ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

ଅନୁଗୋଳ ଅଫିସ, ୭।୧୨ ଶିକ୍ଷକ ନିଯୁକ୍ତି ଦାବିରେ ଅନୁଗୋଳ ବଲଙ୍ଗସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ସୋମବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବଲଙ୍ଗ ସ୍କୁଲରୁ ୨ ମାସ ମଧ୍ୟରେ ଏକାଧିକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀ ଜିଲା ଶିକ୍ଷାଧିକାରୀଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ତଥାପି ସମାଧାନର ପନ୍ଥା ନ ବାହାରିବାରୁ ଗ୍ରାମବାସୀ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇଦେଇଥିଲେ। ବଦଳି କରାଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା, ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ଗ୍ରାମ ସଭାପତି ବିଜୟ ସାହୁ, ସମ୍ପାଦକ ଦିବାକର ବେହେରା, ବିଦ୍ୟାଳୟ କମିଟି ସଭାପତି ଦୁର୍ଯ୍ୟୋଧନ ଜେନା, ମୋ ସ୍କୁଲ ଅଭିଯାନ ସଭାପତି ବାବୁରାମ୍‌ ସାହୁ, ପ୍ରଫୁଲ୍ଲ ସାହୁ, ସିପୁନ୍‌ ବେହେରା, ଆଲୋକ ସାହୁ, ଦେବେନ୍ଦ୍ର ସ୍ବାଇଁ, ସନ୍ତୋଷ ସାହୁ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ଏ ନେଇ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri