ତୃତୀୟ ଲହର ସଂକ୍ରମଣରେ ପିଲାଙ୍କୁ ଯନ୍ତ୍ରଣା ହେବ ଅଧିକ, ମୃତ୍ୟୁ ହାର କମ୍ ରହିବ!

ଲଣ୍ଡନ,୧୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ତୃତୀୟ ଲହରକୁ ନେଇ ଭୟଭିତ ଅଛନ୍ତି ବିଶ୍ୱବାସୀ । କାରଣ ଏହା ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଏବେ କିନ୍ତୁ ଏହି ତୃତୀୟ ଏହାକୁ ନେଇ ବିଶେଷଜ୍ଞମାନେ ଖୁସି ଖବର ଦେଇଛନ୍ତି । ବ୍ରିଟେନର ବୈଜ୍ଞାନିକମାନେ ଏକ ଅଧ୍ୟୟନ ପରେ କହିଛନ୍ତି ଯେ କରୋନାର ତୃତୀୟ ଲହର ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ହେଲେ ଏଥିରେ ଶିଶୁମାନଙ୍କୁ ଅଧିକ ଯନ୍ତ୍ରଣା ହେବ ଓ ମୃତ୍ୟୁ ହାର କମ ରହିବ । ଏହାପରେ ବି ସତର୍କ ରହିବା ଜରୁରୀ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ୟୁନିଭର୍ସିଟି କଲେଜ ଲଣ୍ଡନ, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ, ୟୁନିଭର୍ସିଟି ଅଫ୍ ୟାର୍କ ଓ ୟୁନିଭର୍ସିଟି ଅଫ୍ ଲିବରପୁଲର ବିଶେଷଜ୍ଞମାନେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ସଂକ୍ରମଣ ଯୋଗୁ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା ଯୁବବର୍ଗ ମଧ୍ୟ ଅଧିକ ଯନ୍ତ୍ରଣା ଅନୁଭବ କରିବେ । କିନ୍ତୁ ଏହା ଅଧିକ ଜଟିଳ ହୋଇ ନ ଥିବାରୁ ବେଶୀ ଆଇସିୟୁର ଆବଶ୍ୟକତା ନ ପଡିପାରେ । ତେବେ ସବୁ ସମୟରେ କରୋନାର କଟକଣାକୁ ମାନି ଚଳିଲେ ଏହାଠାରୁ ଦୂରେଇ ରହିବା ସହଜ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ମିଶି ବାଂଲାଦେଶ-ରୁଷିଆ ନେଲା ବଡ଼ ନିଷ୍ପତ୍ତି, ଆମେରିକା ହୋଇଗଲା କାବା!

ନୂଆଦିଲ୍ଲୀ,୩୧।୭: ରୁଷ୍‌ର ପୁଟିନ୍ ସରକାର ବାଂଲାଦେଶକୁ ଭାରତୀୟ ଟଙ୍କା (INR)ରେ ବ୍ୟାପାରିକ ନେଣଦେଣ ଏବଂ ଋଣ ପରିଶୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅଧୀନରେ ବାଂଲାଦେଶରେ…

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri