‘ଦେଶର ବିକାଶରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଗୁରୁବାର
ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍‌ଡିଓ (୧) ସୁଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିବା ସହ ବିକାଶ କ୍ଷେତ୍ରରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏଥିସହ କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନେ କିଭଳି ସୁରକ୍ଷିତ ଭାବେ କାମ କରିପାରିବେ ସେନେଇ କହିଥିଲେ। ଯେଉଁ ଶ୍ରମିକଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଉଛି ତାହାକୁ ସେମାନେ ଠିକ୍‌ ଭାବେ କରିବାକୁ ପଡ଼ିବ। ସମସ୍ତ ଶ୍ରମିକଙ୍କୁ କିଭଳି ଇଏସ୍‌ଆଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ସେନେଇ ବକ୍ତାମାନେ କହିଥିଲେ। ଭେଜିପୁଟ ଯନ୍ତ୍ରୀ ଏ ରବୀନ୍ଦ୍ର, ଲାଇନମ୍ୟାନ୍‌ ବିନୋଦ କୁମାର ସାହୁ, ରାଜ କୁମାର ବେହେରା, ବନୋଜ ପୃଷ୍ଟି, ସତ୍ୟ ନାରାୟଣ ବେହେରା, ସୁପରଭାଇଜର ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଲ୍‌ରୁ ଉଠିନି ଚାଉଳ, ଆଶଙ୍କାରେ ଧାନ ଉଠାଣ: ମୁଣ୍ଡ ଟେକିଛି ଆଉ ଏକ ସମସ୍ୟା

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନବିକ୍ରି ସମସ୍ୟା ସାଧାରଣରେ ପରିଣତ ହୋଇଛି। କେତେବେଳେ ଅଭାବି ବିକ୍ରି…

ଜାତୀୟ ବିଜ୍ଞାନ ମଞ୍ଚରେ କଳାହାଣ୍ଡି ପୁଅ ସ୍ବୟଂଜିତଙ୍କ କମାଲ: ଅହମ୍ମଦାବାଦରୁ ସିକନ୍ଦରାବାଦ…

ଭବାନୀପାଟଣା, ୨୫ା୧୧ (ଉତ୍ତମ କୁମାର ଦାଶ):ଜାତୀୟ ସ୍ତରର ବିଜ୍ଞାନ ମଞ୍ଚରେ ନିଜର ପ୍ରତିଭା, ସୃଜନଶୀଳତା ଓ ଗବେଷଣାମୂଳକ ଚିନ୍ତାଧାରାର ପରିଚୟ ଦେଇ କଳାହାଣ୍ଡି ଜିଲା ପାଇଁ ଗୌରବ…

ବୈଭବଙ୍କ ବିସ୍ଫୋରକ ଛକା ଦେଖି ଚକିତ ହେଲେ ପ୍ରିୟାଂଶ ଆର୍ଯ୍ୟ: ସୋସିଆଲ ମିଡିଆରେ କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୫।୧୧: ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ମଧ୍ୟରେ ବୟସର ନିଶ୍ଚିତ ଭାବେ ଫରକ ରହିଛି। କିନ୍ତୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଖୁବ ନିଆରା। ସବୁଠାରୁ…

୧୫ ବର୍ଷ ବୟସରେ ଏମିତି… ବୈଭବ ସୂର୍ଯ୍ୟବଂଶୀଙ୍କ କୋଚ ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୫।୧୧: କ୍ରିକେଟ ଜଗତରେ ଏବେ ଚର୍ଚ୍ଚାରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ-ଏ ବିପକ୍ଷରେ ତାଙ୍କ ବିସ୍ଫୋରକ ଦ୍ୱିଶତକ ସମସ୍ତଙ୍କୁ…

ଭାରତ-ପାକିସ୍ତାନ କ୍ରିକେଟରେ ପୁଣି ବିବାଦ: ଏହି ଭାରତୀୟ ଖେଳାଳିଙ୍କ ବିରୋଧରେ ପାକିସ୍ତାନ କଲା ଅଭିଯୋଗ

ନୂଆଦିଲ୍ଲୀ, ୨୫।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ଜାରି ରହିଛି। ଏହି ଉତ୍ତେଜନା ଏବେ କ୍ରିକେଟ ପଡ଼ିଆରେ ମଧ୍ୟ ବଢ଼ିବାରେ ଲାଗିଛି। ଏସିଆ କପ…

ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କର ବଢିଲା ଚିନ୍ତା

ନୂଆଦିଲ୍ଲୀ, ୨୫।୧୧: କକରୋଚ ଜନତା ପାର୍ଟି ପୁଣିଥରେ ରାଲି କରିବାକୁ ପ୍ରସ୍ତୁତି ଚଳାଇଛି। ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ମଙ୍ଗଳବାର (ନଭେମ୍ବର ୨୪) ଦିନ କହିଛନ୍ତି ଯେ,…

ଛିଣ୍ଡି ପଡିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଗାଈ ଚରାଳି

ଦାରିଙ୍ଗବାଡି,୨୫/୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଗ୍ରୀନବାଡି ପଞ୍ଚାୟତ କୁତୁବାଡି ଗାଁରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଗାଈଚରାଳି ଜଳିଯାଇଛନ୍ତି। ସେ ହେଲେ କୁତୁବାଡି…

IPL ନିଲାମୀ ପାଇଁ ରେଜିଷ୍ଟ୍ରଶନ କଲେ ସେହ୍ବାଗଙ୍କ ପୁଅ: ଜାଣନ୍ତୁ କେତେ ରହିଛି ବେସ୍‌ ପ୍ରାଇସ୍‌

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୭ ନିଲାମୀକୁ ନେଇ କ୍ରିକେଟ ମହଲରେ ଉତ୍ସାହ ବଢ଼ିବାରେ ଲାଗିଛି। ନିଲାମୀ ପାଇଁ ଆଉ ପ୍ରାୟ ୨୦ ଦିନ ବାକି ଥିବାବେଳେ ଖେଳାଳିଙ୍କ ପଞ୍ଜୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?