କୋଭିଡ୍‌ ପୁନଃ ସଂକ୍ରମଣ ଆଶଙ୍କା: ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ଚେତାବନୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏବେ ପୁଣି ମହାରାଷ୍ଟ୍ର ଓ କେରଳ ଭଳି କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ସତର୍କ ହୋଇଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା ରବିବାର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଏବଂ ଏସ୍‌ପିମାନଙ୍କୁ ଚିଠି ଲେଖିଛନ୍ତି। ଦୀର୍ଘ ବର୍ଷେ କାଳ ମହାମାରୀ ସହ ଲଢେଇ କରି ସଂକ୍ରମଣ ହାରକୁ ହ୍ରାସ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଲୋକମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କୋଭିଡ୍‌ କଟକଣା କୋହଳ କରାଯାଇଛି। ଅଧିକାଂଶ ସ୍ଥାନରେ
ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ କୋଭିଡ୍‌ ଗାଇଡ୍‌ଲାଇନକୁ କଡାକଡି ଭାବେ ପାଳନ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ସର୍ବସାଧାରଣ ସ୍ଥାନ ଏବଂ ଶିକ୍ଷାନୁଷ୍ଠାନରେ ମାସ୍କ ବ୍ୟବହାର ହେଉଛି କି ନାହିଁ ତାହାକୁ ଜିଲା ପ୍ରଶାସନ ଓ ପୋଲିସ କର୍ତ୍ତୃପକ୍ଷ ଯାଞ୍ଚ କରି ନିଶ୍ଚିତ କରିବେ। ହାଟ, ବଜାର ଓ ଅନ୍ୟାନ୍ୟ ଜନଗହଳି ସ୍ଥାନରେ ଡାକବାଜି ଯନ୍ତ୍ର ସହାୟତାରେ ସଚେତନତା ସୃଷ୍ଟି କରିବାକୁ ହେବ। ସରକାରୀ, ବେସରକାରୀ ଅନୁଷ୍ଠାନଗୁଡିକରେ କୋଭିଡ୍‌-୧୯ ଗାଇଡ୍‌ଲାଇନ ପାଳନ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ । ଜନସମାଗମ ଉପରେ କଟକଣା ଜାରି କରିବା ସହ ବିବାହ, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯେପରି ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ଲୋକଙ୍କ ସମାଗମ ନ ହେବ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି। ସ୍କୁଲ୍‌, କଲେଜ, ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ପରିମଳ ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଏଥିସହିତ ମାସ୍କ ଲଗାଇବା, ସାମାଜିକ ଦୂରତା ବଜାୟ ରଖିବା, ଥର୍ମାଲ ସ୍କ୍ରିନିଂ ଏବଂ ଛାତ୍ରୀଛାତ୍ର, ଶିକ୍ଷକ ଓ କର୍ମଚାରୀମାନେ ହ୍ୟାଣ୍ଡଓ୍ବାଶ କିମ୍ବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ଖାଇବା ଜାଗାଗୁଡିକ ଉପରେ ନଜର ରଖିବାକୁ କୁହାଯାଇଛି। କୋଭିଡ୍‌-୧୯ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଖାନା ନେବା ସହ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନେବାକୁ କୁହାଯାଇଛି। ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନ ଗସ୍ତ କରି କୋଭିଡ୍‌ ପ୍ରୋଟୋକଲ ପାଳନ ହେଉଛି କି ନାହିଁ ତାହା ନିଶ୍ଚିତ କରିବେ। ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଜିଲାପାଳମାନେ ଏ ନେଇ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ପ୍ରତି ସପ୍ତାହରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କଠୁ ଲୁଟିନେଲେ ୪ଲକ୍ଷ

ଝରିଗାଁ, ୧୮।୧: ଖଣ୍ଡାରେ ଆକ୍ରମଣ କରି ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଡାକ୍ତରଖାନା ଓ ପରେ...

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ : ଚାକିରିରୁ ତଡ଼ାଖାଇଲେ ଜିଆରଏସ୍‌

ଚାନ୍ଦବାଲି,୨୧।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତର ଜିଆରଏସ୍‌ ପୁରୁଷୋତ୍ତମ ବାରିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ପାଇଁ ଗୁରୁବାର ଚାକିରିରୁ ଅନ୍ତର(ଡିସ୍‌ଏନ୍‌ଗେଜ୍‌ଡ) କରାଯାଇଛି।...

କଂଗ୍ରେସର ୯ ବିଧାୟକ ଆଜି ଯିବେ ଦିଲ୍ଲୀ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଏଆଇସିସିର ଡ଼କରା ପରେ ରାଜ୍ୟର ୯ କଂଗ୍ରେସ ବିଧାୟକ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଯିବେ। ବିଧାୟକ ତାରାପ୍ରସାଦ ବାହିନୀପତି ଏ ନେଇ ସୂଚନା ଦେଇଛନ୍ତି...

୧୩ରୁ ଶିଶିର ସରସ ମେଳା

ଭୁବନେଶ୍ୱର, ୨୯।୧୨ (ବ୍ୟୁରୋ): ବିଶ୍ୱକପ୍‌ ହକି ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣିଦେଉଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟ...

କଟକରେ ୨ ନର୍ସ କରୋନା ପଜିଟିଭ ଚିହ୍ନଟ: ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଲା

କଟକ ଅଫିସ,୨୯।୬: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୩୭ରେ ପହଞ୍ଚିଛି। ରବିବାର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନର ୨ ଜଣ...

ପରୀକ୍ଷା ପରିଚାଳନାକୁ ନେଇ ମହର୍ଷି କଲେଜରେ ଛାତ୍ର ଅସନ୍ତୋଷ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଭୁବନେଶ୍ୱର ଶହୀଦନଗରସ୍ଥିତ ମହର୍ଷି ନାଚୁରାଲ ଲ’ କଲେଜରେ ପରୀକ୍ଷା ପରିଚାଳନାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶନିବାର ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୪୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୩,୩୬୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ପିଏମ୍‌ଏଓ୍ବାଇ: ବିରୋଧୀ-ଶାସକ ମୁହଁାମୁହିଁ

ଭୁବନେଶ୍ବର, ୨୫ା୨(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ବଣ୍ଟନ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଉଭୟ ବିରୋଧୀ ଓ ଶାସକ ପକ୍କାଘର...

Advertisement
Archives

Model This Week