାଟ! ଓଡ଼ିଶା ବନ୍ଦବେଳେ ପଦାରେ ପଡ଼ିଲା ଗୋଷ୍ଠୀକନ୍ଦଳ

ସାଲେପୁର,୧୭।୭(ଅରବିନ୍ଦ ଭୂୟାଁ):ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ସାଲେପୁରଠାରେ କଂଗ୍ରେସ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୁଷ୍ଟି ହୋଇଛି । ସାଲେପୁର କୁଆପାଳ...

କଂଗ୍ରେସ, ବାମଦଦଳର ବନ୍ଦ ଡାକରାରେ ପଟ୍ଟାମୁଣ୍ଡାଇ ଠପ

ପଟ୍ଟାମୁଣ୍ଡାଇ,୧୭।୭,(କଳ୍ପତରୁ ନାୟକ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ଏବଂ ବାମଦଦଳ ଗୁଡିକ ପକ୍ଷରୁ...

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

କୋଟପାଡ଼,୧୭ା୭(ରାଜଶେଖର): କୋଟପାଡ଼ କଂଗ୍ରସ କମିଟି ଛତିଶଗଡ଼ ଓଡ଼ିଶା ଜାତୀୟ ରାଜପଥ ୬୩ ଫାଟକ ନିକଟରେ ପ୍ରତିବାଦ, ଶତାଧିକ ଭାରୀଯାନ ରାସ୍ତା ଦୁଇ ପାର୍ଶ୍ୱରେ ଅଟକିଛି l...

ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଆଳି, ୧୭।୭ (ବନମାଳୀ ସେନାପତି): ଖରସ୍ରୋତା ନଦୀକୁ ଡେଇଁ ପଡିଛନ୍ତି ଯୁବତୀ। ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର...

ସୌମ୍ୟାଶ୍ରୀ ବିଶି ପରିବାରକୁ ନ୍ୟାୟ ଦାବିରେ ଚକଅଖ ସବୁ ଠପ୍‌

ପାରଳାଖେମୁଣ୍ଡି,୧୭।୭(ଗିରିଧାରୀ ପରିଛା): ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣା ଓ ପରିବାରକୁ ନ୍ୟାୟ ଦାବିରେ ଗୁରୁବାର ସାରା ରାଜ୍ୟରେ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri