ଦୁର୍ନୀତିର ଚେର

ଚାରିଆଡେ ଖାଲି ଦୁର୍ନୀତିର ଗନ୍ଧ, ଭିଜିଲାନ୍ସର ଚଢ଼ଉ, ପୁଳାପୁଳା ଟଙ୍କା। ପରବର୍ତ୍ତୀ ପିଢି ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ। ଅଧୁନା ହାଇସ୍କୁଲରେ ଭଲ ନମ୍ବର ରଖି ପାସ୍‌ କରିଥିବା ମେଧାବୀ ପିଲାଏ ଭବିଷ୍ୟତରେ ଇଞ୍ଜିନିୟର କି ଭାରତୀୟ ପ୍ରଶାସନିକ ସେବାରେ ଭର୍ତ୍ତିହେବାକୁ ଆଶା ରଖିଲେଣି। କୁହାଯାଏ ଯେତିକି ଧରାପଡୁଛନ୍ତି ତା’ଠାରୁ କୁଆଡେ ଅନେକ ସଂଖ୍ୟାରେ ବଡ଼ମାଛ ଖସି ଯାଉଛନ୍ତି। ତେଣୁ ପ୍ରଶ୍ନ ଉଠେ, ଏତେ ଚଢ଼ାଉ, ଗିରଫ ସତ୍ତ୍ୱେ ପୁଣି କେମିତି ଧରା ପଡୁଛନ୍ତି ? କାରଣ ଧଣ୍ଡସାପ ବେଙ୍ଗ ଗିଳିଲା ପରି ପଞ୍ଝାଏ ଦୁର୍ନୀତିଗ୍ରସ୍ତ ଏମିତି ପେଟ ଭରିଛନ୍ତି ଯେ ନା ହଜମ କରି ପାରୁଛନ୍ତି ନା ବାନ୍ତି କରିପାରୁଛନ୍ତି। ଚାକିରି ଜୀବନର ଶେଷ ସମୟକୁ ବିଡ଼ା ବିଡା ଟଙ୍କା ପଡୋଶୀଙ୍କ ଛାତକୁ ଫୋପାଡିବା ହିଁ ସାର ହେଉଛି। ଆଉ ପଞ୍ଝାଏ ଏହାକୁ ଦେଖି ଚାକିରି ଆରମ୍ଭରୁ ହିଁ ଲାଞ୍ଚମିଛରେ ଏମିତି ମାତି ଯାଉଛନ୍ତି ସତେ ଅବା ଏ ବାବଦରେ ସ୍ବତନ୍ତ୍ର ତାଲିମ ନେଇ ଆସିଛନ୍ତି, କମ୍‌ ଦିନ ଭିତରେ ଲକ୍ଷ୍ୟ ହାସଲ କରିନେବା ପାଇଁ। ଏଣୁ ଯଦି କି ନୂଆ କି ପୁରୁଣା ସମସ୍ତେ ଲାଞ୍ଚଖୋରିରେ ମାତିବେ ତେବେ ବିକାଶ ପାଇଁ ଆସୁଥିବା ଅର୍ଥରାଶି ବାଟମାରଣା ହୋଇ ଗୁପ୍ତରେ ସ୍ବିସ୍‌ ବ୍ୟାଙ୍କମାନଙ୍କୁ ହିଁ ଯିବ। ଏଥିକୁ ଦୋଷ ବା ଦେବା କାହାକୁ?
କାଁ ଭାଁ ଦୁର୍ନୀତିଗ୍ରସ୍ତଙ୍କୁ ଧରି ପକାଇଲେ ଦୁର୍ନୀତିର ମୂଳୋତ୍ପାଟନ ହୋଇ ପାରିବ କି? ଏଥିପାଇଁ ବ୍ୟବସ୍ଥାକୁ ସଜାଡିବା ଆବଶ୍ୟକତା ନାହିଁ କି? ଲାଞ୍ଚଗ୍ରହୀତାଙ୍କ ପରି ଲାଞ୍ଚ ଦାତାମାନେ ତ ସମପରିମାଣରେ ଦୋଷୀ, କିନ୍ତୁ ଧରା ହେଉଛନ୍ତି କେତେଜଣ? ଆଇନ ବ୍ୟବସ୍ଥାକୁ ମୋଡିମକଚି ପେଞ୍ଚୁଆ ଅଧିକାରୀମାନେ ଯେତେବେଳେ ଦୁର୍ନୀତିକୁ ନୀତିରେ ପରିଣତ କରି ସ୍ପଷ୍ଟ ଦିବାଲୋକରେ ଆଇନକୁ ଆଖିଠାର ମାରି ଲୁଟୁଛନ୍ତି, ସେତେବେଳେ ଏଥିରେ ଲାଞ୍ଚଦାତା ଏବଂ ଅନୁଗୃହୀତ ହେଉଥିବା ବ୍ୟକ୍ତିଙ୍କର ଅବାଧ ସହଭାଗିତା ରହୁଛି। ଉଦାହରଣସ୍ବରୂପ ଥରେ ମାଛ ବିକ୍ରି କରି ପେଟ ପୋଷୁଥିବା ବ୍ୟକ୍ତିଟିଏ ପ୍ରତିଦିନ ପରି ସକାଳୁ ତା’ର ମାଛଧରା ଯନ୍ତ୍ର ପାଖକୁ ଯାଇ ଦେଖେ ଗୋଟିଏ ଧଣ୍ଡସାପ ଭିତରେ ପଶି ମାଛ ଯାକ ଖାଇ ଦେଇଥିବାରୁ ଆଉ ବାହାରି ନ ପାରି ଛଟପଟ ହେଉଛି। ତା’ର ସେଦିନର ରୋଜଗାର ହେରେଇଥିବା ରାଗରେ ଲୋକଟି ଧଣ୍ଡ ସାପର ମୁଣ୍ଡକୁ ଧରି ବୁଲାଇ ବୁଲାଇ ଦୂରକୁ ଫିଙ୍ଗିଦିଏ। ସାପଟି ନିକଟସ୍ଥ ଏକ ବୁଦା ପାଖରେ ପଡି କଷ୍ଟରେ ଆର୍ତ୍ତଚିତ୍କାର କରିବାରୁ ପାଖ ଗାତରେ ରହୁଥିବା ନାଗସାପଟିଏ ଘଟଣା କ’ଣ ଜାଣିବାକୁ ବାହାରକୁ ମୁଣ୍ଡକାଢ଼େ। ବିଚ଼ରା ଜଖମି ଧଣ୍ଡସାପଠାରୁ ସମସ୍ତ ବୃତ୍ତାନ୍ତ ଶୁଣିସାରି ତାକୁ ନିଜ ଗାତରେ ସାଷ୍ଟାମହେବା ପାଇଁ ଉପଦେଶ ଦେଇ ପ୍ରତିଶୋଧ ଆଶାରେ ମାଛଧରା ଯନ୍ତ୍ର ପାଖକୁ ବୀରଦର୍ପରେ ଯାଇ ମାଛ ଖାଏ। ପରଦିନ ସକାଳେ ବ୍ୟକ୍ତିଟି ଆସି ପୁନଶ୍ଚ ସାପଟିଏ ଦେଖି ରାଗରେ ଧରିବାକୁ ଉଦ୍ୟତ ହୁଅନ୍ତେ ନାଗସାପଟି ଫଣା ଟେକି ଗର୍ଜନ କରେ। ତହୁଁ ବ୍ୟକ୍ତିଟି ହାତରେ ଗାମୁଛାକୁ ଗୁଡାଇ ପାଟିରେ ଗଦ ଜାକି ନାଗର ମୁଣ୍ଡକୁ ଧରିନେଇ ଘେରାଏ ବୁଲାଇ ଫିଙ୍ଗିଦିଏ। ସାପଟି ସେଇ ବୁଦା ପାଖରେ ଭୁସ କରି ପଡି ବିକଳରେ ଚିତ୍କାର କରନ୍ତେ, ପୂର୍ବରୁ ବିଶ୍ରାମ ନେଉଥିବା ଧଣ୍ଡସାପଟି ପଦାକୁ ବାହାରି କାରଣ ପଚାରେ। ନାଗସାପଟି ମନ୍ତବ୍ୟ ରଖେ, ନାଇଁ ଭାଇ, ଏହା ସେ ଯନ୍ତ୍ର କରାମତି, ତା’ ଭିତରକୁ ଧଣ୍ଡ ଯାଉ କି ନାଗ ସମସ୍ତଙ୍କର ଏହି ସମ ଅବସ୍ଥା ହିଁ ହେବ। ଅତଏବ ଆମ ବ୍ୟବସ୍ଥାରେ ଭଲ ଛାତ୍ର ଆସନ୍ତୁ କି ଖରାପ ଛାତ୍ର ଏକା ପ୍ରକାରେ ଦୁନୀତିରେ ହିଁ ଲିପ୍ତ ହେବେ। ତେଣୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଜି ଜରୁରୀ ହୋଇପଡିଛି। ପ୍ରବେଶିକା ପରୀକ୍ଷା ହେଉ କି ଚାକିରି ପାଇଁ ଲିଖିତ ପରୀକ୍ଷା ପ୍ରତିଟିରେ ପାସ୍‌ କରାଇ ନେବା ପାଇଁ ଦଲାଲ ଗୋଷ୍ଠୀ ଜାଲ ବିଛାଉଛନ୍ତି। ସରକାର କାଁ ଭାଁ ଦଲାଲଙ୍କୁ ଧରି ବାହାଦୁରି ନେଲାବେଳେ ଲାଞ୍ଚଦାତାମାନଙ୍କୁ ଧରିବା ନଜିରରେ ଆସୁନାହିଁ। ଏତେ ଘଟଣା ସତ୍ତ୍ୱେ ଆଜି ବି ଲୋକେ ଚାକିରି କରାଇବା ପାଇଁ ଲାଞ୍ଚର ଆଶ୍ରୟ ନେଇ ଠକେଇ ହେଲେ ଥାନାକୁ ଦୈାଡୁଛନ୍ତି।
ଲାଞ୍ଚ ଦେବା କ’ଣ ଅପରାଧ ନୁହେଁ, ଆମେ ପଇସା ଦେଇ ଯଦି ଚାକିରିଟି ହାତେଇ ନେବା ତେବେ ବର୍ଷବର୍ଷ ଧରି ପରିଶ୍ରମ କରୁଥିବା ଗରିବ ମେଧାବୀ ପିଲାଏ ଯିବେ କୁଆଡ଼େ? ସରକାରଙ୍କ ଅନେକ ସଞ୍ଚୟ ଯୋଜନାକୁ ଅଣଦେଖା କରି ଯେଉଁମାନେ ରାତାରାତି କୋଟିପତି ହେବା ଆଶାରେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ କଷ୍ଠଲବ୍ଧ ଅର୍ଥ ଜମାରଖି ଠକେଇ ହେବା ବେଳକୁ ଯାଇ ଚିତ୍କାର କରୁଛନ୍ତି, ସେମାନେ କ’ଣ ଦେଶ ଭକ୍ତ? ଆୟକରରୁ ବଞ୍ଚିବା ପାଇଁ ବ୍ୟବସ୍ଥାର ଆଶ୍ରୟ ନେଉନାହାନ୍ତି ତ? ଅତଏବ ଦୁର୍ନୀତିର ମୂଳଉତ୍ସଗୁଡିକୁ ଚିହ୍ନଟ କରି ଯଦି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇପାରନ୍ତା ତେବେ କେଜାଣି ଏହା କେତେକାଂଶ କମିପାରନ୍ତା। ନଚେତ୍‌ ଯେତେଦିନ ଯାଏ ଲାଞ୍ଚ ଦେଇ କାମ କରାଇ ନେବାର ମନୋବୃତ୍ତି ଆମ ପାଖରେ ଥିବ ସେତେଦିନ ଯାଏ ପିଢି ପରେ ପିଢ ିଲାଞ୍ଚ ଗ୍ରହୀତାମାନେ ଜନ୍ମ ନେଉଥିବେ ଏବଂ ଏହି ଧାରା ସୁବ୍ୟବସ୍ଥିତ ଢଙ୍ଗରେ ଚାଲୁଥିବ। ଏହି ଲାଞ୍ଚଦାତାମାନଙ୍କର ମାନସିକ ପରିବର୍ତ୍ତନ ଘଟିଲେ ଯାଇ ସମାଜରୁ ଦୁର୍ନୀତି ଧୀରେ ଧୀରେ ଲୋପପାଇବ, ଯାହା ସମୟ ସାପେକ୍ଷ।

ପୁଷ୍ପାରାଣୀ ମିଶ୍ର
ଭକ୍ତମଧୁନଗର, ଗଣ୍ଡମୁଣ୍ଡା, ଭୁବନେଶ୍ୱର
ମୋ:୬୩୭୧୯୪୭୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?