ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ ଆଣୁଥିବା ଆର୍ଥିକ ଅନୁଦାନକୁ ବିଭିନ୍ନ ସମାଜସେବା (ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟରେ ସାହାଯ୍ୟ ଓ ଅନାଥାଶ୍ରମ ଇତ୍ୟାଦି)ରେ ବିନିଯୋଗ କରନ୍ତି। ସେମାନେ ସମାନ୍ତରାଳ ଭାବରେ ପ୍ରଚ୍ଛନ୍ନରେ ଧର୍ମାନ୍ତରୀକରଣ, ସରକାରୀ ନୀତିର ବିରୁଦ୍ଧାଚରଣ, ଦେଶଦ୍ରୋହ, ଧର୍ମ ଜାତି ମଧ୍ୟରେ ବିଭେଦ ଓ ବିଶୃଙ୍ଖଳିତ ଗୋଷ୍ଠୀ କନ୍ଦଳରେ ଲିପ୍ତ ରହି ଅରାଜକତା ସୃଷ୍ଟିକରି ସାମାଜିକ ଶୃଙ୍ଖଳା ଓ ସଦ୍‌ଭାବନାକୁ ବ୍ୟାହତ କରୁଛନ୍ତି। ଏହି ଅନୁଷ୍ଠାନ ୩ ପ୍ରକାର। ପ୍ରଥମଟି, ବାସ୍ତବିକ ନିଃସ୍ବାର୍ଥପର ଭାବରେ ସେବା କାର୍ଯ୍ୟ କରିଥାନ୍ତି। ଦ୍ୱିତୀୟଟିରେ, କେତେଜଣ ବିଶିଷ୍ଟ ବ୍ୟକ୍ତି ଏହାକୁ ଏକ ରୋଜଗାରର ମାଧ୍ୟମକରି ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି। ତୃତୀୟଟିରେ, ସେମାନେ ବିଦେଶରୁ କୋଟି ଆକାରରେ ଅର୍ଥ ଆଣି କିଛି କିଛି ଅଞ୍ଚଳରେ ଗରିବୀ ସୀମାରେଖା ତଳେ ଥିବା ପରିବାରକୁ ସାହାଯ୍ୟକରି ସେମାନଙ୍କର ସାମାଜିକ, ଆର୍ଥିକ ଅଭିବୃଦ୍ଧି କରିବା କାର୍ଯ୍ୟ କରନ୍ତି। ବାସ୍ତବରେ ସେ ଅଞ୍ଚଳରେ କେତେ ଖର୍ଚ୍ଚ ହୁଏ ଓ ଗରିବୀ କେତେ ପରିମାଣରେ ଉନ୍ମୁଳନ ହୋଇଛି ତାହା ରହସ୍ୟାବୃତ୍ତ ରହେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଥ୍ୟାନୁସାରେ ଯେଉଁଠି ଅବୈଧ ଭାବରେ ନକଲି ପ୍ୟାନ୍‌, ଆଧାର ଓ ପାସ୍‌ପୋର୍ଟ ହାସଲକରି ରୋହିଙ୍ଗ୍ୟା ଓ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ରହିଛନ୍ତି ସେମାନଙ୍କୁ କିସ୍ତିରେ କମ୍‌ କମ୍‌ ପରିମାଣରେ ଯଥା: ୬ ହଜାର, ୮ ହଜାର ଓ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଇ-ରିକ୍ସା କିଣିବା, ସ୍ବରୋଜଗାରୀ ହୋଇ ସ୍ଥାୟୀ ଜୀବିକା ନିର୍ବାହ କରିବାର ସୁଯୋଗ ଦେଉଛନ୍ତି। ଏହି ଉପାୟରେ ସୁରକ୍ଷା ବଳୟର ଯାଞ୍ଚ ଓ ରାଡରର ଦୃଷ୍ଟି ଆଢୁଆଳରୁ ଦୂରେଇ ରହୁଛନ୍ତି।
ବିଦେଶୀ ଅନୁଦାନକୁ ନିୟନ୍ତ୍ରଣରେ ଆଣିବା ପାଇଁ ୩୧ା୩ା୧୯୭୬ ରେ ଜରୁରିକାଳୀନ ପରିସ୍ଥିତି ବେଳେ ପ୍ରଥମ ଥର ପାଇଁ ଏକ ଆଇନ ଅଣାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତର ଆଭ୍ୟନ୍ତରୀଣ ବିଷୟରେ ହସ୍ତକ୍ଷେପ, ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ସମ୍ଭାବିତ ବିଦେଶୀ ଅନୁଦାନକୁ ପ୍ରତିହତ କରିବା ଓ ସଂସ୍ଥାଗୁଡ଼ିକର ପାରଦର୍ଶିତା ଓ ସ୍ବଚ୍ଛତା ଅକ୍ଷୁଣ୍ଣ ରଖିବା ନିମନ୍ତେ ଯତ୍ନବାନ୍‌ ହେବା। ୧୯୮୪ରେ ପ୍ରଥମ ଥର ପାଇଁ ସାମାନ୍ୟ ସଂଶୋଧନ ଅଣାଗଲା, ଯେଉଁଥିରେ ସଂସ୍ଥାଗୁଡ଼ିକ ବିଦେଶୀ ଅନୁଦାନ ଗ୍ରହଣକରିବା ପୂର୍ବରୁ ନୀତିଗତ ଭାବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ସଂସ୍ଥାକୁ ପଞ୍ଜୀକରଣ ବାଧ୍ୟତାମୂଳକ କରାଗଲା। ୨୦୧୦ରେ ଏହାକୁ ସମ୍ପୂର୍ଣ୍ଣ ତର୍ଜମାକରି ସଂସଦରେ ଅନୁୁମୋଦନ କରାଯାଇ ୦୧ା୦୫ା୨୦୧୧ ରେ କାର୍ଯ୍ୟକାରୀ କରାଗଲା, ଯେଉଁଥିରେ ନିରବଚ୍ଛିନ୍ନ ଅନୁମତି ପତ୍ରକୁ ପ୍ରତ୍ୟାହାରକରି ୫ବର୍ଷିଆ ଅନୁମୋଦନ ଓ ପରିଚାଳନାଗତ ବ୍ୟୟକୁ ୫୦%ରେ ସୀମିତ ରଖାଗଲା। ୧୯୭୬ରେ ଥିବା ଅସୁବିଧାଜନିତ ତ୍ରୁଟିକୁ ସମ୍ପୂର୍ଣ୍ଣ ସଂଶୋଧନକରି ଅଧିକ କଠୋର କରାଯାଇ ପ୍ରଚଳନ କରାଗଲା। ଜାତୀୟ ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ବିଦେଶୀ ଅନୁଦାନକୁ ନିଷିଦ୍ଧ କରାଯିବାର ବ୍ୟବସ୍ଥା କରାଗଲା। ୨୦୨୦ ରେ ପରିଚାଳନାଗତ ବ୍ୟୟକୁ ୫୦%ରୁ କମାଇ ୨୦% ରେ ସୀମିତ, ବିଦେଶୀ ଅନୁଦାନରେ ପ୍ରତିଷ୍ଠିତ ସମସ୍ତ ଚଳନ୍ତି ଓ ଅଚଳନ୍ତି ସମ୍ପତ୍ତିର ଘୋଷଣାପତ୍ର ପ୍ରତି ଆର୍ଥିକ ବର୍ଷରେ ଦାଖଲ, ସମସ୍ତ କାର୍ଯ୍ୟକର୍ତ୍ତା (ଟ୍ରଷ୍ଟି, ଅଂଶୀଦାର, ନିୟନ୍ତ୍ରକ, ପରିଚାଳକ ଓ ପରିଚାଳନା ମଣ୍ଡଳୀ ସଭ୍ୟ) ମାନଙ୍କ ଆଧାର ପ୍ରମାଣପତ୍ର ପୈଠ ଓ ପ୍ରାପ୍ତ ପାଣ୍ଠିକୁ ପୁନଃ ଅନ୍ୟ ସଂସ୍ଥାକୁ ସ୍ଥାନାନ୍ତର ନିଷିଦ୍ଧ ନୀତି ନିର୍ଦ୍ଧାରଣ କରାଗଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ରାଜପତ୍ର ୨୨ା୦୬ା୨୦୨୬ ସୂଚନା ଅନୁସାରେ ନୂଆ ନିୟମମାନ ପ୍ରବର୍ତ୍ତନ କରାଗଲା। ସଙ୍ଗଠନଗୁଡ଼ିକ କେଉଁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର କେଉଁ ସ୍ଥାନରେ ଓ କେଉଁ ଉଦ୍ଦେଶ୍ୟରେ (ଧାର୍ମିକ, ସାଂସ୍କୃତିକ, ଆର୍ଥିକ, ଶୈକ୍ଷିକ ଓ ସାମାଜିକ ଉନ୍ନତି) ପାଣ୍ଠି ବ୍ୟୟ କରିବେ ତାହା ଆଗୁଆ ଅବଗତ କରାଇବେ। ଅନୁମୋଦନ ବିହୀନ ଯୋଜନା, ପୂର୍ବ ସୂଚନା ନ ଥିବା ସ୍ଥାନରେ ଅର୍ଥ ବ୍ୟୟକଲେ ଅପବ୍ୟବହାର ଅର୍ଥର ୩୦% ବା ୧ ଲକ୍ଷ ଯାହା ଅଧିକ ହେବ ତାହା ଆଦାୟ କରାଯିବ। ସଂସ୍ଥାଗୁଡ଼ିକ ସେମାନଙ୍କର ସମସ୍ତ ୱେବ୍‌ସାଇଟ୍‌, ସାମାଜିକ ଗଣମାଧ୍ୟମର ବିବରଣୀ, ମୁଦ୍ରିତ ପ୍ରକାଶନ, ବ୍ଲଗ୍‌ (ବିଚାରଗତ ମତ ଓ ତଥ୍ୟ ଉପସ୍ଥାପନାର ମାଧ୍ୟମ) ଓ କାର୍ଯ୍ୟାଳୟ ପଦାଧିକାରୀଙ୍କ ସମସ୍ତ ପ୍ରକାଶନ ପ୍ରକଟ କରିବେ। ଅନୁଷ୍ଠାନଗୁଡ଼ିକ ଅର୍ଥ ବିନିଯୋଗର ସ୍ଥାନ ପରିବର୍ତ୍ତନକଲେ ମନ୍ତ୍ରଣାଳୟଠାରୁ ନୂତନ ଭାବରେ ଅନୁମୋଦନ ନେବେ। ସମସ୍ତ ବିଦେଶୀ ଅନୁଦାନଗୁଡ଼ିକ ଦିଲ୍ଲୀସ୍ଥ କେନ୍ଦ୍ରୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଶାଖା ମାଧ୍ୟମରେ ଆସିବ। କାୈଣସି ବିଦେଶୀ ବ୍ୟକ୍ତି ବା ସଂସ୍ଥା ସିଧାସଳଖ ଖର୍ଚ୍ଚକରି ସମାଜସେବା କରିପାରିବେ ନାହିଁ। ଧର୍ମ ପରିବର୍ତ୍ତନରେ ଅର୍ଥ ବିନିଯୋଗ କଲେ ସଂସ୍ଥା ପାଇଥିବା ଅନୁମତି ପତ୍ର ପ୍ରତ୍ୟାହାର କରାଯିବ। ବିଦେଶୀ ଅନୁଦାନ ଦେଉଥିବା ଦାତାଙ୍କ ନାମ ପ୍ରକାଶିତ ହେବ। ଯଦି ଅନୁଷ୍ଠାନର ଏଫ୍‌ସିଆର୍‌ଏ ପଞ୍ଜୀକରଣ ରଦ୍ଦହୁଏ, ସମାପ୍ତ ହୁଏ କି ନବୀକରଣ କରା ନ ଯାଏ ତେବେ ସେ ଅନୁଷ୍ଠାନ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବ ନାହିଁ। ଏକ ସ୍ବତନ୍ତ୍ର କର୍ତ୍ତୃପକ୍ଷ ଗଠନ କରାଯିବ, ଯାହା ବିଦେଶୀ ପାଣ୍ଠି ଦ୍ୱାରା ତିଆରି ହୋଇଥିବା ସମ୍ପତ୍ତିଗୁଡିକୁ ତଦାରଖ କରିପାରିବ। ଏହି ଆଇନ ଅତୀତ ଅଭିମୁଖୀ ହେବ ନାହିଁ। ସ୍ବଚ୍ଛତା, ଆର୍ଥତ୍କ ଉତ୍ତରଦାୟିତ୍ୱ, ଆର୍ଥତ୍କ ଦୁରୁପଯୋଗ ଓ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ଆବଶ୍ୟକ କଠୋର ପରିବର୍ତ୍ତନ ଆଣିଛନ୍ତି।
ଭାରତର ବିଭିନ୍ନ ରାଜ୍ୟରେ ରେଜିଷ୍ଟ୍ରୀଭୁକ୍ତ ହୋଇଥିବା ଟ୍ରଷ୍ଟ, ସୋସାଇଟି ପ୍ରଭୃତିର ଆନୁମାନିକ ସଂଖ୍ୟା ପ୍ରାୟ ୩୭ ଲକ୍ଷ ଯାହା ବିଶ୍ୱର ସବୁ ଦେଶଠାରୁ ଅଧିକ ଓ ଜି-୨୦ ଦେଶଗୁଡ଼ିକରେ ଥିବା ସଂଖ୍ୟାର ଏକତୃତୀୟାଂଶ। ୨୦୧୪ ବେଳକୁ ଦେଶରେ ପ୍ରାୟ ୪୪ ହଜାର ସ୍ବୟଂସେବୀ ସଂସ୍ଥା ଯେଉଁଗୁଡ଼ିକ ଏଫ୍‌ସିଆର୍‌ଏ ଅଧୀନରେ ପଞ୍ଜୀକରଣ କରିଥିଲେ। ଏହାପରେ ପ୍ରାୟ ୨୩ ହଜାର ସଂସ୍ଥା ସେମାନଙ୍କର ଲାଇସେନ୍ସ ନବୀକରଣ କରିନାହାନ୍ତି। ଏହାର କାରଣଗୁଡିକ ହୁଏତ ନିଷ୍କ୍ରିୟତା, ଆନ୍ତରିକତାହୀନ ସ୍ଥିତି ବା ନିୟମ ଅନୁସାରେ ଆବଶ୍ୟକ ଦସ୍ତାବିଜ ଦାଖଲ ପାଇଁ ଅକ୍ଷମତା। ତଥ୍ୟାନୁସାରେ ୨୦୨୦-୨୧ରେ ପ୍ରାୟ ୧୪,୮୩୫ ସଂସ୍ଥା ୧୭,୦୫୯ କୋଟି, ୨୦୨୧-୨୨ ରେ ୧୩,୫୨୦ ସଂସ୍ଥା ୨୨,୦୮୫ କୋଟି, ୨୦୨୨-୨୩ରେ ୧୬,୯୮୭ ସଂସ୍ଥା ୧୭,୨୧୬ କୋଟି, ୨୦୨୩-୨୪ରେ ୧୫,୮୦୦ ସଂସ୍ଥା ୧୮,୪୦୦ କୋଟି ଓ ୨୦୨୪-୨୫ରେ ୧୬,୨୦୦ ସଂସ୍ଥା ପ୍ରାୟ ୨୨,୯୬୩ କୋଟି ଟଙ୍କା ଅନୁଦାନ ଆକାରରେ ପାଇଛନ୍ତି।
ବିଦେଶୀ ଅନୁଦାନ ଦୁରୁପଯୋଗଜନିତ ସମସ୍ୟା କେବଳ ଭାରତରେ ନୁହେଁ କି ଭାରତ ଏଥିପାଇଁ ଆଇନ ତିଆରି କରିନାହିଁ, ଏହି ବ୍ୟବସ୍ଥା ଅନ୍ୟ ଦେଶଗୁଡ଼ିକରେ ରହିଛି। ୧୯୩୮ରେ ଆମେରିକା ଆଇନ ଅନୁସାରେ ଅନୁଦାନର ଦୁରୁପଯୋଗ କଲେ ୮ ବର୍ଷ ଜେଲ, ଆର୍ଥିକ ଜରିମାନା ଓ ସର୍ବସାଧାରଣଙ୍କୁ ପ୍ରବର୍ତ୍ତାଇ ସରକାରଙ୍କ ଉପରେ ଚାପ ପ୍ରୟୋଗକଲେ ୧୪ ବର୍ଷ ଜେଲ। ୨୦୧୮ରେ ଅଷ୍ଟ୍ରେଲିଆର ଆଇନ ଅନୁସାରେ ୩ ବର୍ଷ ଜେଲ ଓ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି। ୨୦୨୩ରେ ଲଣ୍ଡନର ଆଇନ ଅନୁସାରେ ୫ ବର୍ଷ ଜେଲ ସହ ସମସ୍ତ ସମ୍ପତ୍ତି ଜବତ ଓ ସେ ବ୍ୟକ୍ତିକୁ ଦେଶରୁ ବାହାର କରିଦିଆଯିବ। ୨୦୨୪ରେ କାନାଡାର ଆଇନ ଅନୁସାରେ ପରିଚାଳନାଗତ ଭ୍ରଷ୍ଟାଚାରରେ ୧୦ ଲକ୍ଷ ଡଲାର ଜରିମାନା ଓ ଆଜୀବନ ବାସନ୍ଦ।
ଭାରତର ଏଫ୍‌ସିଆର୍‌ଏ ବିଧେୟକକୁ ବିରୋଧକରି ଆମେରିକାର ଉଭୟ ଡେମୋକ୍ରାଟିକ୍‌ ଓ ରିପବ୍ଲିକାନ୍‌ ରାଜନୈତିକ ଦଳ ଏହା ବିରୋଧରେ ବିବୃତି ଦେଉଛନ୍ତି, ଯାହା ଆମେରିକା ଇତିହାସରେ ବିରଳ। ଆମେରିକା ସାଂସଦ ରିଲେ ମୁରେ ଭାରତର ଏହି ବିଧେୟକକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ଏହା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନିଶାନ, ଧାର୍ମିକ ଅନୁଷ୍ଠାନଗୁଡିକୁ ନିୟନ୍ତ୍ରଣରେ ରଖିବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ। ୟୁରୋପୀୟ ଦେଶର ଏହି ମତ ଯେ ଏହା ଇସାହୀ ବିରୁଦ୍ଧ ଓ ଖ୍ରୀଷ୍ଟିଆନ ମିଶିନାରିଙ୍କ ପାଇଁ ଏକ ଆହ୍ବାନ। ଭାରତର ବିଦେଶ ମନ୍ତ୍ରଣାଳୟ ଏହାକୁ ଖଣ୍ଡନକରି କହିଛି ଯେ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର, ଏହି ଆଇନରେ କି ସଂଶୋଧନ କରାଯିବ ତାହାର ନିଷ୍ପତ୍ତି ସଂସଦରେ ନିର୍ଣ୍ଣୟ ହେବ, ଏଥିରେ ଆନ୍ତର୍ଜାତିକ ସମୁଦାୟ ପ୍ରତିକ୍ରିୟା ଦେବା ଅନାବଶ୍ୟକ। ଭାରତର ଚଳିତ ମାୈସୁମୀ ଅଧିବେଶନରେ ସାଂସଦଙ୍କ ଅସହଯୋଗ ଆଚରଣ ଫଳରେ ବିଧେୟକଟି ପାରିତ ହୋଇ ନ ପାରି ସଂଯୁକ୍ତ ସଂସଦୀୟ ସମିତିକୁ ପଠାଗଲା।

ଜ୍ୟୋତି ପ୍ରକାଶ କର
ଶକ୍ତିନଗର, କଟକ
ମୋ: ୯୪୩୮୫୩୨୪୫୭


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri