ସନ୍ଥସାଧକ ଅରକ୍ଷିତ

ସେକ୍‌ ମସୁଦ ଅଲି

ଓଡ଼ିଶାର ଗଞ୍ଜାମ ଜିଲା ବଡ଼ଖେମୁଣ୍ଡି ରାଜ୍ୟର ରାଜା ପଦ୍ମନାଭ ମଣିଦେବ ଓ ରାଣୀ ମୁକ୍ତାଦେବୀ ପାଟ୍ଟମହାଦେଈଙ୍କର ଏକମାତ୍ର ପୁତ୍ର ସନ୍ତାନ ଯୁବରାଜ ବଳଭଦ୍ର ଦେବ। ତାଙ୍କର ଜନ୍ମ ୧୭୭୮ ମସିହାରେ। ସେ ୧୮ ବର୍ଷ ବୟସରେ ରାଜପ୍ରାସାଦର ଭୋଗବିଳାସ ତଥା ସକଳ ସୁଖକୁ ପରିତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ। ବାଲ୍ୟକାଳରୁ ବଳଭଦ୍ରଙ୍କର ବୈରାଗ୍ୟ ଭାବକୁ ଲକ୍ଷ୍ୟକରି ରାଜା ପଦ୍ମନାଭ ଦେବ ପୁତ୍ରର ଶୀଘ୍ର ବିବାହ କରିଦେବାକୁ ବ୍ୟବସ୍ଥା କରିବାରୁ ଯୁବରାଜ ପିତାଙ୍କୁ ତତ୍ତ୍ୱବାଣୀ ଶୁଣାଇ କହିଥିଲେ -”ଯେଉଁ ମାତୃସ୍ବରୂପୀ ନାରୀର ଗର୍ଭରୁ ମୁଁ ଜନ୍ମନେଲି, ତାଙ୍କୁ ପତ୍ନୀ ଭାବରେ କିପରି ଗ୍ରହଣ କରିବି?“ ବଳଭଦ୍ର ଏକଦା ତାଙ୍କ କଚେରି ଘରେ ସାଧୁସନ୍ନ୍ୟାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ରାତିରେ ପ୍ରସାଦ ସେବନ କାଳରେ କଦଳୀ ପତ୍ର ଆଣିବା ପାଇଁ ସେ ପଡ଼ିଶାରେ ଥିବା ଜନୈକା ବ୍ରାହ୍ମଣୀଙ୍କ କଦଳୀ ବଗିଚାରେ ପଶି ପତ୍ର କାଟୁଥିଲେ। ପତ୍ର କାଟିବାର ଶବ୍ଦ ଶୁଣି ବ୍ରାହ୍ମଣୀ ପାଟି କଲେ-କେଉଁ ଅରକ୍ଷିତଟା କଦଳୀ ବଗିଚାରେ ପଶି ପତ୍ର କାଟୁଛି। ଏହି ଅରକ୍ଷିତ ଶବ୍ଦ ଶୁଣିବା ପରେ ବଳଭଦ୍ରଙ୍କର ଚେତନା ଜାଗ୍ରତ ହେଲା। ତାଙ୍କର ମନେହେଲା ଏହା ହିଁ ମୋର ଏକମାତ୍ର ପ୍ରଯୁଜ୍ୟ ନାମ। ସେହିଦିନରୁ ବଳଭଦ୍ର ପରିବର୍ତ୍ତେ ସେ ବହନ କଲେ ଅରକ୍ଷିତ ନାମକୁ ଏବଂ ସନ୍ନ୍ୟାସୀ ଅରକ୍ଷିତ ଦାସ ଭାବେ ପରିଚିତ ହେଲେ। ରାଜପ୍ରାସାଦର ମୋହକୁ ତୁଚ୍ଛ କରି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିର ଗଭୀର ଅନ୍ଧାର ରାତିରେ ପରମ ସତ୍ୟର ସନ୍ଧାନ ପାଇଁ ଯୁବରାଜ ସନ୍ନ୍ୟାସୀ ଅରକ୍ଷିତ ନାମଧରି ବାହାରିଗଲେ।
କେରାଣ୍ଡିମାଳ ପାହାଡ଼ଗୁମ୍ଫାରୁ ଚିତ୍ରକୂଟ, ଯୋଗୀ ଗୁମ୍ଫା, ଶ୍ରୀକ୍ଷେତ୍ର, ଅନ୍ଧାରୁଆ ଓ ଧଉଳି ଦେଇ ଖଣ୍ଡଗିରି ପାହାଡକୁ ଆସି କିଛିଦିନ ସାଧନାରତ ହେଲେ। ତା’ପରେ ତାଙ୍କୁ ଶୂନ୍ୟବାଣୀ ହେଲା ”ଓଁକାର ପୀଠ ଓଳାସୁଣୀ ଗୁମ୍ଫାରେ ସାଧନା ପାଇଁ। ମହିମାମଣ୍ଡିତ କ୍ଷେତ୍ର ‘ଓଳାସୁଣୀ ପାହାଡ଼’ କେନ୍ଦ୍ରାପଡ଼ାର ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଦେବଙ୍କର ଜମିଦାରି ଅନ୍ତର୍ଗତ ଥିଲା। ଜମିଦାର ଓଳାସୁଣୀ ପାହାଡ଼କୁ ଦାନ ସୂତ୍ରରେ ସନ୍ନ୍ୟାସୀଙ୍କୁ ପ୍ରଦାନ କଲେ। ଓଳାସୁଣୀରୁ ସନ୍ନ୍ୟାସୀ ଅରକ୍ଷିତ ଦାସଙ୍କର ଆରମ୍ଭ ହେଲା ସାଧନାମୟ ଜୀବନ। ଦୀର୍ଘ ୧୮ ବର୍ଷ କାଳ ଦୁଃଖ, ଯାତନାମୟ ଜୀବନକୁ ଆଦରି ସିଦ୍ଧିଲାଭ କଲେ। ସନାତନ ହିନ୍ଦୁଧର୍ମର ବହୁ ଆଚାର, ବିଚାର ଓ ଚଳଣିକୁ ସନ୍ଥ ଅରକ୍ଷିତ ସ୍ବୀକାର କରିନାହାନ୍ତି। ସେ ନିର୍ଗୁଣ ବ୍ରହ୍ମର ଉପାସକ ଥିଲେ।
ଅମାବାସ୍ୟା ଓ ପୂର୍ଣ୍ଣିମା ଏହି ଦିବସର ଗୁରୁତ୍ୱ ଓଳାସୁଣୀ ପୀଠରେ ସର୍ବାଧିକ। ମାଘ କୃଷ୍ଣ ଏକାଦଶୀ ତିଥି ସନ୍ଥ ଅରକ୍ଷିତଙ୍କର ପବିତ୍ର ତିରୋଧାନ ଦିବସ। ଏହାକୁ ଉଜ୍ଜୀବିତ ରଖିବା ପାଇଁ ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏଠାରେ ପ୍ରସାଦ ସେବନ କରନ୍ତି। ପରମ୍ପରା ଅନୁଯାୟୀ ପ୍ରସାଦ ନିମନ୍ତେ ବ୍ୟବହୃତ ପରିବା ଅକଟା, ଅବଟା ଓ ଅବନା ଥାଇ ବ୍ୟବହୃତ ହୁଏ। ଉତ୍ସବ ପୂର୍ବଦିନ ଦଶମୀ ତିଥିରେ ଶୁଖୁଆପୋଡ଼ା ଭୋଗ ଲାଗେ। ଦଶମୀ ଓ ଏକାଦଶୀ ଦୁଇଦିନ ଭକ୍ତମାନେ ପୋଡ଼ପିଠା ଭୋଗ ନେଇ ଆସନ୍ତି। ଏହି ପୁଣ୍ୟ ପୀଠରେ ପୋଡ଼ପିଠା, କାଞ୍ଜି ଏବଂ ଶୁଖୁଆ ନୈବେଦ୍ୟ ଭାବେ ଗୃହୀତ ହୁଏ। ସନ୍ଥ ଅରକ୍ଷିତ ଜନସମାଜର କଲ୍ୟାଣ ନିମନ୍ତେ ନିଜକୁ ଉତ୍ସର୍ଗ କରିଯାଇଛନ୍ତି। ଏହି ସତ୍ୟସନ୍ଧାନୀ, ସଂସ୍କାରକ ସନ୍ଥ ୧୮୩୭ ମସିହା କୃଷ୍ଣପକ୍ଷ ଏକାଦଶୀ ତିଥିରେ ଇହଲୀଳା ସମ୍ବରଣ କରିଥିଲେ। ସେ ଆଜି ନାହାନ୍ତି ସତ, ହେଲେ ଏହି ପୁଣ୍ୟଭୂମି ଓଳାସୁଣୀ ସମାଧି ପୀଠ ଜାତି, ଅଜାତି, ଖାଦ୍ୟ, ଅଖାଦ୍ୟର ଭେଦଭାବକୁ ଦୂରେଇ ସମନ୍ବୟର ପ୍ରତୀକ ପାଲଟିଛି।
ମୋ:୯୯୩୭୬୮୯୩୩୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?