ସଚେତନ କରୁଛି ବାଇକର୍ସ କ୍ଲବ

ଢେଙ୍କାନାଳ ଅଫିସ, ୩ା୮ ସଡ଼କ ସୁରକ୍ଷା ସହ ଦୁର୍ଘଟଣା ରୋକିବା ଦିଗରେ କାର୍ଯ୍ୟ କରୁଛି ଢେଙ୍କାନାଳ ବାଇକର୍ସ କ୍ଲବ। କ୍ଲବର ମୋଟ୍‌ ୧୨ଜଣ ସଦସ୍ୟ ବର୍ଷକ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ପରିଭ୍ରମଣ କରି ଯୁବ ଗୋଷ୍ଠୀଙ୍କୁ ସଚେତନ କରିବାର ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ପର୍ଯ୍ୟଟନର ପ୍ରଚାର, ପ୍ରସାର କରିବାର ଏକ ନିଆରା ପ୍ରୟାସ ମଧ୍ୟ କ୍ଲବ ସଦସ୍ୟମାନଙ୍କ ପକ୍ଷରୁ କରାଯାଉଛି।
୭ ଜୁଲାଇ ୨୦୨୦ରେ ଢେଙ୍କାନାଳ ବାଇକର୍ସ କ୍ଲବ ପ୍ରତିଷ୍ଠା ହୋଇଥିଲା। ଗତ ୭ ଜୁଲାଇକୁ ଏହି କ୍ଲବକୁ ଏକବର୍ଷ ପୂରଣ ହୋଇଛି। ଇତିମଧ୍ୟରେ ୧୨ଜଣ ସଦସ୍ୟ ଶୁଭେନ୍ଦୁ କୁମାର ସ୍ବାଇଁ, ବିଶାଲ ପଟ୍ଟନାୟକ, ମଳୟ ପଟ୍ଟନାୟକ, ସୌମ୍ୟ ରଞ୍ଜନ ପରିଡା, ଶଶାଙ୍କ ଶେଖର ପ୍ରଧାନ, ରାଜେଶ କୁମାର ସାମଲ, ଜାହିଦ ଅଲ୍ଲୀ, ଅଭିମନ୍ୟୁ ସ୍ବାଇଁ, ହିମାଂଶୁ ଦାସ, ପ୍ରିୟରଞ୍ଜନ ବରାଳ, ରାକେଶ କୁମାର ସାମଲ ଓ ସୌମ୍ୟ ପ୍ରକାଶ ସାହୁ ୧୨ଟି ବାଇକ୍‌ରେ ୧୨ମାସ ମଧ୍ୟରେ ୩୮୬୭ କିଲୋମିଟର ପରିଭ୍ରମଣ କରିଛନ୍ତି। ଢେଙ୍କାନାଳ ଜିଲା ସମେତ ଅନୁଗୋଳ, କେନ୍ଦୁଝର, ପୁରୀ, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ସହିତ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟଟନ ସ୍ଥଳୀ କ୍ଲବର ସଦସ୍ୟମାନେ ବାଇକ୍‌ ଯୋଗେ ପରିଭ୍ରମଣ କରିଛନ୍ତି। ଏହି ସମୟରେ ଯୁବପିଢ଼ି କିପରି ସୁରକ୍ଷିତ ଭାବେ ବାଇକ୍‌ ଚାଳନା କରିବେ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଏଥିସହ ବାଇକ୍‌ ଚାଳନା ସମୟରେ ନିୟମିତ ହେଲମେଟ ପିନ୍ଧିବା, ହାତରେ ଗ୍ଲୋବ୍ସ ଓ ପାଦରେ ଜୋତା ପିନ୍ଧିବା, ବାଇକ୍‌ର ପ୍ରଦୂଷଣ ସାର୍ଟିଫିକେଟ, ଇନସୁରାନ୍ସ ଏବଂ ପଞ୍ଜୀକରଣ କାଗଜପତ୍ର ଅପ୍‌ଡେଟ୍‌ କରିବା ଆଦି ବିଷୟରେ ଯୁବ ଗୋଷ୍ଠୀଙ୍କୁ ବୁଲିବୁଲି ସଚେତନ କରାଯାଇଛି। ବିଭିନ୍ନ ଜିଲାର କଳା, ସଂସ୍କୃତି, ପର୍ଯ୍ୟଟନ ଏବଂ ପରମ୍ପରାକୁ ଜାଣିବା ସହିତ ସେଠାକାର ଲୋକମାନଙ୍କ ଚାଲିଚଳଣ ସମ୍ପର୍କରେ ଆଲୋଚନା କରି ସେସବୁ ଘଟଣାବଳୀକୁ ଇଣ୍ଟରନେଟ ମାଧ୍ୟମରେ ଅନ୍ୟମାନଙ୍କ ନିକଟରେ ପହଞ୍ଚାଯାଉଛି। କୋଭିଡ୍‌ କଟକଣାକୁ ନଜରରେ ରଖି କେଉଁ ଜିଲାରେ କ’ଣ ପରିସ୍ଥିତି ଏବଂ ସେଠାରେ କିଭଳି ବାଇକ ଆରୋହୀଙ୍କ ପାଇଁ ଅନୁମତି ରହିଛି, ତାହାକୁ ଅନୁଧ୍ୟାନ କରି ସଦସ୍ୟମାନେ ପରିଭ୍ରମଣ କରୁଛନ୍ତି। ସେହିପରି ବିଭିନ୍ନ ଜିଲାରେ କୋଭିଡ କଟକଣା ପାଳନ ଅନୁଯାୟୀ ହୋଟେଲ କିମ୍ବା ଲଜ୍‌ରେ ସଦସ୍ୟମାନେ ରାତ୍ରିଯାପନ କରୁଛନ୍ତି। ଢେଙ୍କାନାଳ ବାଇକର୍ସ କ୍ଲବର ଏହି ନିଆରା ପ୍ରୟାସ ଯୁବ ଗୋଷ୍ଠୀମାନଙ୍କ ପାଇଁ ପ୍ରେରଣା ଦାୟକ ହୋଇଛି।
ସଚେତନ ପାଇଁ ଉଦ୍ୟମ କରୁଛୁ
ଦୁର୍ଘଟଣା ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ଆମ କ୍ଲବର ମୂଳ ଲକ୍ଷ୍ୟ। ବାଇକ୍‌ ଚାଳନା ସମୟରେ ହେଲମେଟ୍‌ ପିନ୍ଧିବା ନାହାତି ଜରୁରୀ। ନିୟମାନୁଯାୟୀ ସମସ୍ତ କାଗଜପତ୍ର ଅପଡେଟ୍‌ କରାଯିବା ଉଚିତ। ଏ ସମ୍ପର୍କରେ ବିଭିନ୍ନ ଅଞ୍ଚଳ ପରିଭ୍ରମଣ ସମୟରେ ସଚେତନ କରୁଛୁ। ସେହିପରି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛୁ।
-ଶୁଭେନ୍ଦୁ କୁମାର ସ୍ବାଇଁ, ଢେଙ୍କାନାଳ
କ୍ଲବ ସଦସ୍ୟ ନିୟମ ମାନୁଛନ୍ତି
ଏକବର୍ଷ ହେବ ଢେଙ୍କାନାଳ ବାଇକର୍ସ କ୍ଲବ ପ୍ରତିଷ୍ଠା ହୋଇଛି। ଆମ କ୍ଲବରେ ଯିଏ ସଦସ୍ୟ ହେବେ, ତାଙ୍କ ବାଇକ୍‌ର କାଗଜପତ୍ର ଅପଡେଟ୍‌ ରହିବା ସହିତ ସେ ମଧ୍ୟ ବାଇକ୍‌ ଚାଳନାର ସମସ୍ତ ନିୟମ ମାନିବାକୁ ବାଧ୍ୟ।
-ଜାହିଦ୍‌ ଅଲ୍ଲୀ, ଢେଙ୍କାନାଳ
୩୮୬୭ କି.ମି. ପରିଭ୍ରମଣ କରିଛୁ
ସଡକ ସୁରକ୍ଷା, ସୁରକ୍ଷିତ ବାଇକ୍‌ ଚାଳନା ଓ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରୁଛୁ। କୋଭିଡ କଟକଣାକୁ ମାନି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛୁ ା ବର୍ଷକ ମଧ୍ୟରେ ୩୮୬୭ କିଲୋମିଟର ପରିଭ୍ରମଣ କରିଛୁ ା ଆଗକୁ ବହୁ ଅଞ୍ଚଳ ଯିବାର ଲକ୍ଷ୍ୟ ରହିଛି।
-ମଳୟ ପଟ୍ଟନାୟକ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?