Posted inଖେଳ

ବ୍ୟାୟାମରୁ ଜିମ୍ନାଷ୍ଟିକ୍ସର ଅଭ୍ୟୁଦୟ

 

ଟୋକିଓ, ୩।୮: ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଏକ ଲୋକପ୍ରିୟ କ୍ରୀଡ଼ା ଭାବେ ଉଭୟ ଆଥଲେଟ ଓ ପ୍ରଶଂସକଙ୍କ ମଧ୍ୟରେ ଆଦୃତ ହୋଇଛି। ଆଧୁନିକ ଜିମ୍ନାଷ୍ଟିକ୍ସ ହେଉଛି ପୁରାତନ ଗ୍ରୀକ୍‌ ସଭ୍ୟତାର ଅବଦାନ। ଗ୍ରୀକ୍‌ ଶବ୍ଦ ‘ଜିମ୍ନାଜେନ’ରୁ ଜିମ୍ନାଷ୍ଟିକ୍ସର ନାମକରଣ ହୋଇଛି। ଏହାର ଅର୍ଥ ହେଉଛି ନଗ୍ନ ବ୍ୟାୟାମ। ଅର୍ଥାତ୍‌ ବ୍ୟାୟାମରୁ ଏହି ଉଚ୍ଚକୋଟୀର କ୍ରୀଡ଼ାର ସୃଷ୍ଟି।
ପୂରା ମାନବ ଇତିହାସରେ ମଣିଷ ଶରୀରର ଦକ୍ଷତା ଓ ସୀମା ବିଷୟରେ ଜାଣିବା ପାଇଁ ପ୍ରୟାସ କରାଯାଇ ଆସୁଛି। ଏଥିପାଇଁ ମଣିଷ ଉଠିବା, ବସିବା, ମୋଡିହେବା, ଲେଉଟିବା ଭଳି ଆଚରଣ କରି ବିଭିନ୍ନ ବ୍ୟାୟାମର ଆରମ୍ଭ କରିଛି। ତେଣୁ ମୌଳିକ ଭାବେ ବ୍ୟାୟାମରୁ ଯେ ଜିମ୍ନାଷ୍ଟିକ୍ସ ସୃଷ୍ଟି ହୋଇଛି, ଏକଥା କହିଲେ ଭୁଲ୍‌ ହେବ ନାହିଁ। ଜିମ୍ନାଷ୍ଟିକ୍ସର ବିଭିନ୍ନ ଇଭେଣ୍ଟ ମଧ୍ୟ ପରସ୍ପରଠାରୁ ଅଲଗା।
ପୁରୁଷ ଜିମ୍ନାଷ୍ଟମାନେ ୬ଟି ବର୍ଗରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଉଛନ୍ତି। ସେଗୁଡିକ ହେଲ ଫ୍ଲୋର, ଭଲ୍ଟ, ପୋମେଲ ହର୍ସ, ଷ୍ଟିଲ ରିଙ୍ଗ୍ସ, ପାରାଲାଲ ବାର୍ସ ଓ ହରାଇଜଣ୍ଟାଲ ବାର୍ସ। ତେବେ ମହିଳା ଜିମ୍ନାଷ୍ଟମାନେ ୪ଟି ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଫ୍ଲୋର ଓ ଭଲ୍ଟ ସହ ମହିଳାମାନେ ବାଲାନ୍ସ ବିମ୍‌ ଓ ଅନଇଭିନ ବାର୍ସ ଇଭେଣ୍ଟରେ ଭାଗ ନେଉଛନ୍ତି। ପୁରାତନ ଜିମ୍ନାଷ୍ଟିକ୍ସରେ ରୋପ୍‌ କ୍ଲାଇମ୍ବିଂ ଭଳି ଇଭେଣ୍ଟ ସାମିଲ ରହିଥିଲା। ସମୟ କ୍ରମେ ଜିମ୍ନାଷ୍ଟିକ୍ସ ଏକ ମର୍ଯ୍ୟାଦାସମ୍ପନ୍ନ କ୍ୱାଲିଟି କ୍ରୀଡ଼ା ଭାବେ ଉଭା ହୋଇଛି। ଅନ୍ୟ କ୍ରୀଡ଼ାଗୁଡ଼ିକଠାରୁ ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଆଥଲେଟମାନେ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ସହ କଠିନ ପରିଶ୍ରମ ଓ ଅଭ୍ୟାସ ବଳରେ ଜିମ୍ନାଷ୍ଟିକ୍ସରେ ସଫଳତା ହାସଲ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?