ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

ଅନୁଗୋଳ ଅଫିସ, ୭।୧୨ ଶିକ୍ଷକ ନିଯୁକ୍ତି ଦାବିରେ ଅନୁଗୋଳ ବଲଙ୍ଗସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ସୋମବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବଲଙ୍ଗ ସ୍କୁଲରୁ ୨ ମାସ ମଧ୍ୟରେ ଏକାଧିକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀ ଜିଲା ଶିକ୍ଷାଧିକାରୀଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ତଥାପି ସମାଧାନର ପନ୍ଥା ନ ବାହାରିବାରୁ ଗ୍ରାମବାସୀ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇଦେଇଥିଲେ। ବଦଳି କରାଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା, ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ଗ୍ରାମ ସଭାପତି ବିଜୟ ସାହୁ, ସମ୍ପାଦକ ଦିବାକର ବେହେରା, ବିଦ୍ୟାଳୟ କମିଟି ସଭାପତି ଦୁର୍ଯ୍ୟୋଧନ ଜେନା, ମୋ ସ୍କୁଲ ଅଭିଯାନ ସଭାପତି ବାବୁରାମ୍‌ ସାହୁ, ପ୍ରଫୁଲ୍ଲ ସାହୁ, ସିପୁନ୍‌ ବେହେରା, ଆଲୋକ ସାହୁ, ଦେବେନ୍ଦ୍ର ସ୍ବାଇଁ, ସନ୍ତୋଷ ସାହୁ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ଏ ନେଇ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri