ସଚେତନ କରୁଛି ବାଇକର୍ସ କ୍ଲବ

ଢେଙ୍କାନାଳ ଅଫିସ, ୩ା୮ ସଡ଼କ ସୁରକ୍ଷା ସହ ଦୁର୍ଘଟଣା ରୋକିବା ଦିଗରେ କାର୍ଯ୍ୟ କରୁଛି ଢେଙ୍କାନାଳ ବାଇକର୍ସ କ୍ଲବ। କ୍ଲବର ମୋଟ୍‌ ୧୨ଜଣ ସଦସ୍ୟ ବର୍ଷକ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ପରିଭ୍ରମଣ କରି ଯୁବ ଗୋଷ୍ଠୀଙ୍କୁ ସଚେତନ କରିବାର ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ପର୍ଯ୍ୟଟନର ପ୍ରଚାର, ପ୍ରସାର କରିବାର ଏକ ନିଆରା ପ୍ରୟାସ ମଧ୍ୟ କ୍ଲବ ସଦସ୍ୟମାନଙ୍କ ପକ୍ଷରୁ କରାଯାଉଛି।
୭ ଜୁଲାଇ ୨୦୨୦ରେ ଢେଙ୍କାନାଳ ବାଇକର୍ସ କ୍ଲବ ପ୍ରତିଷ୍ଠା ହୋଇଥିଲା। ଗତ ୭ ଜୁଲାଇକୁ ଏହି କ୍ଲବକୁ ଏକବର୍ଷ ପୂରଣ ହୋଇଛି। ଇତିମଧ୍ୟରେ ୧୨ଜଣ ସଦସ୍ୟ ଶୁଭେନ୍ଦୁ କୁମାର ସ୍ବାଇଁ, ବିଶାଲ ପଟ୍ଟନାୟକ, ମଳୟ ପଟ୍ଟନାୟକ, ସୌମ୍ୟ ରଞ୍ଜନ ପରିଡା, ଶଶାଙ୍କ ଶେଖର ପ୍ରଧାନ, ରାଜେଶ କୁମାର ସାମଲ, ଜାହିଦ ଅଲ୍ଲୀ, ଅଭିମନ୍ୟୁ ସ୍ବାଇଁ, ହିମାଂଶୁ ଦାସ, ପ୍ରିୟରଞ୍ଜନ ବରାଳ, ରାକେଶ କୁମାର ସାମଲ ଓ ସୌମ୍ୟ ପ୍ରକାଶ ସାହୁ ୧୨ଟି ବାଇକ୍‌ରେ ୧୨ମାସ ମଧ୍ୟରେ ୩୮୬୭ କିଲୋମିଟର ପରିଭ୍ରମଣ କରିଛନ୍ତି। ଢେଙ୍କାନାଳ ଜିଲା ସମେତ ଅନୁଗୋଳ, କେନ୍ଦୁଝର, ପୁରୀ, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ସହିତ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟଟନ ସ୍ଥଳୀ କ୍ଲବର ସଦସ୍ୟମାନେ ବାଇକ୍‌ ଯୋଗେ ପରିଭ୍ରମଣ କରିଛନ୍ତି। ଏହି ସମୟରେ ଯୁବପିଢ଼ି କିପରି ସୁରକ୍ଷିତ ଭାବେ ବାଇକ୍‌ ଚାଳନା କରିବେ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଏଥିସହ ବାଇକ୍‌ ଚାଳନା ସମୟରେ ନିୟମିତ ହେଲମେଟ ପିନ୍ଧିବା, ହାତରେ ଗ୍ଲୋବ୍ସ ଓ ପାଦରେ ଜୋତା ପିନ୍ଧିବା, ବାଇକ୍‌ର ପ୍ରଦୂଷଣ ସାର୍ଟିଫିକେଟ, ଇନସୁରାନ୍ସ ଏବଂ ପଞ୍ଜୀକରଣ କାଗଜପତ୍ର ଅପ୍‌ଡେଟ୍‌ କରିବା ଆଦି ବିଷୟରେ ଯୁବ ଗୋଷ୍ଠୀଙ୍କୁ ବୁଲିବୁଲି ସଚେତନ କରାଯାଇଛି। ବିଭିନ୍ନ ଜିଲାର କଳା, ସଂସ୍କୃତି, ପର୍ଯ୍ୟଟନ ଏବଂ ପରମ୍ପରାକୁ ଜାଣିବା ସହିତ ସେଠାକାର ଲୋକମାନଙ୍କ ଚାଲିଚଳଣ ସମ୍ପର୍କରେ ଆଲୋଚନା କରି ସେସବୁ ଘଟଣାବଳୀକୁ ଇଣ୍ଟରନେଟ ମାଧ୍ୟମରେ ଅନ୍ୟମାନଙ୍କ ନିକଟରେ ପହଞ୍ଚାଯାଉଛି। କୋଭିଡ୍‌ କଟକଣାକୁ ନଜରରେ ରଖି କେଉଁ ଜିଲାରେ କ’ଣ ପରିସ୍ଥିତି ଏବଂ ସେଠାରେ କିଭଳି ବାଇକ ଆରୋହୀଙ୍କ ପାଇଁ ଅନୁମତି ରହିଛି, ତାହାକୁ ଅନୁଧ୍ୟାନ କରି ସଦସ୍ୟମାନେ ପରିଭ୍ରମଣ କରୁଛନ୍ତି। ସେହିପରି ବିଭିନ୍ନ ଜିଲାରେ କୋଭିଡ କଟକଣା ପାଳନ ଅନୁଯାୟୀ ହୋଟେଲ କିମ୍ବା ଲଜ୍‌ରେ ସଦସ୍ୟମାନେ ରାତ୍ରିଯାପନ କରୁଛନ୍ତି। ଢେଙ୍କାନାଳ ବାଇକର୍ସ କ୍ଲବର ଏହି ନିଆରା ପ୍ରୟାସ ଯୁବ ଗୋଷ୍ଠୀମାନଙ୍କ ପାଇଁ ପ୍ରେରଣା ଦାୟକ ହୋଇଛି।
ସଚେତନ ପାଇଁ ଉଦ୍ୟମ କରୁଛୁ
ଦୁର୍ଘଟଣା ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ଆମ କ୍ଲବର ମୂଳ ଲକ୍ଷ୍ୟ। ବାଇକ୍‌ ଚାଳନା ସମୟରେ ହେଲମେଟ୍‌ ପିନ୍ଧିବା ନାହାତି ଜରୁରୀ। ନିୟମାନୁଯାୟୀ ସମସ୍ତ କାଗଜପତ୍ର ଅପଡେଟ୍‌ କରାଯିବା ଉଚିତ। ଏ ସମ୍ପର୍କରେ ବିଭିନ୍ନ ଅଞ୍ଚଳ ପରିଭ୍ରମଣ ସମୟରେ ସଚେତନ କରୁଛୁ। ସେହିପରି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛୁ।
-ଶୁଭେନ୍ଦୁ କୁମାର ସ୍ବାଇଁ, ଢେଙ୍କାନାଳ
କ୍ଲବ ସଦସ୍ୟ ନିୟମ ମାନୁଛନ୍ତି
ଏକବର୍ଷ ହେବ ଢେଙ୍କାନାଳ ବାଇକର୍ସ କ୍ଲବ ପ୍ରତିଷ୍ଠା ହୋଇଛି। ଆମ କ୍ଲବରେ ଯିଏ ସଦସ୍ୟ ହେବେ, ତାଙ୍କ ବାଇକ୍‌ର କାଗଜପତ୍ର ଅପଡେଟ୍‌ ରହିବା ସହିତ ସେ ମଧ୍ୟ ବାଇକ୍‌ ଚାଳନାର ସମସ୍ତ ନିୟମ ମାନିବାକୁ ବାଧ୍ୟ।
-ଜାହିଦ୍‌ ଅଲ୍ଲୀ, ଢେଙ୍କାନାଳ
୩୮୬୭ କି.ମି. ପରିଭ୍ରମଣ କରିଛୁ
ସଡକ ସୁରକ୍ଷା, ସୁରକ୍ଷିତ ବାଇକ୍‌ ଚାଳନା ଓ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରୁଛୁ। କୋଭିଡ କଟକଣାକୁ ମାନି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛୁ ା ବର୍ଷକ ମଧ୍ୟରେ ୩୮୬୭ କିଲୋମିଟର ପରିଭ୍ରମଣ କରିଛୁ ା ଆଗକୁ ବହୁ ଅଞ୍ଚଳ ଯିବାର ଲକ୍ଷ୍ୟ ରହିଛି।
-ମଳୟ ପଟ୍ଟନାୟକ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri