ତୃତୀୟ ଲହର ସଂକ୍ରମଣରେ ପିଲାଙ୍କୁ ଯନ୍ତ୍ରଣା ହେବ ଅଧିକ, ମୃତ୍ୟୁ ହାର କମ୍ ରହିବ!

ଲଣ୍ଡନ,୧୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ତୃତୀୟ ଲହରକୁ ନେଇ ଭୟଭିତ ଅଛନ୍ତି ବିଶ୍ୱବାସୀ । କାରଣ ଏହା ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଏବେ କିନ୍ତୁ ଏହି ତୃତୀୟ ଏହାକୁ ନେଇ ବିଶେଷଜ୍ଞମାନେ ଖୁସି ଖବର ଦେଇଛନ୍ତି । ବ୍ରିଟେନର ବୈଜ୍ଞାନିକମାନେ ଏକ ଅଧ୍ୟୟନ ପରେ କହିଛନ୍ତି ଯେ କରୋନାର ତୃତୀୟ ଲହର ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ହେଲେ ଏଥିରେ ଶିଶୁମାନଙ୍କୁ ଅଧିକ ଯନ୍ତ୍ରଣା ହେବ ଓ ମୃତ୍ୟୁ ହାର କମ ରହିବ । ଏହାପରେ ବି ସତର୍କ ରହିବା ଜରୁରୀ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ୟୁନିଭର୍ସିଟି କଲେଜ ଲଣ୍ଡନ, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ, ୟୁନିଭର୍ସିଟି ଅଫ୍ ୟାର୍କ ଓ ୟୁନିଭର୍ସିଟି ଅଫ୍ ଲିବରପୁଲର ବିଶେଷଜ୍ଞମାନେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ସଂକ୍ରମଣ ଯୋଗୁ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା ଯୁବବର୍ଗ ମଧ୍ୟ ଅଧିକ ଯନ୍ତ୍ରଣା ଅନୁଭବ କରିବେ । କିନ୍ତୁ ଏହା ଅଧିକ ଜଟିଳ ହୋଇ ନ ଥିବାରୁ ବେଶୀ ଆଇସିୟୁର ଆବଶ୍ୟକତା ନ ପଡିପାରେ । ତେବେ ସବୁ ସମୟରେ କରୋନାର କଟକଣାକୁ ମାନି ଚଳିଲେ ଏହାଠାରୁ ଦୂରେଇ ରହିବା ସହଜ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମାଲିରେ ସାମରିକ ବିଦ୍ରୋହ

ବମାକୋ,୨୬ା୫: ଆଫ୍ରିକୀୟ ରାଷ୍ଟ୍ର ମାଲିରେ ପୁଣିଥରେ ସୃଷ୍ଟି ହୋଇଛି ରାଜନୈତିକ ସଙ୍କଟ। ଦେଶର ସେନା ସାମରିକ ବିଦ୍ରୋହ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଗିରଫ...

ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର

ଓ୍ବାଶିଂଟନ୍‌,୧୫।୬: ଡୁଡଲ ଫର୍‌ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍‌ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ...

କାନାଡ଼ାର ଭଗବଦ୍‌ ଗୀତା ପାର୍କରେ ଭଙ୍ଗାରୁଜା…

ଅଟଓ୍ବା,୨।୧୦ : କାନାଡାରେ ଭାରତୀୟଙ୍କ ପ୍ରତି ହିଂସା ଜାରି ରହିଛି। ବର୍ତ୍ତମାନ ଏଠାରେ ଭଗବଦ୍‌ ଗୀତା ପାର୍କର ପ୍ରତୀକ ଚିହ୍ନକୁ ଭଙ୍ଗାରୁଜା କରାଯାଇଛି। ମେୟର ପାଟ୍ରିକ...

ପୁଣି ମଧ୍ୟସ୍ଥତା ଉଦ୍ୟମ…

ଜେରୁଜେଲମ୍‌,୬।୨ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ପୁଣି ଥରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ଉଦ୍ୟମ କରିଛନ୍ତି। ଏହି ମର୍ମରେ ରୁଷିଆର ରାଷ୍ଟ୍ରପତି...

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବ ୟୁକ୍ରେନ୍‌, ଜେଲେନସ୍କି ନେବେ ପଦକ୍ଷେପ…

କିଭ୍‌,୭।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଅସୁବିଧାରେ ପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୀଘ୍ର ତାଙ୍କୁ ପ୍ରତିରକ୍ଷା...

ଉହାନ ସି-ଫୁଡ୍‌ ବଜାରରୁ ବ୍ୟାପିଥିଲା କରୋନା

ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ...

ରୁଷିଆର ୫ ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ

ମସ୍କୋ,୨୪।୨: ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅନୁମତି ଦେବା ପରେ ରୁଷିଆ ସେନା ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଛି। ସ୍ଥାନୀୟ...

ସାମରିକ ସହାୟତା ଘୋଷଣା କଲା ଆମେରିକା

କିଭ୍‌, ୮ା୯: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ୟୁକ୍ରେନ୍‌ ସମେତ ୟୁରୋପୀୟ ଦେଶଗୁଡ଼ିକ...

Advertisement
Archives

Model This Week