ଆସନ୍ତା ୨୬ରୁ ଖୋଲିବ ସ୍କୁଲ: ଆରମ୍ଭ ହେବ ଦଶମ, ଦ୍ୱାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଯୋଗୁ ସମସ୍ତ ସ୍କୁଲରେ ପାଠପଢ଼ା ଏକପ୍ରକାର ବନ୍ଦ ହୋଇଯାଇଛି। କରୋନାରୁ ବର୍ତ୍ତିବା ପାଇଁ ପିଲାମାନଙ୍କୁ ଅନ୍‌ଲାଇନ୍‌ ଯୋଗେ ପାଠ ପଢ଼ାଯାଉଛି। ମାତ୍ର ଏହା ଦ୍ୱାରା ଅନେକ ଛାତ୍ରୀଛାତ୍ର ଉପକୃତ ହୋଇପାରୁ ନାହାନ୍ତି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର ଟିକେ କମିଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ରୁ ସ୍କୁଲରେ ଦଶମ ଓ ଦ୍ୱାଦଶ ପାଠପଢ଼ା ହେବ ବୋଲି ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ଷକରୁ ଅଧିକ ହେବ ରାଜ୍ୟରେ ସ୍କୁଲ ଖୋଲି ପାରିନାହିଁ। କରୋନା ସମୟରେ ଦଶମ ଶ୍ରେଣୀ ପିଲାଙ୍କର ୧୦୦ ଦିନିଆ ପାଠପଢ଼ା ହୋଇଥିଲା। ମାତ୍ର ପରୀକ୍ଷା ବନ୍ଦ ରହିଥିଲା। ଫଳରେ ଚଳିତ ବର୍ଷ ମାଟ୍ରିକ ପିଲା ବିନା ପରୀକ୍ଷାରେ ୯୮% ପାସ୍‌ କରିଛନ୍ତି । ତେବେ ମୂଲ୍ୟାଙ୍କନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନେକ ଅଭିଭାବକ ଓ ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଥିଲେ। ଏ ସମସ୍ତ କଥାକୁ ବିଚାରକୁ ନେଇ ସ୍କୁଲ ଖୋଲିବାକୁ ସରକାର ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରୁ ଆଜି ଆଉ ୨୨୭ ପଜିଟିଭ ଚିହ୍ନଟ

କଟକ ଅଫିସ,୩୦।୯-କଟକ ସହରରୁ ଆଜି ଆଉ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୯୮...

୧୯ରୁ ଭୁବନେଶ୍ୱରରେ ପଲ୍‌ସ ପୋଲିଓ ଟିକାକରଣ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ ବୁଥ୍‌ରେ ୪୯୮ ଦଳ ଅନ୍ତର୍ଭୁକ୍ତ...

ଭୁଶୁଡିଲା ବିଜୁ ସେତୁ: ଜଣେ ମୃତ ୩ଗୁରୁତର

ନବରଙ୍ଗପୁର/ଉମରକୋଟ,୧୦ା୧: ନବରଙ୍ଗପୁର ଜିଲା ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ବିଜୁ ସେତୁ ଯୋଜନାରେ ତିଆରି ଚାଲିଥିବା ପୋଲ ଭୁଶୁଡି ପଡ଼ିବାରୁ ଜଣଙ୍କର ମୃତ୍ୟୁ...

ରାସ୍ତାକଡ ଡ୍ରେନ୍‌ରୁ ଷଣ୍ଢ ଉଦ୍ଧାର

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.)- ଦିଗପହଣ୍ଡି ଏନଏସି ୧ନଂ. ୱାର୍ଡ ନୀଳକଣ୍ଠ ନଗର ପ୍ରଥମ ଲେନରେ ନବନିର୍ମିତ ଡ୍ରେନ୍‌କୁ ବୁଧବାର ସକାଳେ ଏକ ଷଣ୍ଢ ଖସିପଡିଥିଲା। ଏନେଇ ସ୍ଥାନୀୟ ଲୋକେ...

କରୋନା UPDATE: ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ହଜାର ୯୭୬, ଭାରତରେ ୧୯୬୫, ଓଡ଼ିଶାରେ ୫ ପଜିଟିଭ

ଭୁବନେଶ୍ୱର,୨।୪(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା କବଳରେ। ବୁଧବାର ୨୦୩ ଦେଶ ଏବଂ ଦୁଇଟି ଜାହାଜରେରେ କରୋନା ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହା...

ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ

ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି,...

ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୧୯।୯ (ବ୍ୟୁରୋ):ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁନାମା ଗେଟ୍‌ ନିକଟ ଏକ ଭଡ଼ାଘରେ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ର ରବିବାର ଫ୍ୟାନରେ ରଶି ଲଗାଇ...

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା ବଢ଼ିଛି। ତେଲ ଦର ବଢୁଥିବାରୁ ବସ୍‌ ଭଡ଼ା ବଢ଼ିଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସୂଚନା...

Advertisement
Archives

Model This Week