ଦୁଃସାହସର ମୂଳଉତ୍ସ

ଡ. ଚିନ୍ତାମଣି ପଣ୍ଡା

ତିହାସିକଙ୍କ ମତରେ ସନାତନ ହିନ୍ଦୁଧର୍ମ ସର୍ବପୁରାତନ ତଥା ଏକ ଉଦାରବାଦୀ ଚିନ୍ତାଧାରା ଉପରେ ପର୍ଯ୍ୟବସିତ। ଏହା ସହନଶୀଳତା ତଥା ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଶିକ୍ଷା ଦିଏ। ଅନ୍ୟ ଧର୍ମ ପ୍ରତି ବିଦ୍ୱେଷ କି ଅସୂୟାଭାବରେ ଏଥିରେ ସ୍ଥାନ ନାହିଁ। ବିଧର୍ମୀମାନଙ୍କର ବାରମ୍ବାର ଆକ୍ରମଣ ଓ ଲୁଣ୍ଠନ ସତ୍ତ୍ୱେ ବି ବିଶ୍ୱରେ ଏହାର ସ୍ବାତନ୍ତ୍ର୍ୟ ଅକ୍ଷୁଣ୍ଣ ରହିଛି। ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ୧୭ଥର ଲୁଣ୍ଠନ କରି, ଜଗନ୍ନାଥ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ କରି ଏହାର ସତ୍ତା ବିଲୋପ ପାଇଁ ଅତୀତରେ ଅନେକ ଉଦ୍ୟମ ହୋଇଛି। ଏ ଧର୍ମରେ ଦୀକ୍ଷିତ କରାଇବାକୁ କେହି କାହାକୁ ଆର୍ଥିକ ପ୍ରଲୋଭନ ଦେଖାଏନା କିମ୍ବା ବ୍ୟୟବହୁଳ ପ୍ରଚାର ପ୍ରସାର କରାଇ କାହାକୁ ଆକର୍ଷିତ କରେନା। ଏହି ନରମପନ୍ଥୀ, ସହିଷ୍ଣୁ ମାନସିକତା ହେତୁରୁ ଯୁଗେ ଯୁଗେ ଏହାର ଦେବଦେବୀମାନଙ୍କୁ ବ୍ୟଙ୍ଗ ବିଦ୍ରୁପ କରିବାକୁ ଅନେକେ ଆଗେଇ ଆସିଛନ୍ତି। ଏମ୍‌ଏଫ୍‌ ହୁସେନ ମା’ ପାର୍ବତୀଙ୍କର ଅପର୍ଣ୍ଣା ନାମକୁ ବିକୃତ ବ୍ୟାଖ୍ୟା କରି କାନ୍‌ଭାସ୍‌ରେ ବସ୍ତ୍ରହୀନ ଦେବୀ ମୂର୍ତ୍ତି ଚିତ୍ରକର କରିବାବେଳେ ତ୍ରେତୟା ଯୁଗରେ ଅତ୍ରୀ ମୁନିଙ୍କର ସ୍ତ୍ରୀ ଅନସୂୟାଙ୍କର ସୀତାକୁ ପ୍ରଦତ୍ତ ଅମ୍ଳାନ ବସ୍ତ୍ର ଯାହା କି ୧୪ ବର୍ଷ ପର୍ଯ୍ୟନ୍ତ ଉଜ୍ଜ୍ୱଳ ଥିଲା, ସେ ବିଷୟରେ ତାଙ୍କର କିଛି ଧାରଣା ନ ଥିଲା। ଏହି ମାନସିକତା ଦେଖିବାକୁ ମିଳିଲା‘ତାଣ୍ଡବ’ ଧାରାବାହିକରେ। ଏହାର ପ୍ରଯୋଜକଙ୍କଠାରୁ ଆରମ୍ଭ କରି କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ଧର୍ମୀୟ ବିଶ୍ୱାସକୁ ଏପରି ବ୍ୟଙ୍ଗ ବିଦ୍ରୂପ କରି ଚିତ୍ରଣ କରିବାକୁ ଏତେ ସାହସ ଜୁଟାଇଲେ କେଉଁଠୁ। ମଙ୍ଗଳମୟ ଶିବଙ୍କୁ ହିନ୍ଦୁମାନେ ‘ଭୋଳାନାଥ’ ରୂପେ ପୂଜା କରନ୍ତି, ଏଥିପାଇଁ ଯେ ଶିବଙ୍କ ପ୍ରତି ଅସୂୟା ମନୋଭାବ ପୋଷଣ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସେ ମନୋଭୀଷ୍ଟସିଦ୍ଧ କରିଥାନ୍ତି।
ସଂସ୍କୃତରୁ ଏହାର ପ୍ରମାଣ ମିଳେ। ଅନାଦରେଣ ଶାଠ୍ୟେନ ପରିହାସେନ ମାୟୟା ଶିବ ଭକ୍ତିରତଶ୍ଚେତ୍‌ସ୍ୟା ଦନ୍ତଜୋଽ ପିବମୁଚ୍ୟତେ ଅର୍ଥାତ୍‌ ଶିବଙ୍କ ପରିହାସକାରୀ ମଧ୍ୟ ତାଙ୍କର କରୁଣା ଲାଭ କରିଥାନ୍ତି ଯେହେତୁ ସେ ଆଶୁତୋଷ। ଏହି ଦୃଷ୍ଟିଭଙ୍ଗୀ କେବଳ ହିନ୍ଦୁଧର୍ମରେ ହିଁ ଥାଏ, ଯାହା ଏକ ଉଦାରବାଦୀ ଚିନ୍ତାଧାରାର ପ୍ରତୀକ, କିନ୍ତୁ ଆଶ୍ଚର୍ଯ୍ୟର କଥା ଅନ୍ୟ କୌଣସି ଧର୍ମ ଅପେକ୍ଷା କେବଳ ହିନ୍ଦୁ ଧର୍ମରେ ଦେବଦେବୀଙ୍କୁ ବ୍ୟଙ୍ଗ ବିଦ୍ରୂପ କରିବା, ଅରୁଚିକର ଚିତ୍ରଣ କରିବା ଦେଶ ଭିତରେ ଓ ଦେଶ ବାହାରେ ଦେଖାଯାଏ। ଆମ ମତରେ ଏହାର ଦୁଇଟି ଉଦ୍ଦେଶ୍ୟ ଥାଇପାରେ। ପ୍ରଥମଟି ହେଲା ନିଜର ବ୍ୟବସାୟିକ ଫାଇଦା ପାଇଁ ବିଜ୍ଞାପନ କିମ୍ବା ଜନମାନସରେ ଚର୍ଚ୍ଚିତ ହେବା ପାଇଁ ସ୍ବ ବିଜ୍ଞାପନ। ଉଦାହରଣସ୍ବରୂପ ମହମ୍ମଦ ଜାଭେଦ୍‌ ହବିବ୍‌ ନିଜ ସେଲୁନ୍‌ର ବିଜ୍ଞାପନରେ ହିନ୍ଦୁ ଦେବଦେବୀଙ୍କର ବ୍ୟଙ୍ଗାମତ୍କ ବ୍ୟବହାର ତଥା ଆମେରିକୀୟ କମ୍ପାନୀର ଚପଲ ବିଜ୍ଞାପନରେ ଦେବଦେବୀଙ୍କର ଚିତ୍ର ରହିବା ସେମାନଙ୍କର ଆର୍ଥିକ ଫାଇଦା ପାଇଁ ଉଦ୍ଦିଷ୍ଟ ଥାଇପାରେ। କିନ୍ତୁ ଏହା ବିରୁଦ୍ଧରେ ସ୍ବର ଉଠିଲାପରେ କ୍ଷମା ମାଗି ପ୍ରତ୍ୟାହାର କରିନେବା ଏକ ଔପଚାରିକତା। ନିଜର ଆମତ୍ବଡ଼ିମା ବିଜ୍ଞାପନ କରିବାକୁ ଯାଇ କିମ୍ବା ବହୁ ଚର୍ଚ୍ଚିତ ହେବାର ଆଶା ରଖି ହାସ୍ୟ ଅଭିନେତା ମୁନାଓ୍ବାର ଫାରୁକୀ ହିନ୍ଦୁ ଦେବଦେବୀଙ୍କୁ ଅପଶବ୍ଦରେ ପରିହାସ କରି ଦର୍ଶକଙ୍କ ମଧ୍ୟରେ ହାସରୋଳ ସୃଷ୍ଟି କରିବାରେ ଯେଉଁ ମାନସିକତା ଶାନ୍ତି ଦଳର ନେତା ମହମ୍ମଦ ସକିଲ୍‌ ଠିକ୍‌ ସେଇ ଚିନ୍ତାଧାରାରେ ଅପମାନସୂଚକ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ଏପରି କି ଆଲ୍ଲାହାବାଦ ନିବାସୀ ହୀରଖଁା ନାମ୍ନୀ ମହିଳା ମଧ୍ୟ ୟୁଟ୍ୟୁବ୍‌ରେ ଛୋଟ ଛୋଟ ଦୃଶ୍ୟ ଉପସ୍ଥାପନା କରି ଦେବଦେବୀଙ୍କୁ ବିଦ୍ରୂପ କରିବାକୁ ପଛାଇ ନାହାନ୍ତି। ନିଜକୁ ପ୍ରତିଷ୍ଠିତ କରିବା ଆଶାରେ ତେବେ ଏସବୁ ପାଇଁ ସାହସ ଜୁଟାନ୍ତି କିପରି? ଏ ପ୍ରକାରର ଦୁଃସାହସିକ ପଦକ୍ଷେପ ନିଶ୍ଚିତ ଭାବରେ ଚମକପ୍ରଦ। କିନ୍ତୁ ଏହା ବିରୋଧରେ ସ୍ବର ଉତ୍ତୋଳନକାରୀଙ୍କୁ ଆମେ ସାମ୍ପ୍ରଦାୟିକର ରଙ୍ଗ ବୋଳି ଧର୍ମନିରପେକ୍ଷତାର ବଳୟ ଭିତରୁ ଶୂନ୍ୟକୁ ଫିଙ୍ଗିଦେଉ। କାରଣ ଆମେ ଉଦାର, ଏହାର କାରଣ ଖୋଜିଲେ ଆମେ ନିଜେ ନିଜକୁ ଦାୟୀ କରିବା, ଶିବଭକ୍ତ ବୋଲାଉଥିବା ଆମର କାଉଡିଆମାନେ ଯେପରି ଢଙ୍ଗରେ ପାଣି ଭାର ନେଇ ରାସ୍ତା ସାରା ଗଣେଶ ଡାଡି ପାର୍‌ କରେଗା ବୋଲି ରଡି ଛାଡୁଥାନ୍ତି ଏହା କମ୍‌ ଅପମାନ ସୂଚକ ନୁହେଁ। ଏଥକୁ ଆମ ସମାଜ ଶିକ୍ଷା ମନ୍ଦିରର ପୂଜାରୀଗଣ ଯେତେବେଳେ ଦାବି ହାସଲ ପାଇଁ ରାଜରାସ୍ତାରେ ଫଟୋ ରଖି ଗଣେଶ କି ସରସ୍ବତୀଙ୍କର ପଞ୍ଚୋପଚାର ପୂଜା କରନ୍ତି କିମ୍ବା ମହିଳାମାନେ ରାଜରାସ୍ତାରେ ମାଣ ବସେଇ ଲକ୍ଷ୍ମୀପୂରାଣକୁ ଉଚ୍ଚସ୍ବରରେ ଗାୟନ କରନ୍ତି ଏହା ଆମ ଧର୍ମ ଧାରଣା ତଥା ହିନ୍ଦୁରୀତି ନୀତି ପ୍ରତି କୌଣସି ମାତ୍ରାରେ କମ୍‌ ବିଦ୍ରୂପାମତ୍କ ନୁହେଁ। ଏଥିରେ କେତେ ଭକ୍ତି ଆଉ କେତେ ସ୍ବ ବିଜ୍ଞାପନ ଅନୁରକ୍ତି ଥାଏ ତାହା ସ୍ପଷ୍ଟ ବାରି ହୋଇପଡ଼େ। ଆମେ ବି ଦେବଦେବୀଙ୍କୁ ଅସମ୍ମାନିତ କରିବାକୁ ସାହସ ଜୁଟାଇଲୁ କେମିତି। ନିଜ ମାତାପିତାଙ୍କୁ ନିଜ ଘରେ ଅସମ୍ମାନିତ କଲେ ଦାଣ୍ଡରେ ତାଙ୍କୁ କିଏ ବା କାହିଁକି ସମ୍ମାନ କରନ୍ତା? ଆମେ ପର୍ବ ପାଳନ ନଁାରେ ଭକ୍ତସାଜି ଗଣେଶ, ସରସ୍ବତୀ, ଦୁର୍ଗା, ଲକ୍ଷ୍ମୀଙ୍କର ସାମ୍ପ୍ରତିକ ଘଟଣାବଳୀ ଉପରେ ଆଧାରିତ ବିକୃତ ମୂର୍ତ୍ତିମାନ ଗଢ଼ୁ ଏବଂ ଏହାକୁ ପ୍ରଜ୍ଞାପନ ମେଢ଼ରେ ବସାଇ ସାହି, ଗଳିରେ ଶୋଭାଯାତ୍ରାରେ ଯାଉ। ଜନଗହଳିକୁ ଆକର୍ଷିତ କରିବା ପାଇଁ ଦେବଦେବୀଙ୍କ ବେଶ ପରିପାଟୀକୁ ଅତ୍ୟାଧୁନିକ ଛାପରେ ଚିତ୍ରଣ କରିବା ପାଇଁ ପ୍ରତିଯୋଗିତା ଚାଲେ। ଏହି ମାନସିକତା ଅନ୍ୟମାନଙ୍କୁ ଆମ ଦେବଦେବୀଙ୍କୁ ବେସମ୍ମାନ କରିବାକୁ ପ୍ରେରିତ କରିବ ନାହିଁ କି? ଯଦି ପ୍ରଭୁ ଜଗନ୍ନାଥଙ୍କ ରନତ୍ ସିଂହାସନ ତଳେ ଆମେ ହାତାହାତି ହୋଇ ରକ୍ତ ଛିଟା ପକାଉ, ସେବା ପୂଜା ବନ୍ଦ ରଖି ମନ୍ଦିରରେ ତାଲା ପକାଇ ଦେଉ ତେବେ ଏସବୁ ବିଶୃଙ୍ଖଳାର ଜନକ ଆମେ ନୋହୁଁ କି ? ଆମର ଏପରି ଆଚରଣ ଅନ୍ୟମାନଙ୍କୁ କ’ଣ ପ୍ରୋତ୍ସାହିତ କରୁ ନ ଥିବ। ଅତଏବ ମୂଳ ଉତ୍ସକୁ ନ ଧରି ଖାଲି ଦୁଷ୍କର୍ମକାରୀଙ୍କୁ ପ୍ରତିକ୍ରିୟାଶୀଳ ହୋଇ ପ୍ରତିରୋଧ କରିବା ସମାଧାନର ପନ୍ଥା ନୁହେଁ। ବ୍ୟଙ୍ଗ ବିଦ୍ରୂପରେ ଧର୍ମର କାୟାକଳ୍ପ ବଦଳିବା ଅସମ୍ଭବ।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ- ୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri