ଫୋନ୍‌ କଲ୍‌ରେ ବିଡିଓଙ୍କ ପରିଚୟ ଦେଇ ଲୁଟିନେଲେ ୩୭ହଜାର

ଗୁଡାରି,୬ା୨: ମୁଁ ଗୁଡାରି ବିଡିଓ କହୁଛି। ଆପଣଙ୍କ ବ୍ୟାଙ୍କ ଖାତାକୁ କରୋନାର ମାସ୍କ କିଣା ଏବଂ ସାନିଟାଇଜର ବାବଦକୁ ଟଙ୍କା ଯିବ। ଶୀଘ୍ର ଏଟିଏମ୍‌ କାର୍ଡ ନମ୍ବର, ସିଭିଭି ନମ୍ବର ଏବଂ ଏକ୍ସପାଏରି ଡେଟ୍‌ କୁହନ୍ତୁ। ରାୟଗଡ଼ା ଜିଲା ଗୁଡାରି ବ୍ଲକ୍‌ ସାତିମଗୁଡ଼ାର ଆଶା କର୍ମୀ ଝୁନୁ ଶବରଙ୍କୁ ୪ ତାରିଖରେ ଆସିଥିବା ଏକ ଫୋନ୍‌କଲ୍‌ରେ ଏଭଳି କୁହାଯାଇଥିଲା। ଏଥିରେ ଝୁନୁ ପ୍ରଥମେ ରାଜି ହୋଇ ନ ଥିଲେ। ହେଲେ ଫୋନ୍‌ କରିଥିବା ବ୍ୟକ୍ତି ପରିବାର ସଦସ୍ୟଙ୍କ ବିଷୟରେ କିଛି ଠିକ୍‌ ତଥ୍ୟ ରଖିବାରୁ ଆଶାକର୍ମୀ ଜଣଙ୍କ ତାଙ୍କ ବ୍ୟାଙ୍କର ସମସ୍ତ ତଥ୍ୟ ବ୍ୟକ୍ତିଙ୍କୁ ଦେଇଥିଲେ। ହେଲେ ତଥ୍ୟ ଦେବାର କିଛି ସମୟ ମଧ୍ୟରେ ଝୁନୁଙ୍କ ଆକାଉଣ୍ଟରୁ ୮ଥରରେ ୩୬ହଜାର ଟଙ୍କା କଟିଯାଇଥିଲା। ସେହିପରି ୩ ତାରିଖରେ ପାଙ୍ଗଣାପଦର ଗ୍ରାମର ଆଶାକର୍ମୀ ପୂର୍ଣ୍ଣବାସୀ ପାତ୍ରଙ୍କୁ ମଧ୍ୟ ସମାନ ଫୋନ୍‌ କଲ୍‌ ଆସିଥିଲା। ବ୍ୟାଙ୍କ ଖାତାରେ ସର୍ବନିମ୍ନ ୧ହଜାର ଟଙ୍କା ରହିବା ଜରୁରୀ। କିନ୍ତୁ ତୁମ ଖାତାରେ ମାତ୍ର ୨ଶହ ଟଙ୍କା ଅଛି, ଶୀଘ୍ର ୧ହଜାର ଟଙ୍କା ଜମା କର ବୋଲି କହିଥିଲେ। ଏଥିସହ ତାଙ୍କ ବ୍ୟାଙ୍କ ତଥ୍ୟ ମାଗି ନେଇଥିଲେ। ପୂର୍ଣ୍ଣବାସୀଙ୍କ ଆକାଉଣ୍ଟରୁ ମଧ୍ୟ ୧୨ଶହ ଟଙ୍କା ଗାଏବ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏ ନେଇ ପରଦିନ ବିଡିଓଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି ଫୋନ୍‌ କରି ନ ଥିବା କହିଥିଲେ। ଏ ବିଷୟରେ ବିଡିଓ ନୃସିଂହ ଚରଣ ସେଠୀ କହିଛନ୍ତି, ବାହାର ରାଜ୍ୟରୁ ଅନ୍‌ଲାଇନ୍‌ ଶପିଂ ମାଧ୍ୟମରେ ଟଙ୍କା କାରବାର ହୋଇଛି। ଅଜଣା ବ୍ୟକ୍ତିଙ୍କୁ ଫୋନ୍‌ରେ କୌଣସି ତଥ୍ୟ ନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଦୁଇ ଆଶାକର୍ମୀ ଟଙ୍କା ଲୁଟ୍‌ ନେଇ ଗୁଡାରି ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଫର୍ମପୂରଣ ସ୍ଥଗିତ

ଭୁବନେଶ୍ୱର, ୭।୧୧(ବ୍ୟୁରୋ) ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।...

କୋଭିଡ୍‌ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୨ା୫: ପୁରୀର ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି। ପୁରୀ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ...

୫ ବିଧାୟକଙ୍କୁ ଅଟକ ରଖିଲେ ଖବରଦାତା

କେନ୍ଦ୍ରାପଡ଼ା ଅଫିସ,୨୧ା୭: କେନ୍ଦ୍ରାପଡ଼ା ରିଜର୍ଭ ପୋଲିସର ଜଣେ ମହିଳା କନ୍‌ଷ୍ଟେବଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭୀମସେନ ସେଠୀ ନାମକ ଜଣେ ଖବରଦାତାଙ୍କୁ ମାଡ ମାରିଥିଲେ।...

ବିପଜ୍ଜନକ ହେଉଛି ଇ-ବର୍ଜ୍ୟବସ୍ତୁ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଇ(ଇଲେକ୍ଟ୍ରୋନିକ)-ବର୍ଜ୍ୟବସ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦିନକୁ ଦିନ ଇଲେକ୍ଟ୍ରୋନିକ ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ଏହାର ବର୍ଜ୍ୟବସ୍ତୁ ବଢ଼ିବାରେ ଲାଗିଛି। ତେବେ ଏହି ବର୍ଜ୍ୟବସ୍ତୁ...

ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା

ସଜନାଗଡ଼, ୨୫।୧(ଡି.ଏନ.ଏ.)-ନୀଳଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ନୀଳଗିରି ଜେଲ୍‌ରୋଡ଼ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପ୍ରକଳ୍ପସ୍ତରୀୟ ପରିଚାଳନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ସ୍ଥାନୀୟ...

ରାତିରେ ପାଟ୍ରୋଲିଂ ବେଳେ ବାଉଁଶ ବୋଝେଇ ମିନିଟ୍ରକ୍‌ ଜବତ

ଓଡ଼ଗାଁ,୧।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ କର୍ମଚାରୀମାନେ ଶନିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଚେମେଡୀ -ସୁନୁସୁନିଆ ରାସ୍ତାରୁ ଏକ କଣ୍ଟା ବାଉଁଶ ବୋଝେଇ ମିନିଟ୍ରକ୍‌...

ରାଜନୈତିକ ହିଂସା: ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର, ୩ କୋର୍ଟଚାଲାଣ

ଗୋପାଳପୁର,୧୧ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ଯୁବକଙ୍କୁ...

ପରାଗ ଗୁପ୍ତା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ: ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆଇଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ...

Advertisement
Archives

Model This Week