କୋର୍ଟରେ ଆତ୍ମସମର୍ପଣ କଲେ ସରପଞ୍ଚ ପ୍ରାର୍ଥିନୀ

ବ୍ରହ୍ମପୁର ଅଫିସ,୨୪।୩: ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତର ବୈରିବାଡ଼ ଗ୍ରାମର ଏକ ବୁଥରେ କିଛି ସମୟ ପାଇଁ ଭୋଟଦାନ ବନ୍ଦ ରହିଥିଲା। ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କ ଯୋଗୁ ଏହି ବିଭ୍ରାଟ ହୋଇଥିଲା ବୋଲି ଚିକିଟି ବିଡ଼ିଓ ଫାଲଗୁନ ମାଝି ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ସମ୍ପୃକ୍ତ ପିତାତଳି ସରପଞ୍ଚ ପ୍ରାର୍ଥିନୀ ପି. ଧନବତୀ ବୁଧବାର ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ସହ ତାଙ୍କ ଜାମିନ ପାଇଁ ଆବେଦନ କରିଥିଲେ। ଏସ୍‌ଡ଼ିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀ ଜାମିନ ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ଗତ ଫେବୃୟାରୀ ୧୮ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ବେଳେ ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ବୈରିବାଡ଼ ଗ୍ରାମର ୧୩ ନମ୍ବର ବୁଥରେ ଭୋଟଦାନ ଚାଲିଥିଲା। ସେହି ସମୟରେ ଉକ୍ତ ପଞ୍ଚାୟତ ସରପଞ୍ଚ ପ୍ରାର୍ଥିନି ଭୋଟଦାନ କେନ୍ଦ୍ରକୁ ଯାଇଥିଲେ। ସେଠାରେ ଥିବା ବାଲଟ ପପେର ଗୁଡିକରେ ସେ ମଧ୍ୟାନ୍ନ ପ୍ରାୟ ୧୨ ଟା ୧୫ ମିନଟରେ ପାଣି ପକାଇ ଦେଇଥିଲେ। ଫଳରେ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୧୫ ମିନଟ ପରେ ପୁଣିଥରେ ଭୋଟଦାନ ଆରମ୍ଭ ହୋଇଥିଲା। ଏନେଇ ଉକ୍ତ ବୁଥରେ ପ୍ରିଜାଇଡିଂ ଅଫିସର ଥିବା ରଜନୀକାନ୍ତ ନାୟକ ଚିକିଟି ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ମାଝିଙ୍କୁ ଜଣାଇଥିଲେ। ବିଡ଼ିଓ ମାଝି ଏନେଇ ଗୋଳନ୍ଥରା
ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ନଂ.୭୫/୨୨ ରେ
ପି .ଧନବତୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଆକ୍ରମଣ, ଜେଲଗଲେ ଶିକ୍ଷକ

ଭଞ୍ଜନଗର,୨୦।୧୨(ଡି.ଏନ୍‌.ଏ.)- ତାରସିଂ ପୋଲିସ ଶୁକ୍ରବାର ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେହେଲେ ପ୍ରତାପୁରର ଶଙ୍କର ନାୟକ। ମହିଳାଙ୍କ ଏତଲାକ୍ରମେ ନଂ.୧୯୫/୧୯ରେ ଏକ...

ରେକର୍ଡ କଲେ ଶିଳ୍ପୀ ସତ୍ୟ: ୧୨ ଘଣ୍ଟାରେ ନିର୍ମାଣ କଲେ ୧.୫ ଇଞ୍ଚ ଉଚ୍ଚତା ରଥ

ବ୍ରହ୍ମପୁର ଅଫିସ,୧୧ା୭-ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ସତ୍ୟ ଶ୍ରୀଗୁଣ୍ଡିଚା ଅବସରରେ ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାରର ବିଶ୍ୱର...

‘ଟେକି ନେଇ ହାତ, ଗୋଡ଼ ଭାଙ୍ଗିଦେବୁ’

ହିଞ୍ଜିଳିକାଟୁ,୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡାକ ବିଶ୍ବାଳଙ୍କୁ ଗାଁର ୨ଜଣ ଯୁବକ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ...

ହାତୀ-ବନ କର୍ମଚାରୀ ମୁହାଁମୁହିଁ, ୩ ଆହତ

ଭଞ୍ଜନଗର,୧୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଗୋଟିଏ ଛୁଆ ହାତୀ ଆକ୍ରମଣରେ ଜଣେ ବନରକ୍ଷୀ ଆହତ ହୋଇଛନ୍ତି ।...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖଣ୍ଡାରେ ଆକ୍ରମଣ ୩ ଗୁରୁତର, ୧୧ ଅଟକ

ଗୋପାଳପୁର,୩ା୧୨-ବ୍ରହ୍ମପୁର ମହାନଗର ନିଗମ ଆମ୍ବପୁଆ ଦଳିତସାହିରେ ରବିବାର ରାତିରେ କୁଳ ବୈଠକ ବସିିଥିଲା। ଏଥିରେ ଅପର ଗୋଷ୍ଠୀର କେତେଜଣ ଲୋକ ପୂର୍ବ ଶତ୍ରୁତାକୁ ନେଇ ଲଙ୍କାଗୁଣ୍ଡ...

ରାସ୍ତାରେ ଓଲଟିଲା ପିକ୍‌ଅପ : ୧୪ ଶ୍ରମିକ ଆହତ

ଭଞ୍ଜନଗର,୨୮ା୪ (ଡି.ଏନ.ଏ) : ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଚୋପ୍ରା ନିକଟରେ ରବିବାର ପୂର୍ବାହ୍ନରେ ଏକ ପିକ୍‌ଅପ ରାସ୍ତା ଉପରେ ଓଲଟି ପଡ଼ିଛି। ଉକ୍ତ ଗାଡ଼ିରେ ଯାଉଥିବା ୧୪...

ବୋହୂ ଆସିଲେ, ଶ୍ୱଶୁର ଘର ଛାଡ଼ିଲେ

ବ୍ରହ୍ମପୁର ଅଫିସ,୮ା୧: ଡାକ୍ତର ସୁମିତ ସାହୁ-ତପସ୍ବିନୀ ଦାଶ ପାରିବାରିକ ବିବାଦ ନୂଆମୋଡ଼ ନେଇଛି। ଜିଲାଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାତିରେ ତପସ୍ବିନୀ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ସ୍ଥିତ ଶାଶୁଘରେ...

ଅସ୍ଥାୟୀ ମନ୍ଦିରରେ ବିଜେ କଲେ ପଞ୍ଚଠାକୁରାଣୀ

ପୁରୁଷୋତ୍ତମପୁର,୪।୫(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଏଥିଲାଗି ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଛି। ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର...

Advertisement
Archives

Model This Week