ଲିଫ୍ଟ ଦେବା ଆଳରେ ଲୁଟ୍‌ ର଼୍ୟାକେଟ ଧରାପଡ଼ିଲା

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଲିଫ୍ଟ ଦେବା ଆଳରେ ନିଶା ଦେଇ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲାରେ ସକ୍ରିୟ ଥିବା ଏହି ଲୁଟେରା ଗ୍ୟାଙ୍ଗ୍‌କୁ କମିଶନରେଟ ପୋଲିସ ଧରିଛି। ଗ୍ୟାଙ୍ଗ ୨ଜଣ ସଦସ୍ୟଙ୍କୁ ଶହୀଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିବା ସହ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କଟକ ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠରେ ରହୁଥିବା କଟକ ଯାଜପୁର ଜିଲା ଟାଉନ ଥାନା ତଳିଆ ଗ୍ରାମର ଦେବେନ୍ଦ୍ର କୁମାର ପରିଡ଼ା ଓ ଭଦ୍ରକ ଜିଲା ଚାନ୍ଦବାଲି ଥାନାଞ୍ଚଳର ବୁଧିରାମ ସ୍ବାଇଁ। ସେମାନଙ୍କଠାରୁ ଗୋଟିଏ କାର, ୪ ମୋବାଇଲ ଫୋନ, ୪୦ ଗ୍ରାମ ସୁନା ଅଳଙ୍କାର, ୫ ହଜାର ଟଙ୍କା ଓ ନିଶା ଟାବ୍‌ଲେଟ୍‌ ଜବତ କରାଯାଇଛି। ଉଭୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ। ଏହି ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ତାଙ୍କ ସୂଚନାନୁସାରେ, ଏହି ର଼୍ୟାକେଟ କଟକ, ଯାଜପୁର, ବାଲେଶ୍ୱର, ଭୁବନେଶ୍ୱର ଅଞ୍ଚଳରେ ସକ୍ରିୟ ଥିଲେ। ଏମାନେ ପ୍ରାୟତଃ ବସ୍‌ ଷ୍ଟାଣ୍ଡ୍‌ରେ ଓହ୍ଲାଇ ଦୁର୍ଗମ ତଥା ଗାଁ ଅଞ୍ଚଳକୁ ଯିବାକୁ ଅପେକ୍ଷା କରିଥିବା ସାଧାରଣ ଲୋକଙ୍କୁ ଟାର୍ଗେଟ କରନ୍ତି। ସେମାନଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରି ବିଶ୍ୱାସଭାଜନ ହୁଅନ୍ତି। ପରେ ସେମାନଙ୍କୁ କାରରେ ବସାଇ ଗନ୍ତବ୍ୟ ସ୍ଥଳରେ ଛାଡ଼ିବାକୁ ପ୍ରବର୍ତ୍ତାଇଥାନ୍ତି। ଯାତ୍ରୀଙ୍କୁ ସେମାନେ ଚା, ମୃଦୁ ପାନୀୟ କିମ୍ବା ସ୍ନାକ୍ସରେ ନିଶା ଔଷଧ ମିଶାଇ ଖାଇବାକୁ ଦେଇଥାନ୍ତି। ସେମାନେ ଅଚେତ ହୋଇଯିବା ପରେ ଅଭିଯୁକ୍ତମାନେ ସେମାନଙ୍କଠାରୁ ଲୁଟ୍‌ କରି ଏକ ଶୂନ୍‌ଶାନ୍‌ ସ୍ଥାନରେ ଫିଙ୍ଗି ଦେଇଥାନ୍ତି।
୨୦ ମାମଲାରେ ସମ୍ପୃକ୍ତ
ଅଭିଯୁକ୍ତଦ୍ୱୟ ଭୁବନେଶ୍ୱର ସହରାଞ୍ଚଳ ଜିଲା, କଟକ, ପୁରୀ, ଯାଜପୁର, ଆର୍‌ପିଏଫ୍‌ ଓ ଜିଆର୍‌ପି ଥାନାରେ ଥିବା ସମାନ ପ୍ରକାରର ୨୦ଟି ଲୁଟ୍‌ ମାମଲାରେ ସମ୍ପୃକ୍ତ ଅଛନ୍ତି। ଗତ ବର୍ଷ ନଭେମ୍ବର ୨୬ରେ କଟକର ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ଦେଇ ନିଶା ଦେଇ ଝିଅ ବିବାହ ପାଇଁ ରଖିଥିବା ମୂଲ୍ୟବାନ ସାମଗ୍ରୀ, ୨ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ନିଶା ଔଷଧ ବିକ୍ରି ନ
କରିବାକୁ ନିବେଦନ
ଭୁବନେଶ୍ୱର ସହରାଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନୀଙ୍କୁ କୌଣସି ନିଶା ଔଷଧ ବିକ୍ରି ନ କରିବାରୁ ପୋଲିସ ନିବେଦନ କରିଛି। ତେବେ କୌଣସି ସନ୍ଦେହଜନକ ବ୍ୟକ୍ତି ବିନା କୌଣସି ପ୍ରେସକ୍ରିପସନରେ କିଛି ନିଶା ଔଷଧ ନେବା ପାଇଁ ଚେଷ୍ଠା କଲେ ତୁରନ୍ତ ସ୍ଥାନୀୟ ଥାନା କିମ୍ବା କଣ୍ଟ୍ରୋଲ ରୁମକୁ ଯୋଗଯୋଗ କରିବାକୁ କୁହାଯାଇଛି। ଯଦି କୌଣସି ବ୍ୟକ୍ତି ଏହାକୁ ଅବମାନନା କରନ୍ତି, ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ରାଜଧାନୀରେ ଏପରି ଅପରାଧର ଶିକାର ନ ହେବା ପାଇଁ ଯାତ୍ରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୋଲିସ ଅଟୋ, ବସ୍‌ ଓ ଟ୍ୟାକ୍ସିଆସୋସିଏଶନ୍‌କୁ ଅଭିଯୁକ୍ତଙ୍କ ଫଟୋ ପ୍ରଦାନ କରିବ। ଏଥିସହ ଜନସାଧାରଣଙ୍କୁ ମଧ୍ୟ ସଚେତନ କରାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?